ନେତାଜୀ ବିଦ୍ୟାଳୟରେ ‘ବେଟି ବଚାଓ, ବେଟି ପଢ଼ାଓ’ କାର୍ଯ୍ୟକ୍ରମ
ତୁମୁଡ଼ିବନ୍ଧ: ତୁମୁଡ଼ିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ବିଦ୍ୟାଳୟରେ ସମନ୍ୱିତ ଶିଶୁ ବିକାଶ ଯୋଜନା ବିଭାଗ ପକ୍ଷରୁ ‘ବେଟି ବଚାଓ, ବେଟି ପଢ଼ାଓ’ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସିଡିପିଓ ଶ୍ରୀମତୀ ବନଜା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ଡାକ୍ତର ସୁନୀଲ କୁମାର ପାତ୍ର ସଭାପତିତ୍ୱ କରିଥିଲେ। ନାରୀ ଶିକ୍ଷିତ ଓ ସଶକ୍ତ ହେଲେ ହିଁ ସମାଜର ଉନ୍ନତି ସହ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ଅଧ୍ୟକ୍ଷ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଅର୍ଥନୀତି ଅଧ୍ୟାପିକା ଡାକ୍ତର ମଞ୍ଜୁଳା ମହାପାତ୍ର, ଶିକ୍ଷା ଅଧ୍ୟାପକ ଡାକ୍ତର ସତ୍ୟରଞ୍ଜନ ପାଣିଗ୍ରାହୀ, ଇଂରାଜୀ ଅଧ୍ୟାପକ ଦୁଃଖିଶ୍ୟାମ ମହାରଣା ଓ ଓଡ଼ିଆ ଅଧ୍ୟାପିକା ଡାକ୍ତର ବନିତା ପଟ୍ଟନାୟକ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍, ଚିତ୍ରାଙ୍କନ ଓ ତର୍କ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିସହ ଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା। ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇଥିଲେ। ବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ଶେଷରେ ଅର୍ଥନୀତି ଅଧ୍ୟାପିକା ପଦ୍ମାବତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0