ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ନିର୍ଯାତନା ର ଶିକାର ହେଇ ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହେଲେ ରୋଷେୟା କର୍ମଚାରୀ
କନ୍ଧମାଳ:୦୭/୦୯/୦୨୬(ସଲମନ୍ ବିନ୍ଧାଣୀ) କନ୍ଧମାଳ ଜିଲ୍ଲା ରେ ଥିବା ଜିଲ୍ଲା ମଙ୍ଗଳ ବିଭାଗ ର ବିଦ୍ୟାଳୟ ମାନଙ୍କ ରେ କାର୍ଯ୍ୟରତ ଥିବା ରୋଷେୟା ମାନଙ୍କୁ ଦରମା ନ ଦେଇ ନିଜକୁ ବାଃ ବାଃ ନେଉଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ରବିନାରାୟଣ ମିଶ୍ର ଙ୍କ ବିରୁଦ୍ଧରେ ଅନେକ ମହିଳା ଏବଂ ପୁରୁଷ ରୋଷେୟା ମାନେ ଜିଲ୍ଲାପାଳ ଙ୍କୁ ଅଭିଯୋଗ ଦେଇଥିବା ଦେଖିବାକୁ ମିଳିଛି l ମଙ୍ଗଳ ବିଭାଗ ରେ କାର୍ଯ୍ୟରତ ଥିବା କିଛି କର୍ମଚାରୀ ଙ୍କ ଜରିଆରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅନେକ ଦୁର୍ନୀତି କାରି ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଠାରୁ ଲକ୍ଷାଧିକ ଅର୍ଥ ଲୁଟୁଥିବା ଖବର ଏବେ ଚର୍ଚ୍ଚା ହେଉଛି l ଏପଟେ ନିଜକୁ ଅନ୍ୟ ଆଗରେ ବା ମିଡ଼ିଆ ଆଗରେ ଭଦ୍ର ମୁଖା ଦେଖେଇ ହେଉଥିବା ବେଳେ ମଙ୍ଗଳ ଅଧିକାରୀ ଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କେବେ କାର୍ଯ୍ୟାନୁଷ୍ଠାନ ନେବେ ତାରି ଅପେକ୍ଷାରେ ଜିଲ୍ଲା ର ଶିକ୍ଷିତ ବୁଦ୍ଧିଯିବି ଗଣ l ଗରିବ ନିରୀହ ରୋଷେୟା ମାନେ ବିଦ୍ୟାଳୟ ହଷ୍ଟେଲ ରେ ରହି ନିରୀହ ଛାତ୍ର ଛାତ୍ରୀ ମାନଙ୍କ ସେବା କରିବା, ରୋଷେଇ କରିଦେବା ଏବଂ ଯେଉଁ ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟିତ୍ରୀ ଅଭାବ ସେଇ ବିଦ୍ୟାଳୟ ମାନଙ୍କ ରେ ରୋଷେୟା ମାନେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼େଇ ବାରେ ମଧ୍ୟ ସହଯୋଗ କରୁଥିବା ଦେଖିବାକୁ ମିଳୁଛି l କିନ୍ତୁ କନ୍ଧମାଳ ଜିଲ୍ଲା ମଙ୍ଗଳ ଅଧିକାରୀ ନିରୀହ ରୋଷେୟା ମାନଙ୍କୁ ମାସ ମାସ ଧରି ଦରମା ନ ଦେଇ ନାହିଁନ ଥିବା ହଇରାଣ କରୁଥିବା ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଛନ୍ତି ମଙ୍ଗଳ ଅଧିକାରୀ ଙ୍କ ଦ୍ୱାରା ନିର୍ଯାତନା ର ଶିକାର ହେଉଥିବା ରୋଷେୟା ମାନେ l କନ୍ଧମାଳ ଜିଲ୍ଲା ରୁ ଏଭଳି ଦୁର୍ନୀତି କାରି ଲାଞ୍ଚୁଆ ଏବଂ ଗାଲୁଆ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ କନ୍ଧମାଳ ସାଂସଦ ଏବଂ ଫୁଲବାଣୀ ବିଧାୟକ କାହିଁକି ଘଣ୍ଟ ଘୋଡ଼ଉ ଛନ୍ତି ତାର ନିରପେକ୍ଷ୍ୟ ତଦନ୍ତ କରି ଏଭଳି ଦୁର୍ନୀତି କାରି ମଙ୍ଗଳ ଅଧିକାରୀ ଙ୍କୁ ତୁରନ୍ତ ଜିଲ୍ଲା ରୁ ଅନ୍ୟତ୍ର ବଦଳି କରାଯାଉ ବୋଲି ଦୁଃଖ ର ସହିତ ପ୍ରକାଶ କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
1
Sad
0
Wow
0