ପୁକାଲି ହାଇସ୍କୁଲରେ ଗୋପବନ୍ଧୁ ଜୟନ୍ତୀ ପାଳିତ
ପୋଟାଙ୍ଗିବ୍ଲକ୍ ଅନ୍ତର୍ଗତ ପୁକାଲି: ଗ୍ରାମ ପଞ୍ଚାୟତରପୁକାଲି ହାଇସ୍କୁଲ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜନ୍ମ ଜୟନ୍ତୀ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଦୀପଶିଖା ବେହେରାଙ୍କ ଉପସ୍ଥିତିରେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏଥିସହ ଉପସ୍ଥିତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଧୂପଦୀପ ପ୍ରଜ୍ଜ୍ୱଳନ କରି ମହାନ ଜନନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ଗୋପବନ୍ଧୁ ଦାସଙ୍କ ମହାନ ଜୀବନୀ, ତ୍ୟାଗ, ସେବା, ଦେଶପ୍ରେମ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଦୀନଦୁଃଖୀଙ୍କ ସେବା ଓ ସମାଜର ଉନ୍ନତି ପାଇଁ ତାଙ୍କର ଅତୁଳନୀୟ ଅବଦାନ ଆଜି ମଧ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରଛାତ୍ରୀମାନେ ମାନବ ସେବା, ସମାଜସେବା ଓ ଦେଶର ଉନ୍ନତି ପାଇଁ ନିଜକୁ ନିୟୋଜିତ କରିବା ଉଚିତ ବୋଲି ଏହି ଅବସରରେ ଆହ୍ୱାନ ଦିଆଯାଇଥିଲା।କୋରାପୁଟ ରୁ ରୂପ ଖରା ଙ୍କ ରିପୋର୍ଟ
What's Your Reaction?
Like
1
Dislike
0
Love
1
Funny
0
Angry
0
Sad
0
Wow
0