୪୭ତମ ଆଇଏସ୍ପିପିଡି ସମ୍ମିଳନୀରେ ସୂର୍ଯ୍ୟକାନ୍ତ ଜ୍ୟୁଙ୍କୁ ଶିକ୍ଷାଗତ ଉତ୍କର୍ଷ ସମ୍ମାନ
ନୂଆଦିଲ୍ଲୀ, ୨୨ ସେପ୍ଟେମ୍ବର ୨୦୨୬: ଶିଶୁ ଦନ୍ତ ଚିକିତ୍ସା ଓ ପ୍ରତିଷେଧମୂଳକ ଦନ୍ତ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଶିକ୍ଷାଗତ ସଫଳତା ପାଇଁ ଡା. ସୂର୍ଯ୍ୟକାନ୍ତ ଜ୍ୟୁଙ୍କୁ ଜାତୀୟ ଶିକ୍ଷାଗତ ଉତ୍କର୍ଷ ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀସ୍ଥିତ ଦ ଲୀଲା ହୋଟେଲ ଆଣ୍ଡ କନଭେନସନ ସେଣ୍ଟର ରେ ଆୟୋଜିତ ୪୭ତମ ଆଇଏସ୍ପିପିଡି ସମ୍ମିଳନୀ–୨୦୨୬ ଅବସରରେ ସେପ୍ଟେମ୍ବର ୨୨ ତାରିଖରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଡା. ସୂର୍ଯ୍ୟକାନ୍ତ ଜ୍ୟୁ ଶିକ୍ଷା ‘ଓ’ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ରେ ଶିଶୁ ଦନ୍ତ ଚିକିତ୍ସା ଓ ପ୍ରତିଷେଧମୂଳକ ଦନ୍ତ ଚିକିତ୍ସାରେ ସର୍ବାଧିକ ନମ୍ବର ହାସଲ କରିଥିବାରୁ ତାଙ୍କୁ ଏହି ଶିକ୍ଷାଗତ ଉତ୍କର୍ଷ ସମ୍ମାନ ପାଇଁ ଚୟନ କରାଯାଇଥିଲା। ସମ୍ମିଳନୀରେ ଭାରତୀୟ ଶିଶୁ ଓ ପ୍ରତିଷେଧମୂଳକ ଦନ୍ତ ଚିକିତ୍ସା ସମିତିର ସଭାପତି ଡା. ବାଲିଗା ଏବଂ ସଭାପତି-ନିର୍ବାଚିତ ଡା. ସୁଶାନ୍ତ ମହାନ୍ତି ଙ୍କ ଉପସ୍ଥିତିରେ ଡା. ଜ୍ୟୁଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ନୂଆଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ଡା. ବିଜୟ ମାଥୁର ଏବଂ ଡା. ଜ୍ଞାନେନ୍ଦ୍ର ସମ୍ମିଳନୀର ଆୟୋଜନ କମିଟିରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଡା. ସୂର୍ଯ୍ୟକାନ୍ତ ଜ୍ୟୁଙ୍କ ଏହି ସଫଳତା ତାଙ୍କର ଶିକ୍ଷାଗତ ଓ ବୃତ୍ତିଗତ ଜୀବନରେ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଛି। ଜାତୀୟସ୍ତରର ଏହି ସମ୍ମାନ ପାଇବା ପରେ ତାଙ୍କୁ ଶିକ୍ଷକ, ସହକର୍ମୀ, ବନ୍ଧୁବର୍ଗ ଓ ଶୁଭେଚ୍ଛୁମାନଙ୍କ ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି। ଓଡ଼ିଶାର ଜଣେ ଦନ୍ତ ଚିକିତ୍ସକ ଭାବେ ଶିଶୁ ଦନ୍ତ ଚିକିତ୍ସା ଓ ପ୍ରତିଷେଧମୂଳକ ଦନ୍ତ ଚିକିତ୍ସାରେ ଜାତୀୟସ୍ତରରେ ଏପରି ସମ୍ମାନ ହାସଲ କରିବା ରାଜ୍ୟ ପାଇଁ ମଧ୍ୟ ଗୌରବର ବିଷୟ ବୋଲି ମତ ପ୍ରକାଶ ପାଇଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0