ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନରେ ନକଲି ବିଦେଶୀ ମଦ ହେଉଛି ବିଷାକ୍ତ ମିଶ୍ରଣ; ବାରିପଦାରେ ମଦମୃତ୍ୟୁ ଆଶଙ୍କା
ବାରିପଦା,:ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନରେ ଏବେ ଖୁଲମଖୁଲା ବିକ୍ରି ଚାଲିଛି ନକଲି ତଥା ବିଷାକ୍ତ ବିଦେଶୀ ମଦ। ସହରର ପ୍ରମୁଖ ସ୍ଥାନମାନଙ୍କରେ ଚାଲିଥିବା ଏହି ଅବୈଧ କାରବାର ଯୋଗୁଁ ଯେକୌଣସି ମୁହୂର୍ତ୍ତରେ ମଦମୃତ୍ୟୁ ଭଳି ବଡ଼ଧରଣର ବିପର୍ଯ୍ୟୟ ଘଟିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ସାଂଘାତିକ ବେଆଇନ କାରବାର ଉପରେ ତୁରନ୍ତ ରୋକ ଲଗାଇବା ଦାବିରେ ସହରବାସୀଙ୍କ ପକ୍ଷରୁ ରାଜ୍ୟ ଅବକାରୀ ଆୟୁକ୍ତ, ମୟୂରଭଞ୍ଜ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଅଭିଯୋଗ ଅନୁଯାୟୀ, ବାରିପଦା ମ୍ୟୁନିସିପାଲିଟି ବସଷ୍ଟାଣ୍ଡ, ମୁର୍ଗାବାଡ଼ି, ଷ୍ଟେସନ ବଜାର, ଆମ୍ବା ଛକ ନିକଟ ଓ କେତେକ ମଦ ଦୋକାନରେ ଏଭଳି ବେଆଇନ କାରବାର ବେଧଡ଼କ ଭାବେ ଚାଲିଛି। ଦୋକାନରେ ନିୟୋଜିତ ଥିବା କିଛି କର୍ମଚାରୀ ଏହି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।ଅବକାରୀ କର୍ମଚାରୀ ଦିନବେଳା କାର୍ଯ୍ୟରେ ମନ୍ତବ୍ୟ ଦେଉଥିବାବେଳେ ରାତିର ଅନ୍ଧକାରରେ ନକଲି ମଦର କାରବାର ଚାଲିଥିବା ଅଭିଯୋଗ ହେଉଛି। ଏହି ରାକେଟ୍ ପଛରେ ସହରରେ ମାସକୁ ପ୍ରାୟ ୪୦ ଲକ୍ଷ ଟଙ୍କାର କଳା କାରବାର ହେଉଥିବା ନେଇ ମଧ୍ୟ ଅଭିଯୋଗ ରହିଛି , ଅଭିଯୋଗର ମୁଖ୍ୟ ବିଷୟ: - ମାସକୁ ୪୦ ଲକ୍ଷର କଳା କାରବାର। - ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନରେ ନକଲି ବିଦେଶୀ ମଦ ହେଉଛି ବିଷାକ୍ତ ମିଶ୍ରଣ; ବାରିପଦାରେ ମଦମୃତ୍ୟୁ ଆଶଙ୍କା ବାରିପଦା, ୭ ... (ସମ୍ବାଦ),ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନରେ ଏବେ ଖୁଲମଖୁଲା ବିକ୍ରି ଚାଲିଛି ନକଲି ତଥା ବିଷାକ୍ତ ବିଦେଶୀ ମଦ। ସହରର ପ୍ରମୁଖ ସ୍ଥାନମାନଙ୍କରେ ଚାଲିଥିବା ଏହି ଅବୈଧ କାରବାର ଯୋଗୁଁ ଯେକୌଣସି ମୁହୂର୍ତ୍ତରେ ମଦମୃତ୍ୟୁ ଭଳି ବଡ଼ଧରଣର ବିପର୍ଯ୍ୟୟ ଘଟିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ସାଂଘାତିକ ବେଆଇନ କାରବାର ଉପରେ ତୁରନ୍ତ ରୋକ ଲଗାଇବା ଦାବିରେ ସହରବାସୀଙ୍କ ପକ୍ଷରୁ ରାଜ୍ୟ ଅବକାରୀ ଆୟୁକ୍ତ, ମୟୂରଭଞ୍ଜ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।ଅଭିଯୋଗ ଅନୁଯାୟୀ, ବାରିପଦା ମ୍ୟୁନିସିପାଲିଟି ବସଷ୍ଟାଣ୍ଡ, ମୁର୍ଗାବାଡ଼ି, ଷ୍ଟେସନ ବଜାର, ଆମ୍ବା ଛକ ନିକଟ ଓ କେତେକ ମଦ ଦୋକାନରେ ଏଭଳି ବେଆଇନ କାରବାର ବେଧଡ଼କ ଭାବେ ଚାଲିଛି। ଦୋକାନରେ ନିୟୋଜିତ ଥିବା କିଛି କର୍ମଚାରୀ ଏହି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।ଅବକାରୀ କର୍ମଚାରୀ ଦିନବେଳା କାର୍ଯ୍ୟରେ ମନ୍ତବ୍ୟ ଦେଉଥିବାବେଳେ ରାତିର ଅନ୍ଧକାରରେ ନକଲି ମଦର କାରବାର ଚାଲିଥିବା ଅଭିଯୋଗ ହେଉଛି। ଏହି ରାକେଟ୍ ପଛରେ ସହରରେ ମାସକୁ ପ୍ରାୟ ୪୦ ଲକ୍ଷ ଟଙ୍କାର କଳା କାରବାର ହେଉଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଅଭିଯୋଗର ମୁଖ୍ୟ ବିଷୟ: - ମାସକୁ ୪୦ ଲକ୍ଷର କଳା କାରବାର। - ଅବକାରୀ ଓ ପୁଲିସ ବିଭାଗ ନିରବ। - ଅବକାରୀ ଆୟୁକ୍ତ, ଜିଲ୍ଲାପାଳ ଓ ଏସ୍ପିଙ୍କୁ ଅଭିଯୋଗ।ନକଲି ବିଦେଶୀ ମଦରେ ବିଷାକ୍ତ ମିଶ୍ରଣ ହେଉଥିବା ଏବଂ ଏହା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ତେଣୁ ଏହି ଘଟଣାର ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।[ଅବଶିଷ୍ଟ ମଧ୍ୟଭାଗ ଓ ଡାହାଣ ପାର୍ଶ୍ୱର କିଛି ଧାଡ଼ି ଛବିରେ ବିପଦ ସୃଷ୍ଟି କରୁଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ତେଣୁ ଏହି ଘଟଣାର ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।[ଅବଶିଷ୍ଟ ମଧ୍ୟଭାଗ ଓ ଡାହାଣ ପାର୍ଶ୍ୱର କିଛି ଧାଡ଼ି ଛବିରେ ଅସ୍ପଷ୍ଟ ଥିବାରୁ ଶବ୍ଦଶଃ ଟାଇପ୍ କରିବା ସମ୍ଭବ ହୋଇନାହିଁ।]
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0