ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଯାଉଥିଲେ ବାପା ମା’ଙ୍କ ଆଗରେ ଚାଲିଗଲା ଝିଅ ଜୀବନ

Feb 23, 2026 - 15:30
 0  2
ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଯାଉଥିଲେ ବାପା ମା’ଙ୍କ ଆଗରେ ଚାଲିଗଲା ଝିଅ ଜୀବନ

ଲଇକେରା,୨୨/୨(ଫାଷ୍ଟ ନ୍ୟୁଜ ଓଡିଶା): ବାପା, ମା’ ଏବଂ ୪ ବର୍ଷର ଶିଶୁ କନ୍ୟା ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଯାଉଥିଲେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ରାସ୍ତାରେ ଛକି ରହିଥିଲା ମୃତ୍ୟୁ। ରାସ୍ତାର ଗୋଟିଏ ପାର୍ଶ୍ଵରେ ବାପା ଏବଂ ଅନ୍ୟପାର୍ଶ୍ଵରେ ମା’ ଠିଆ ହୋଇଥିବାବେଳେ ତାଙ୍କ ଆଖି ଆଗରେ ଦୁର୍ଘଟଣାର ଶିକାର ହେଲେ “ ଶିଶୁକନ୍ୟା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ତାଙ୍କୁ ମୁଦ୍ରାଜୋର ସ୍ୱାସ୍ଥ୍ୟକେନ୍ଦ୍ର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଶିଶୁକନ୍ୟାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ମୃତ ଶିଶୁକନ୍ୟା ହେଲେ ନାଗ୍ରୁ ପତ୍ରା ଗ୍ରାମର ପ୍ରିୟାଂଶ ଓରାମ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ମୁତାବକ, ନାଗ୍ରୁପତ୍ରା ଗ୍ରାମର ଧର୍ମେନ୍ଦ୍ର ଓରାମ(୩୦), ସ୍ତ୍ରୀ ପଲ୍ଲବୀ ଓରାମ ଏବଂ ତାଙ୍କ ୪ବର୍ଷର ଶିଶୁ କନ୍ୟା ପ୍ରିୟାଂଶି ବାଇକ ଯୋଗେ ଲଇକେରା ପଟୁ ସାହାସପୁର ବନ୍ଧପାଲି ଅଭିମୁଖେ ଏକ ମନ୍ଦିରକୁ ପୂଜାର୍ଚ୍ଚନା ଉଦ୍ଦେଶ୍ୟରେ ଯାଉଥିଲେ । ସମସ୍ତେ ସାରଙ୍ଗଲାଇ-ଡୁମେରଡିହି ରାସ୍ତାପାର୍ଶ୍ଵରେ ଅଟକିଥିଲେ। ସ୍ତ୍ରୀକୁ ବାଇକ ପାଖରେ ଛିଡା କରାଇ ଉଭୟେ ବାପ, ଝିଅ ନଡିଆ ଆଣିବା ପାଇଁ ରାସ୍ତା ପାରି ହୋଇଥିଲେ। ଦୋକାନରୁ ପ୍ରଥମେ ଚକୋଲେଟ ଏବଂ କୁରକୁରେ ଝିଅ ପାଇଁ ଧର୍ମେନ୍ଦ୍ର କିଣିଥିଲେ। ପରେ ପ୍ରିୟଂଶି ଚକୋଲେଟ ଏବଂ କୁର୍‌କୁରେ ଧରି ରାସ୍ତା ପାର ହୋଇ ମା’ ପାଖକୁ ଆସୁଥିବାବେଳେ ଏକ କାର ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାଗ୍ରସ୍ତ କାରରେ ଗୁରୁତର ଶିଶୁକନ୍ୟାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଲଇକେରା ଥାନା ପୁଲିସ ଗାଡି ଜବତ କରିବା ସହିତ ୬୬/୨୬ ଭାରତୀୟ ନ୍ୟାୟ ସହିତ ୨୮୧/୧୦୭(୧) ଅନ୍ତର୍ଗତ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି। କାର ମାଲିକ ମୃତ ଶିଶୁକନ୍ୟାଙ୍କ ପରିବାର ଲୋକଙ୍କୁ ୧ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ରାଶି ପ୍ରଦାନ କରିଥିବା ଜଣାପଡିଛି। କର ଚାଳକ କୋଲବିରା ଥାନା ଅନ୍ତର୍ଗତ ଗହ୍ମାପାଲି ଗ୍ରାମର ରାଜ କୁମାର ଖରସେଲ ବୋଲି ଜଣାପଡିଛି। ଲଇକେରା ରୁ ନିସିତ କୁମାର ବହିଦାରଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡ଼ିଶା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ