।। ଚେରଙ୍ଗାଗୁଡ଼ା ୟୁଥ୍ କ୍ଳଵ୍ ଦ୍ଵାରା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ।।
କୋରାପୁଟ/ସୁନାବେଡ଼ା ତା-୦୧/୦୨/୨୬ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା ) କୋରାପୁଟ ଜିଲ୍ଲା,କୋରାପୁଟ ବ୍ଲକ ଅନ୍ତର୍ଗତ,ପଦ୍ମପୁର ଗ୍ରାମ ପଞ୍ଚାୟତ ନିକଟସ୍ଥ ୨୧ ନମ୍ବର ୱାର୍ଡ ଚେରଙ୍ଗାଗୁଡା ଯୁବ ଗଷ୍ଟି ତଥା /ୟୁଥ୍ କ୍ଳଵ୍ ଦ୍ଵାରା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି ।ଏହି କ୍ଲବ ଟି ୨୦୧୭ ମସିହାରୁ ଦୀର୍ଘ ୮ ବର୍ଷ ଧରି ଚାଲିଆସୁଥିବା ବେଳେ ବିଭିନ୍ନ ସ୍ଥାନର ବିଭିନ୍ନ କାର୍ଯ୍ୟରେ ସହଯୋଗ ପାଇଁ ପଛଘୁଞ୍ଚା ହେଉନାହାନ୍ତି କ୍ଲବର୍ ସଦସ୍ୟ ତଥା ଯୁବକ ମାନେ ।ଆଜିର ଏହି କାର୍ଯ୍ୟକ୍ରମ ରେ ଗ୍ରାମର ବିଦ୍ୟାଳୟ ଠାରୁ ଆରମ୍ଭ କରି ନାଲକୋ ରାସ୍ତା ଛକ୍ ପର୍ଯ୍ୟନ୍ତ ୮୦୦ ମିଟର ରାସ୍ତାର ସଫେଇ କାର୍ଯ୍ୟ ହେଇଥିଲା । ତା ସହ ଅଚଳ ହେଇ ପଡ଼ିଥିବା କିଛି ସଲାର ଲାଇଟ ମଧ୍ୟ ୟୁଥ କ୍ଲବର ଏଲେକ୍ଟ୍ରିସିଆନ୍ ଖଗ ଖିଲ, ବସନ୍ତ କୁଳଦୀପ, ରାମନାଥ ଖିଲଙ୍କ ଦ୍ୱାରା ମରାମତି କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟତଃ ୩୦ ଜଣ ସଦସ୍ୟ ଉପସ୍ଥିତ ରହିଥିବା ବେଳେ କିଛି ସଦସ୍ୟ ନିଜ ନିଜର ବ୍ୟକ୍ତିଗତ ସମସ୍ୟା କୁ ନେଇ ଯୋଗ ଦେଇ ପାରିନଥିଲେ ।ସୂଚନା ଥାଉ କି କ୍ଲବ ର୍ ସଦସ୍ୟ ମାନଙ୍କ ଦ୍ୱାରା ପୂର୍ବ ଦିନ,ମାସ ତଥା ବର୍ଷ ମାନଙ୍କରେ ଅନ୍ୟାନ୍ୟ ଜାଗା ମାନଙ୍କରେ କରାଯାଇଥିବା କାର୍ଯ୍ୟ ସାହାଯ୍ୟର ତାଲିକା :-ପ୍ରତି ବର୍ଷ ସାତ ଦିନିକିଆ ବାଲି ଯାତ୍ରା ଅନୁଷ୍ଠିତ ହୋଇଥାଏ ବନ୍ଦଗୁଡ଼ା ଗ୍ରାମରେ ଉକ୍ତ କାର୍ଯ୍ୟକ୍ରମରେ ଦର୍ଶକଙ୍କ ସୁରକ୍ଷା ଦେବା,ଦର୍ଶକଙ୍କ ମନରଞ୍ଜନ ପାଇଁ ବାଦ୍ୟଯନ୍ତ୍ର ଧରି ସେଠାରେ ପହଞ୍ଚିବା ,ଭଗବାନଙ୍କ ସାହି ବୁଲା ସମୟରେ ପୂଜକଙ୍କୁ ଆବଶ୍ୟକ ଅନୁସାରେ ଜିନିଷ ପତ୍ର ଯୋଗେଇଦେବା ,ସେହିଭଳି ନିଜସ୍ଵ ଗ୍ରାମ ଚେରଙ୍ଗଗୁଡା ରେ ମଧ୍ୟ ପ୍ରତି ବର୍ଷ ମା ଗଙ୍ଗ ମା ଯାତ୍ରା ୧୦ଦିନ ଧରି ଚାଲୁ ରହିଥାଏ,ଉକ୍ତ ଯାତ୍ରାଟି ଖରାଗୁଡ଼ା,ମାଳିଗୁଡା,ଚଉଗାଁ,ବନ୍ଦଗୁଡ଼ା ଖାଳପଦର ରେ ,ମା ଗଙ୍ଗା ମା ଠାକୁରାଣୀ ପରିଦର୍ଶନ କରିଥାଏ ।ଏହି ୧୦ ଦିନ ଆରମ୍ବ ରୁ ଶେଷ ପର୍ଯ୍ୟନ୍ତ ଯେକୌଣସି ପରିସ୍ଥିତି ରେ ବି କେବଳ ଚେରଙ୍ଗାଗୁଡା ୟୁଥ କ୍ଳବ ର୍ ସଦସ୍ୟ ମାନେ ହିଁ ଏହାକୁ ସମ୍ବାଳି ଥାନ୍ତି ।ଏବଂ ଖେଳ ଖୁଦରେ ଯେ କୌଣସି ଜାଗାରେ ମଧ୍ୟ ଯୋଗ ଦେଇଥାନ୍ତି ଯେମିତି-ନିକଟସ୍ଥ ନାଲକୋ କାରଖାନା ପକ୍ଷରୁ ପ୍ରତିବର୍ଷ ଟୁର୍ଣ୍ଣାମେଣ୍ଟ,ନିକଟସ୍ଥ ମିଗ୍ ବିମାନ କାରଖାନା ପକ୍ଷରୁ ଟୁର୍ଣ୍ଣାମେଣ୍ଟ,ବିସ୍ଥାପିତ ନୂଆ କଲୋନୀ ପକ୍ଷରୁ ଟୁର୍ଣ୍ଣାମେଣ୍ଟ,ସୁନାବେଡ଼ା ମୁନିସିପାଲଟି ପକ୍ଷରୁ ଟୁର୍ଣ୍ଣାମେଣ୍ଟ,କୋରାପୁଟ OMP ପକ୍ଷରୁ ଟୁର୍ଣ୍ଣାମେଣ୍ଟ ଏଭଳି ଅନେକ ଜାଗାରେ ସହଯୋଗ କରିବା ସହ ନିଜ କ୍ଲବ ର ସଦତ୍ୟ କୁ ନେଇ ଯୋଗଦାନ ରହିଆସିଛି ।ଏବଂ ଜୟପୁର,ନବରଙ୍ଗପୁର,କେନ୍ଦୁଝର ,ଭଳି ଅନେକ ଜାଗାରେ ଏହି କ୍ଲବ ଯୋଗଦାନ କରି ବିଜୟ ହାସଲ କରିଥିବା ସୃତି ରହି ଆସିଛି ବୋଲି ୟୁଥ କ୍ଲବ ପକ୍ଷରୁ କୁହାଯାଇଛି ।
What's Your Reaction?
Like
3
Dislike
0
Love
0
Funny
0
Angry
1
Sad
0
Wow
0