ଗଭୀର ଅବପାତ ପ୍ରଭାବରେ ନନ୍ଦପୁରରେ ୯ ଘର କ୍ଷତିଗ୍ରସ୍ତ ରାଇସିଂ ପଞ୍ଚାୟତରେ ସର୍ବାଧିକ ୨ ଘର କ୍ଷତି

Sep 23, 2026 - 21:32
 0  3
ଗଭୀର ଅବପାତ ପ୍ରଭାବରେ ନନ୍ଦପୁରରେ ୯ ଘର କ୍ଷତିଗ୍ରସ୍ତ ରାଇସିଂ ପଞ୍ଚାୟତରେ ସର୍ବାଧିକ ୨ ଘର କ୍ଷତି

ନନ୍ଦପୁର: କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗତ ଦୁଇ ଦିନ ଧରି ନନ୍ଦପୁର ଅଞ୍ଚଳରେ ଲାଗି ରହିଥିବା ବର୍ଷାରେ ବିଭିନ୍ନ ସ୍ଥାନରେ ଘରବାଡ଼ି କ୍ଷତିଗ୍ରସ୍ତ ହୋଇଛି। ତହସିଲ କାର୍ଯ୍ୟାଳୟର ପ୍ରାଥମିକ ସୂଚନା ଅନୁଯାୟୀ, ବ୍ଲକର ବିଭିନ୍ନ ପଞ୍ଚାୟତରେ ମୋଟ ୯ଟି ଘର କ୍ଷତିଗ୍ରସ୍ତ ହୋଇଛି।ଗ୍ରାମପଞ୍ଚାୟତଆତିୱାରୀ ବାଲଡ଼ା, କୁଲାବୀର, ପାନ୍ଥଲୁଙ୍ଗ, କସନ୍ଦି, ନନ୍ଦପୁର, ହିକିମପୁଟ ଓ ମାଳିବେଲଗାଁରେ ଗୋଟିଏ ଲେଖାଏଁ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ରାଇସିଂ,ଏବଂ ପାତଲୁଙ୍ଗ ପଞ୍ଚାୟତରେ ୨ଟି ଲେଖାଏ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡିଛି । ତହସିଲ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ତଥ୍ୟ ସଂଗ୍ରହ ଓ ଆକଳନ କରାଯାଉଥିବା ଜଣାପଡ଼ିଛି। ନନ୍ଦପୁର ରୁ ଶଙ୍କର ପାଙ୍ଗି ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ