ଏମସିଏଏମ କଲେଜରେ ସ୍ୱାଗତ ଉତ୍ସବ ଉଚ୍ଚଲକ୍ଷ୍ୟ, ନିରନ୍ତର ଅଧ୍ୟବସାୟ, ଶୃଙ୍ଖଳା ଓ ଆତ୍ମବିଶ୍ୱାସହିଁ ସଫଳତାର ମୂଳମନ୍ତ୍ର

Nov 23, 2026 - 20:02
 0  2
ଏମସିଏଏମ କଲେଜରେ ସ୍ୱାଗତ ଉତ୍ସବ  ଉଚ୍ଚଲକ୍ଷ୍ୟ, ନିରନ୍ତର ଅଧ୍ୟବସାୟ, ଶୃଙ୍ଖଳା ଓ ଆତ୍ମବିଶ୍ୱାସହିଁ ସଫଳତାର ମୂଳମନ୍ତ୍ର

ବାରିପଦା ତା 23/11 ମହାରାଜପୁର ସ୍ଥିତ ମୟୁରଭଞ୍ଜ କଲେଜ ଅଫ ଆକାଉଣ୍ଟାନ୍ସି ଆଣ୍ଡ ମ୍ୟାନେଜମେଣ୍ଟ (ଏମସିଏଏମ) ପକ୍ଷରୁ ଛାତ୍ରାବାସରେ ସ୍ୱାଗତ ଉତ୍ସବ ପାଳିତ ହୋଇଯାଇଛି। କଲେଜର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ପ୍ରଫେସର ପ୍ରଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଆମେରିକାରେ କାର୍ଯ୍ୟରତ କଲେଜର ପୁରାତନ ଛାତ୍ରୀ ସ୍ଵାଗତିକା ନାୟକ ମୁଖ୍ୟ ଅତିଥି, ସେହିପରି ଆମେରିକାରେ ଜଣେ ମେରାଇନ ଇଞ୍ଜିନିୟର ଭାବେ କାର୍ଯ୍ୟରତ ସମ୍ବିତ କୁମାର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଜର ଅନୁଭୂତି ଓ ଅଭିଜ୍ଞତା ଛାତ୍ରଛାତ୍ରୀଙ୍କ ସହ ବାଣ୍ଟିବା ସହ ଉଚ୍ଚ ଲକ୍ଷ୍ୟ, ନିରନ୍ତର ଅଧ୍ୟବସାୟ, ଶୃଙ୍ଖଳା ଓ ଆତ୍ମବିଶ୍ୱାସହିଁ ସଫଳତାର ମୂଳମନ୍ତ୍ର ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ମୟୁରଭଞ୍ଜ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷା ଦେବାଶ୍ରିତା ବିଶ୍ୱାଳ ଓ ମୟୁରଭଞ୍ଜ ସାଇନ୍ସ ହାୟର ସେକେଣ୍ଡାରୀ ଉପାଧ୍ୟକ୍ଷା ସୁଜାତା ପାଲ ଯୋଗଦେଇ ହଷ୍ଟେଲ ଜୀବନର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ହଷ୍ଟେଲ ଜୀବନ କେବଳ ଶିକ୍ଷା ଗ୍ରହଣର ଏକ ପରିବେଶ ନୁହେଁ, ବରଂ ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସହଯୋଗ, ସହନଶୀଳତା, ଆତ୍ମନିର୍ଭରଶୀଳତା ଓ ସାମାଜିକ ଦାୟିତ୍ୱବୋଧର ବିକାଶ କରିଥାଏ ବୋଲି କହିଥିଲେ। ସଭା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଅଭିପ୍ସା ନାୟକ, ଶ୍ରୀକୃଷ୍ଣ ପ୍ରଧାନ ଓ ଆୟୁଷ ଅନ୍ତରିକ୍ଷ ମହାନ୍ତ ମଞ୍ଚ ପରିଚାଳନା କରିଥିଲେ.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ