।। ଭାରତ ମାଳା ରାସ୍ତା ନିର୍ମାଣ କାର୍ଯ୍ୟ ର ଚୋରୀ ଘଟଣା କୁ ନେଇ ଚେରେଙ୍ଗା ଗୁଡା ଗ୍ରାମ ବାସୀଙ୍କ ସଭା ବୈଠକ ।।

କୋରାପୁଟ (୨୭/୧୨/୨୦୨୩):କୋ ପ୍ର ଖ । କୋରାପୁଟ ଜିଲ୍ଲା, କୋରାପୁଟ ବ୍ଲକ ଅନ୍ତର୍ଗତ, ପଦ୍ମପୁର ଗ୍ରାମପଞ୍ଚାୟତ ନିକଟସ୍ଥ, ୱାର୍ଡ ନଂ-୨୧ ଚେରେଙ୍ଗା ଗୁଡା ଗ୍ରାମରେ ଗୋତ କାଲି ୨୬/୧୨/୨୦୧୩ ରିଖ ମଙ୍ଗଳବାର ଦିନ ସନ୍ଧ୍ୟା ୬ଘଟିକା ୪୭ମିନିଟ ସମୟରେ ଏହି ସଭା ହେଇଥିଲା ।ଉକ୍ତ ସଭା ହେବାର କାରଣ ଗତ ୧୩/୧୨/୨୦୧୩ ରିଖ ରାତ୍ରୀ ସମୟ ଚେରେଙ୍ଗା ଗୁଡା ଗ୍ରାମ ଦେଇ ରାସ୍ତା ନିର୍ମାଣ କାର୍ଯ୍ୟ ହେଉଅଛି, ଉକ୍ତ କାର୍ଯ୍ୟରେ ରକ୍ଷକ ଭାବରେ ଥିବା କିଛି ସିକୁରୀଟି ମାନଙ୍କୁ ଚେରେଙ୍ଗା ଗୁଡା ଗ୍ରାମର ଯୁବକ ମାନେ ମାର୍ ପିଟ୍ କରି କିଛି ଜିନିଷ ଚରୀ କରିଥିବା, ନେଇ ଭାରତ ମାଳା ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା HG INFRA pvt, ltd ନାମକ କମ୍ପାନୀ ର HR ଏବଂ K&K ସିକୁରୀଟି ଏଜେନ୍ସି ର ଉପରିସ୍ଥ ଅଧିକାରୀ ମାନେ ୨୨/୧୨/୨୦୨୩ ରିଖ ଶୁକ୍ରବାର ଦିନ ଅପରାହ୍ନ ୪ଘଟିକା ସମୟରେ ଚେରେଙ୍ଗା ଗୁଡା ଗ୍ରାମରେ ବସ ବାସ କରୁଥିବା ଜଣେ ଯୁବ ସାମ୍ବାଦିକ ତଥା (*କୋରାପୁଟ ପ୍ରଥମ ଖବର)ଡିଜିଟାଲ ନ୍ୟୁଜ ଚେନ୍ନାଳ* ର ସମ୍ପାଦକ ବାବୁଲା ଖିଲଙ୍କୁ ତାଙ୍କ କାର୍ଯ୍ୟଳୟ କୁ ଡ଼ାକି ଚେରେଙ୍ଗା ଗୁଡା ଏରିଆରେ ଘଟିଯାଇଥିବା ଅନେକ ଘଟଣାର ତଥ୍ୟ ଦେଖାଇବା ସହ ଉକ୍ତ ଆଲୋଚନା ରେ ତାଙ୍କୁ ଶେଷ ଥର ପାଇଁ ଗ୍ରାମର ଯୁବକ ମାନଙ୍କୁ ବୁଝେଇବା ବା କୁକର୍ମ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେବା ନିହାତି ଜରୁରୀ ବୋଲି ଆଲୋଚନା ରେ କହିଥିଲେ ।ଯଦି ଏ ଉପରେ ଆପଣ ନ ବୁଝାନ୍ତି ତାହେଲେ ଆଗାମୀ ଦିନରେ ବଡ ଧରଣର ସମସ୍ୟା ଗ୍ରାମ ବାସୀଙ୍କ ପ୍ରତି ଘଟିବ ବୋଲି କୁହାଯାଇଥିଲା ।ଏ ନେଇ ବାବୁଲା ଖିଲ ଚେରେଙ୍ଗା ଗୁଡ଼ା ଗ୍ରାମର କିଛି ଭଦ୍ର ବ୍ୟକ୍ତି ତଥା:-ୱାର୍ଡ ମେମ୍ବର-ଧନୁର୍ଜୟ କ୍ରିସାଣୀ ,ଅଙ୍ଗନବାଡ଼ି-ବାସନ୍ତୀ କୁଳଦୀପ, ଗ୍ରାମର ଭଦ୍ର ବ୍ୟକ୍ତି ମହନ ନାୟକ, ଖଗପତି ଜାନୀ,ଯୁବ ସମାଜ ସେଭି-ଅଜିତ କୂଳଦୀପ ଏହି ୫ ଜଣ ବ୍ୟକ୍ତିଙ୍କୁ ଗତ ୨୩/୧୨/୨୩ ଗ୍ରାମର ଖରାପ ପରିସ୍ଥିତି କୁ ନେଇ ଚିଠି ଲେଖିଥିଲେ ।ଏହାକୁ ନେଇ ଗ୍ରାମର ବାରିକ ଭାବରେ କାର୍ଯ୍ୟ କରୁଥିବା ଧୁସା କନ୍ଧପାନଙ୍କୁ କର୍ଣ୍ଣପାତ କରାଯାଇ ଗ୍ରାମରେ ଏକ ଡାକରା କରାଗଲା ଯେ ୨୬/୧୨/୨୦୨୩ ରିଖ ସନ୍ଧ୍ୟା୬ଘଟିକା ୪୭ମିନିଟ ସମୟରେ ଗ୍ରାମରେ ଏକ ସଭା ବୈଠକ ହେଉଅଛି ।ଯଉଁଥିରେ ଗ୍ରାମର ସମସ୍ତେ ଉପସ୍ଥିତ ରହିବାକୁ ବାଧ୍ୟତାମୂଳକ ।ତେବେ ଉକ୍ତ ଡାକରା ଅନୁଯାଇ ଏହି ବୈଠକ ହୋଇଥିଲା ଏବଂ ଏଠାରେ ମୁଖ୍ୟତଃ ଭାବରେ ୱାର୍ଡ ମେମ୍ବର-ଧନୁର୍ଜୟ କ୍ରିସାଣୀ ,ମହନ ନାୟକ, ଖଗପତି ଜାନୀ,ବିଶ୍ୱନାଥ ଖିଲ, ମଦନ କୂଳଦୀପ, ପିତାମ୍ବର ଖିଲ, ଶିବ ଗଣିଆ, ଖଗ ଖିଲ ଏମାନଙ୍କ ବ୍ୟତୀତ ଗ୍ରାମବାସୀ ସମସ୍ତେ ରହି ଗ୍ରାମର ଯୁବ ପିଡ଼ି ମାନଙ୍କ ସହ ସମସ୍ତଙ୍କୁ ଭାରତ ମାଳା ରାସ୍ତା ନିର୍ମାଣ କାର୍ଯ୍ୟ ର ଚୋରୀ ଘଟଣା କୁ ନେଇ ଗ୍ରାମ ଉପରେ ପଡିଥିବା ପ୍ରଭାବ ଆଉ ଆଗାମୀ ଦିନରେ ଯେମିତି ନ ହେବ ସେଥିପ୍ରତି ଦୀର୍ଘ ୪୭ମିନିଟ ଧରି ଆଲଚନା କରାଯାଇଥିଲା ।ଏହି ସଭାଟି ଗତକାଲି ସନ୍ଧ୍ୟା ୬ଘଟିକା ୪୭ମିନିଟ ସମୟରେ ବାବୁଲା ଖିଲଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବେଳେ ୱାର୍ଡ ମେମ୍ବର ତାଙ୍କ କର୍ତ୍ତବ୍ୟ ଅନୁସାରେ ଯୁବ ପିଡ଼ିଙ୍କୁ ପରାମର୍ଶ ଦେଇଥିଲେ, ଖଗ ଖିଲ ଫୋଟୋ ଉଠାଇବାରେ ସହଯୋଗ କରିଥିଲେ, ଏବଂ ମହନ ନାୟକ ଓ ଖଗପତି ଜାନୀଙ୍କ ଦ୍ଵାରା ୮ଘଟିକା ୯ମିନିଟ ସମୟରେ ସଭାଟି ସମାପ୍ତ କରାଯାଇଥିଲା ।
ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






