ଧରାକୋଟରେ ଭି ଭି ଜୀ ରାମ୍ ଜି ଯୋଜନା ଆରମ୍ବରୁ ଦୁର୍ନୀତିର ପେଡ଼ି ଖୋଲିବାକୁ ଯାଉଛି

Nov 24, 2026 - 07:24
 0  2
ଧରାକୋଟରେ ଭି ଭି ଜୀ ରାମ୍ ଜି ଯୋଜନା ଆରମ୍ବରୁ ଦୁର୍ନୀତିର ପେଡ଼ି ଖୋଲିବାକୁ ଯାଉଛି

କୋଟଗଡ଼ ୨୪/୧୧/୦୨୬(ସଲମନ୍ ବିନ୍ଧାଣୀ)ଦୁର୍ନୀତି ରେ ଛନ୍ଦି ହୋଇ ରହିଥିବା ଧରାକୋଟ ପଞ୍ଚାୟତ ର ଚେର ଦିନ କୁ ଦିନ ଲମ୍ବିବା ରେ ଲାଗିଛି। କେଉଁଠି ନା କେଉଁଠି ବ୍ଳକ ପ୍ରଶାସନ ର ପ୍ରତୋକ୍ଷ କିମ୍ବା ପରୋକ୍ଷ ରେ ହାତ ଥିବା ଓ ନିଲମ୍ବିତ ସରପଞ୍ଚଙ୍କର ମଧ୍ୟ ଠିକ୍ ସେହିପରି ଦୁର୍ନୀତି ପଛରେ ହାତ ଥିବା ପଞ୍ଚାୟତ ବାସି ଅଭିଯୋଗ କରିଛନ୍ତି। , ପୂର୍ବେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ପରେ ଏବେ ଭି ଭି ଜୀ ରାମ ଜୀ କାର୍ଯ୍ୟରେ ମଧ୍ୟ ଚଞ୍ଚକତା ଅଭିଯୋଗ ଏଭଳି ଏକ ସଂଗୀନ ଅଭିଯୋଗ ଆସିଛି କୋଟଗଡ ବ୍ଲକ ର ସ୍ୱଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟିକରିଛି | ଅତୀତ ରେ ଧରାକୋଟ ପଞ୍ଚାୟତରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଦୁର୍ନୀତିକୁ ନେଇ ଧରାକୋଟ ପଞ୍ଚାୟତରେ ଖୋଡ଼ଥାଡ ହୋଇଥିଲା, ସେହି ସମୟରେ ଦୁଇ ଠକ କର୍ମଚାରୀ ନିଲମ୍ବିତ ଓ ଦୁଇଜଣ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ି ଛଟପଟ ହେଉଛନ୍ତି | ତେବେ ପୁଣି ବର୍ତ୍ତମାନ୍ ମୃତିକା ସଂରକ୍ଷଣ ନିମନ୍ତେ ପ୍ରସ୍ତୁତ ହେଉଥିବା ଷ୍ଟ୍ରାଗାଡ଼ ଷ୍ଟ୍ରେଞ୍ଜ କାମରେ ଏଷ୍ଟିମେଣ୍ଟ ଅନୂଯାୟୀ କାମ ନ କରି ଗୋଟିଏ ଟ୍ରେଞ୍ଜର ଗଭୀର ୨ଫୁଟ୍ ଉଷାର ୫ଫୁଟ୍ ଲମ୍ବ ୧୦ଫୁଟ୍ ଅନୂଯାୟୀ କାମ ନ କରି ମାତ୍ର ଟ୍ରେଞ୍ଜର ଗଭୀର ୫ରୁ ୬ଇଞ୍ଚି ମାଟିକାଡ଼ି କେବଳ କାମ କରୁଥିବାର ଫୋଟ ଉତୋଳନ କରିବା ପାଇଁ ଏମିତି ସବୁ ମନମାନି କାମ କରେଇ ବିନା ସୂଚନା ଫଳକରେ ବିଲ୍ ପାସ୍ କରିଥିବା ଅଭିଯୋଗ ହୋଇଛି I ଏହି କାମରେ ଧରାକୋଟ ପଞ୍ଚାୟତର ଭାଲିଆପଦର ସାହିର ପବିତ୍ର ସାନ୍ ସେଠ୍ ନାମକ ଠକ ଠିକାଦାର ସର୍ବସମ୍ମୁଖରୁ ବର୍ତ୍ତିବା ପାଇଁ ଜଙ୍ଗଲ ଭିତରେ ନଦୀ ଝୁଲା ନିକଟସ୍ଥ ଉପରମୁଣ୍ଡ ରେ କାମ କରୁଛନ୍ତି ଆଉ ମୂଲ୍ୟହୀନ କାର୍ଯ୍ୟକୁ ଦେଖେଇ ବିଲ କରିନେଉଛନ୍ତି ଲକ୍ଷ୍ୟ ଲକ୍ଷ ଟଙ୍କା I ଏହି ଦୁର୍ନୀତି କାମରେ କେବଳ ଜଣେ ଏଡିଓ ନା ଜେଈ ମଧ୍ଯ ଦେଖୁଛନ୍ତି, ସେହି କାମକୁ ନେଇ ଏଠି ପ୍ରଶ୍ନ ଉଠୁଛି ପିଓ ,ସରପଞ୍ଚ , ପବିତ୍ର ସାନ୍ ସେଠ୍, ଜେଇ ଏମାନଙ୍କ ମଧ୍ୟରେ ଚାଲିଛି ରାଧେ ରାଧେ ତମର ଅଧେକୁ ଆମର ଅଧେ I ଏଥିପ୍ରତି ବ୍ଲକ ପ୍ରଶାସନ ନଜର ଅନ୍ଦାଜ କଲେ ପୁଣି ଭିଭିଜି ରାମଜୀ ରେ ଦୁର୍ନୀତି ର ଚେର ମାଡ଼ିଯିବା ର ଭୟ ରହିଛି | ଏପଟେ ସରପଞ୍ଚ ମଧ୍ୟ ଚଞ୍ଚକତା କରି କାର୍ଯ୍ୟ ହାସଲ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏହି ଭଳି ଦୁର୍ନୀତି ରେ ଯଦି ପଞ୍ଚାୟତ ଠାରୁ ବ୍ଳକ ଚାଲେ ତେବେ ଗୋଦରା କୋଡେ ଯେତେ ମାଡେ ସେତେ ଭଳି କାର୍ଯ୍ୟ ହେବ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ