ବେଲଘର ହାତୀ ମୃତ୍ୟୁ ଘଟଣାରେ ଡ୍ରାଇଭର ଓ ଶିକାରୀ ଗିରଫ

Feb 1, 2026 - 21:11
 0  1
ବେଲଘର ହାତୀ ମୃତ୍ୟୁ ଘଟଣାରେ ଡ୍ରାଇଭର ଓ ଶିକାରୀ ଗିରଫ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବେଲଘର ହାତୀ ମୃତ୍ୟୁ ଘଟଣାରେ ଆଉ ୨ ଜଣ ଗିରଫ । ଜେସିବି ଡ୍ରାଇଭର ପ୍ରଶାନ୍ତ ସାହୁ ଓ ଝିରିପାଣି ଗ୍ରାମର ଶିକାରୀ ଜୟମଙ୍ଗଳ ପାତ୍ରକୁ ଗିରଫ କରିଛି ବନ ବିଭାଗ । ଜୟମଙ୍ଗଳ ଘରୁ ତାର ଓ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଥିବା ଜଣାପଡ଼ିଛି । ବେଲଘର ହାତୀ ମୃତ୍ୟୁ ଘଟଣାକୁ ଚପାଇ ଦେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଯୋର୍ ଧରିଥିଲା । ଘଟଣା ସାମ୍ନାକୁ ଆସିବା ପରେ ପ୍ରଥମେ ବେଲଘର ଡେପୁଟି ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ବନ କରାଯିବା ପରେ ତାଙ୍କ ଡ଼୍ରାଇଭର ହୃଷିକେଶ ପଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ତଦନ୍ତରେ ଅବହେଳା ଯୋଗୁଁ ଗତକାଲି ଏସିଓଏଏଫ୍ ସୂର୍ଯ୍ୟକାନ୍ତ ବେହେରାଙ୍କୁ ନିଲମ୍ବନ କରିବା ସହ ଘଟଣାରେ ସଂପୃକ୍ତ ଜେସିବି ଡ୍ରାଇଭର ପ୍ରଶାନ୍ତ ସାହୁ ଓ ଝିରିପାଣି ଗ୍ରାମର ଜଣେ ଶିକାରୀ ଜୟମଙ୍ଗଳ ପାତ୍ରକୁ ଗିରଫ କରିଛି ବନ ବିଭାଗ ।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ