ବାରିପଦା ରୋଟାରୀ କ୍ଲବର ସମୀକ୍ଷା ବୈଠକ:ବାରିପଦା ରୋଟାରୀ କ୍ଲବକୁ ପ୍ଲାଟିନମ କ୍ଲବ ମାନ୍ୟତା

Nov 4, 2026 - 21:07
 0  2
ବାରିପଦା ରୋଟାରୀ କ୍ଲବର ସମୀକ୍ଷା ବୈଠକ:ବାରିପଦା ରୋଟାରୀ କ୍ଲବକୁ ପ୍ଲାଟିନମ କ୍ଲବ ମାନ୍ୟତା

ବାରିପଦା ତା 4/11 ସ୍ଥାନୀୟ ରୋଟାରୀ କ୍ଲବ ଠାରେ କ୍ଲବ ସମ୍ପାଦକ ସନ୍ଦୀପ କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ରୋଟାରୀ ୨୦୨୫-୨୬ ବର୍ଷରେ ସମ୍ପାଦିତ ହୋଇ ଥିବା ବାର୍ଷିକ ପ୍ରକଳ୍ପ ଗୁଡିକର ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି । ଏହି ଅବସର ରେ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ରୋଟାରୀ ଆନ୍ତର୍ଜାତିକ ମାନ୍ୟତାରେ ବାରିପଦା ରୋଟାରି କ୍ଲବ ବିଗତ ବର୍ଷ ୨୦୨୫-୨୬ ବର୍ଷର ରୋଟାରୀ କ୍ଳବ ପ୍ରକଳ୍ପ ଗୁଡିକ ଯଥାରୀତି ସମ୍ପନ୍ନ କରି ଆନ୍ତର୍ଜାତିକ ଜିଲ୍ଲାରେ ପ୍ଲାଟିନମ କ୍ଲବ ଉପାଧି ହାସଲ କରିଥିବା ପ୍ରସଙ୍ଗ ସମ୍ପର୍କରେ ସମୀକ୍ଷା ହୋଇଥିଲା । ଏହି ଅବସରରେ ଆନ୍ତର୍ଜାତିକ ଜିଲ୍ଲାର ୨୫-୨୬ ବର୍ଷରେ କୃତି ହାସଲ କରିଥିବା ଓ ସମ୍ମାନିତ ହୋଇଥିବା ସଦସ୍ୟ ସଦସ୍ୟାଙ୍କୁ ବର୍ତ୍ତମାନର କ୍ଲବ ସଭାପତି ଓ ସମ୍ପାଦକଙ୍କ ସମେତ କାର୍ଯ୍ୟକାରୀ ପରିଷଦର ସମସ୍ତ ସଦସ୍ୟ ସଦସ୍ୟା ଅଭିନନ୍ଦନ ଜଣାଇଥିଲେ. ଆନ୍ତର୍ଜାତିକ ଜିଲ୍ଲାରେ ପୁରସ୍କୃତ ହୋଇଥିବା ସଦସ୍ୟ ମାନଙ୍କ ମଧ୍ୟରେ ପ୍ଲାଟିନମ ସଭାପତି ରୋଟରିଆନ ଭବାନି ଶଙ୍କର ସାହୁ, ଗୋଲ୍ଡ ସମ୍ପାଦକ ରୋଟାରିଆନ ତିମିର କୁମାର ଘୋଷ, ସିଲଭର ଏ.ଜି ରୋଟାରିଆନ ଜ୍ୟୋତିରଞ୍ଜନ ସାହୁ, ଜୋନାଲ ଚେୟାର ରୋଟାରିଆନ ରାକେଶ ସିଂ, ଡି.ଜି ଆପ୍ରିସିଏସନ ବ୍ୟକ୍ତିତ୍ୱ ରୋଟାରିଆନ ମୋହନ ବର୍ଣ୍ଣୱାଲ ଓ କ୍ଲବର ବୃକ୍ଷ ରୋପଣ ପ୍ରକଳ୍ପକୁ ମେଗା ପ୍ଲାଣ୍ଟେସନ ପ୍ରୋଜେକ୍ଟ ଭାବରେ ମାନ୍ୟତା ସ୍ମାରକ ପ୍ରଦାନ କରାଯାଇଥିଲା। ଏଥିପାଇଁ ସମୀକ୍ଷା ବୈଠକରେ ୨୦୨୫-୨୬ ବର୍ଷର ୩୨୬୨ ଜିଲ୍ଲା ପ୍ରାକ୍ତନ ଗଭର୍ଣ୍ଣର ରୋଟାରିଆନ ମନୋଜ କୁମାର ତ୍ରିପାଠୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଶେଷରେ ସମ୍ପ୍ରତି ପରଲୋକ ଗମନ କରିଥିବା ଭୁବନେଶ୍ୱର ଏମ୍ସର ବହୁ ପ୍ରତିଷ୍ଠିତ ଅସ୍ଥିଶଲ୍ୟ ଚିକିତ୍ସକ ତଥା ଚିକିତ୍ସା କ୍ଷେତ୍ରରେ ଓଡ଼ିଶାର ପ୍ରକ୍ଷାତ ବ୍ୟକ୍ତିତ୍ୱ ପଦ୍ମଶ୍ରୀ ରୋଟାରିଆନ ଡାକ୍ତର ଅଶୋକ ମହାପାତ୍ରଙ୍କ ମହାନ ଆତ୍ମାଙ୍କ ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ