*ଜାତୀୟ ଆଇନ ସେବା ଦିବସ ପାଳିତ*

Nov 13, 2026 - 18:13
 0  9
*ଜାତୀୟ ଆଇନ ସେବା ଦିବସ ପାଳିତ*

ନୂଆପଡ଼ା: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ଆନୁକୂଲ୍ୟରେ ହରିପୁର ସ୍ଥିତ ଗୁରୁକୁଳରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ସମ୍ମୁଖ କାର୍ଯ୍ୟାଳୟ ଓକିଲ ଶଙ୍କର ସୁନା, ଗୁରୁକୁଳର ପ୍ରଧାନ ଆଚାର୍ଯ୍ୟ ଡଃ. ସୁଦର୍ଶନ ଦେବାର୍ଚ୍ଚନ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଆୟୋଜିତ ସଚେତନତା କାର୍ଯକ୍ରମରେ ସଚିବ ନବନୀତା ଦାଶ ଆଇନ ସେବା ପ୍ରାଧିକରଣ ଅଧିନିୟମ, ୧୯୮୭ ର ବିଭିନ୍ନ ବ୍ୟବସ୍ଥା ଏବଂ ଭୂମିକା, ଲୋକ ଅଦାଲତ, ମଧ୍ୟସ୍ଥତା, ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା) ଏବଂ ‘ନ୍ୟାୟ ସଂଯୋଗ’ ଏବଂ ନାଲସା (NALSA) ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ବର ୧୫୧୦୦ ମାଧ୍ୟମରେ ଯୋଗ୍ୟ ବ୍ୟକ୍ତିମାନେ କିପରି ମାଗଣା ଆଇନଗତ ସହାୟତା, ପରାମର୍ଶ ଓ ମାର୍ଗଦର୍ଶନ ପାଇପାରିବେ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଜାତୀୟ ଆଇନ ସେବା ଦିବସ ପାଳନର ଅଂଶସ୍ୱରୂପ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ପକ୍ଷରୁ ଏକ ବିତର୍କ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ନୂଆପଡ଼ାରୁ ବିଶ୍ୱନାଥ ସାମଲ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ