କୋରାପୁଟରେ ଡାକ ଚୌପାଳ ପ୍ରଚାର, ଗାଡ଼ି UP ନମ୍ବରର! ଓଡ଼ିଶାରେ ଗାଡ଼ି ନାହିଁ କି?

Nov 7, 2026 - 19:13
 0  7
କୋରାପୁଟରେ ଡାକ ଚୌପାଳ ପ୍ରଚାର, ଗାଡ଼ି UP ନମ୍ବରର! ଓଡ଼ିଶାରେ ଗାଡ଼ି ନାହିଁ କି?

ଓଡ଼ିଶାର କୋରାପୁଟ ଜିଲ୍ଲାରେ ଡାକ ବିଭାଗର ପ୍ରଚାର ଗାଡ଼ିକୁ ନେଇ ଉଠିଲା ଏକ ରୋଚକ ପ୍ରଶ୍ନ। ପ୍ରଚାର ହେଉଛି ଓଡ଼ିଶାରେ, ହେଲେ ଗାଡ଼ିର ନମ୍ବର ଉତ୍ତର ପ୍ରଦେଶର! ଗାଡ଼ିର ନମ୍ବର ପ୍ଲେଟ୍‌ରେ ରହିଛି UP 43 AT 1901। ତେବେ କୋରାପୁଟ ଜିଲ୍ଲାରେ ଡାକ ବିଭାଗର ପ୍ରଚାର ପାଇଁ ଉତ୍ତର ପ୍ରଦେଶ ନମ୍ବର ଗାଡ଼ି କାହିଁକି? ଓଡ଼ିଶାରେ ଗାଡ଼ି ଉପଲବ୍ଧ ନଥିଲା କି? ନା ଅନ୍ୟ କୌଣସି କାରଣରୁ ଏହି ଗାଡ଼ିକୁ ଅଣାଯାଇଛି? କୋରାପୁଟ ଜିଲ୍ଲାର ରାସ୍ତାରେ ଡାକ ବିଭାଗର ପ୍ରଚାର ଗାଡ଼ି। ଗାଡ଼ି ପଛରେ ଲାଗିଛି ଡାକ ବିଭାଗର ଆକର୍ଷଣୀୟ ପୋଷ୍ଟର। ଯେଉଁଥିରେ ଲେଖାଯାଇଛି 'ଡାକ ସେବା – ଜନ ସେବା' ଏବଂ 'ଡାକ ଚୌପାଳ'। ଲୋକଙ୍କୁ ଡାକ ବିଭାଗର ବିଭିନ୍ନ ସେବା ସମ୍ପର୍କରେ ସଚେତନ କରିବା ଏହି ପ୍ରଚାରର ଉଦ୍ଦେଶ୍ୟ। କିନ୍ତୁ ଏହି ଗାଡ଼ିର ନମ୍ବର ପ୍ଲେଟ୍ ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି। କାରଣ ଗାଡ଼ିର ନମ୍ବର ହେଉଛି UP 43 AT 1901। ଏଠି ସାଧାରଣ ଲୋକଙ୍କ ମନରେ ଉଠୁଛି ଅନେକ ପ୍ରଶ୍ନ। ଓଡ଼ିଶାର କୋରାପୁଟ ଜିଲ୍ଲାରେ ପ୍ରଚାର ପାଇଁ ଉତ୍ତର ପ୍ରଦେଶ ନମ୍ବର ଗାଡ଼ି କାହିଁକି ବ୍ୟବହାର ହେଉଛି? ଓଡ଼ିଶାରେ ଏଭଳି ପ୍ରଚାର ଗାଡ଼ି ଉପଲବ୍ଧ ନଥିଲା କି? ଯଦି ଅନ୍ୟ ରାଜ୍ୟରୁ ଗାଡ଼ି ଅଣାଯାଇଛି, ତେବେ ଏହାର ଚୁକ୍ତି କାହା ସହ ହୋଇଛି? ଏଥିପାଇଁ କେତେ ଅର୍ଥ ଖର୍ଚ୍ଚ ହେଉଛି? ଏସବୁ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଡାକ ବିଭାଗ ପକ୍ଷରୁ ଆସିବା ଆବଶ୍ୟକ। ଅନ୍ୟପଟେ ଡାକ ଚୌପାଳ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଡାକ ବିଭାଗର ବିଭିନ୍ନ ସେବାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା। ଡାକ ସଞ୍ଚୟ ଯୋଜନା, ବୀମା, ସ୍ପିଡ୍ ପୋଷ୍ଟ, ପାର୍ସଲ ଓ ଅନ୍ୟାନ୍ୟ ସେବା ବିଷୟରେ ଲୋକଙ୍କୁ ସଚେତନ କରିବା ନିଶ୍ଚିତ ଭାବରେ ଏକ ଭଲ ପଦକ୍ଷେପ। କିନ୍ତୁ ପ୍ରଚାରର ଉଦ୍ଦେଶ୍ୟ ଭଲ ହେବା ସହିତ ତାହାର କାର୍ଯ୍ୟକାରିତା ଓ ଖର୍ଚ୍ଚରେ ମଧ୍ୟ ସ୍ୱଚ୍ଛତା ରହିବା ଜରୁରୀ। ତେବେ କୋରାପୁଟ ଜିଲ୍ଲାରେ ଉତ୍ତର ପ୍ରଦେଶ ନମ୍ବର ଗାଡ଼ିରେ ଡାକ ଚୌପାଳର ପ୍ରଚାରକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର କେବେ ମିଳିବ? ଏହା କେନ୍ଦ୍ରୀୟ ସ୍ତରର ଚୁକ୍ତି ଅନୁଯାୟୀ ହୋଇଛି କି? ନା ଅନ୍ୟ କୌଣସି କାରଣ ରହିଛି? ଏନେଇ ସମ୍ପୃକ୍ତ ବିଭାଗ ଓ ଅଧିକାରୀଙ୍କ ସ୍ପଷ୍ଟୀକରଣକୁ ଅପେକ୍ଷା। ଜନସାଧାରଣଙ୍କ ପ୍ରଶ୍ନ, ପ୍ରଶାସନର ଉତ୍ତର।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ