ନୂଆପଡା ଜିଲ୍ଲା ପ୍ରଶାସନର ତ୍ୱରିତ ହସ୍ତକ୍ଷେପରେ ଭାଲୁ ଆକ୍ରମଣରେ ଗୁରୁତର ଆହତ ଦୁଇ ଯୁବକଙ୍କୁ ମିଳିଲା ତୁରନ୍ତ ଚିକିତ୍ସା
ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଦୁଇ ଯୁବକଙ୍କୁ ନୂଆପଡ଼ା ଜିଲ୍ଲା ପ୍ରଶାସନର ତ୍ୱରିତ ହସ୍ତକ୍ଷେପ ଯୋଗୁଁ ସଠିକ୍ ସମୟରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯାଇଛି। ସୂଚନା ଅନୁଯାୟୀ, କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟ ଅନ୍ତର୍ଗତ ଦେଓସିଲ ଗ୍ରାମର ଦେଓସିଂ ପହରିଆ ଓ ରାଜକୁମାର ପହରିଆ (ବୟସ ପ୍ରାୟ ୨୦-୨୫ ବର୍ଷ) ତିଖାଲି ଗ୍ରାମରେ ଏକ ବିବାହ ଭୋଜିରେ ଯୋଗଦେଇ ମୋଟରସାଇକେଲ ଯୋଗେ ନିଜ ଗ୍ରାମକୁ ଫେରୁଥିବା ସମୟରେ ଜାମଗାଁ ଘାଟି ନିକଟରେ ଦୁଇଟି ଭାଲୁ ସେମାନଙ୍କୁ ଆକ୍ରମଣ କରିଥିଲେ। ଅଚାନକ ଘଟିଥିବା ଏହି ଆକ୍ରମଣରେ ଉଭୟ ଯୁବକ ଗୁରୁତର ଆହତ ହୋଇଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଜିଲ୍ଲାପାଳ ଅନ୍ୟା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବା ସହ ବନ ବିଭାଗର କର୍ମଚାରୀଙ୍କ ସହଯୋଗରେ ଉଭୟ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଉଭୟଙ୍କୁ ତୁରନ୍ତ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯାଇଛି। ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଜ଼ିଲ୍ଲା ପ୍ରଶାସନର ଏଭଳି ତ୍ୱରିତ ପ୍ରତିକ୍ରିୟା, ସମନ୍ୱୟ ଓ ମାନବିକତା ଦୁଇ ଆହତଙ୍କୁ ସମୟୋଚିତ ଚିକିତ୍ସା ଉପଲବ୍ଧ କରାଇବାରେ ସହାୟକ ହୋଇଛି। ବିଶେଷକରି ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତଦାରଖରେ ଜିଲ୍ଲା ପ୍ରଶାସନ ଓ ବନ ବିଭାଗର ମିଳିତ ଉଦ୍ୟମକୁ ସାଧାରଣରେ ସ୍ୱାଗତ କରାଯାଇଛି। ବିପଦ ସମୟରେ ଲୋକଙ୍କ ଜୀବନ ଓ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାର ଏହା ଏକ ଉଲ୍ଲେଖନୀୟ ଉଦାହରଣ। ସମୟୋଚିତ ପଦକ୍ଷେପ ଯୋଗୁଁ ଦୁଇଟି ଅମୂଲ୍ୟ ଜୀବନ ରକ୍ଷା ପାଇପାରିଥିବାରୁ ଜିଲ୍ଲା ପ୍ରଶାସନର ଏହି ମାନବିକ ଓ ଦାୟିତ୍ୱପୂର୍ଣ୍ଣ ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0