ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧୧ଶ ଦିନ
ବାରିପଦା - ତା :- ୨୫/୦୨/୨୦୨୬ ରିଖ ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧୧ଶ ଦିନର ୧ମ ମ୍ୟାଚରେ ମହାକାଲ ଦଳ ୭ ଉଇକେଟରେ ରୁଦ୍ରାକ୍ଷ ଦଳକୁ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ରୁଦ୍ରାକ୍ଷ ଦଳ ୧୨ ଓଭରରେ ୯ ଉଇକେଟ ହରାଇ ୧୩୮ ରନ କରିଥିବା ବେଳେ ମହାକାଲ ଦଳ ୧୦. ୨ ଓଭରରେ ୩ ଉଇକେଟ ହରାଇ ୧୪୧ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ମହାକାଲ ଦଳର ସୁଧାକର ନାଏକ ସର୍ବାଧିକ ୫୯ ଓ ଚନ୍ଦନ ସିଂ ୪ ଟି ଉଇକେଟ ଅକ୍ତିଆର କରିଥିଲେ I ୨ୟ ମ୍ୟାଚରେ ଦାନୀ ଏକାଦଶ ୪ ଉଇକେଟରେ ଏଞ୍ଜେଲ ରଣାକୁ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଏଞ୍ଜେଲ ରଣା ୧୨ ଓଭରରେ ୮ ଉଇକେଟ ହରାଇ ୧୨୭ ରନ କରିଥିବା ବେଳେ ଦାନୀ ଏକାଦଶ ୧୧. ୩ ଓଭରରେ ୬ ଉଇକେଟ ହରାଇ ୧୨୮ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଏଞ୍ଜେଲ ରଣା ଦଳର ସୁଭାଶିଷ ଦେ ସର୍ବାଧିକ ୮୦ ରନ କରିଥିବା ବେଳେ ଦାନୀ ଏକାଦଶର ରିତୁନ ମହାନ୍ତି ସର୍ବାଧିକ ୬୩ ରନ କରିଥିଲେ I ରତିକାନ୍ତ ଦାସ, ଲକ୍ଷ୍ମୀଧର ସିଂ, ସଞ୍ଜୟ ସିଂ ଓ ଗଦାଧର ନାୟକ ଖେଳ ପରିଚାଳନା କରିଥିବା ବେଳେ କରନ ଖାନ ସ୍କୋରିଂରେ ସହାୟତା କରିଥିଲେ I ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ I ପୂର୍ବ ଦିନର ୩ୟ ମ୍ୟାଚରେ ପରି ଚାଲେଞ୍ଜର ୯ ଉଇକେଟରେ ରୁଦ୍ରାକ୍ଷ ଦଳକୁ ଓ ୪ର୍ଥ ମ୍ୟାଚରେ ଏଞ୍ଜେଲ ରଣା ଦଳ ୪ ରନରେ ଜଗନ୍ନାଥ ୱରିୟାର ଦଳକୁ ପରାସ୍ତ କରିଥିଲା I ଅତିଥି ଭାବେ ଯୋଗଦେଇ ବାରିପଦା ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା, ପୂର୍ବତନ ରାଜ୍ୟସ୍ତରୀୟ କ୍ରିକେଟ ଖେଳାଳି ଦେବୀଦତ୍ତ ମହାନ୍ତି, ସ୍ଥାନୀୟ କାଉନସିଲର ବିବେକାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ କମିଟି ସଭାପତି ସୌମ୍ୟ ରଞ୍ଜନ ମିଶ୍ର, ଉପ ସଭାପତି ରମାକାନ୍ତ ଦାସ ଓ ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଉପସ୍ଥିତ ଥିଲେ I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0