ବେଲଘର ରେଞ୍ଜ ହାତୀ ମୃତ୍ୟୁ ଘଟଣା ରେ : ୩ ଶିକାରୀ ଗିରଫ : ବର୍ତ୍ତମାନ ସୁଦ୍ଧା ଡେପୁଟି ରେଞ୍ଜର ଫେରାର

Feb 22, 2026 - 19:42
 0  2
ବେଲଘର ରେଞ୍ଜ  ହାତୀ ମୃତ୍ୟୁ ଘଟଣା ରେ : ୩ ଶିକାରୀ ଗିରଫ : ବର୍ତ୍ତମାନ ସୁଦ୍ଧା ଡେପୁଟି ରେଞ୍ଜର ଫେରାର

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲ ରେ ହାତୀ ମୃତ୍ୟୁ ଘଟଣା ରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତିନି ଜଣ ଶିକାରୀ କୁ ଗିରଫ କରିଛି ବନ ବିଭାଗ l ଗିରଫ ତିନି ଜଣ ଶିକାରୀ ମୁଣ୍ଡୁଟି ଜଙ୍ଗଲ ରେ ଜାନୁଆରୀ ୪ ତାରିଖ ଦିନ ବାରହା ଶୀକାର କରିବା ପାଇଁ ବିଦ୍ୟୁତ ତାର ବିଛାଇଥିଲେ l କିନ୍ତୁ ବିଦ୍ୟୁତ ଫାସ ରେ ବାରହା ବଦଳରେ ଏକ ହାତୀ ପଡ଼ିଥିବା ବେଳେ ଜାନୁଆରୀ ୫ ତାରିଖ ଦିନ ବିଦ୍ୟୁତ ସଂସ୍ପର୍ଶ ରେ ଆସି ହାତୀ ର ମୃତ୍ୟୁ ହୋଇଥିଲା l ତେବେ ହାତୀ ମୃତ୍ୟୁ ଘଟଣା ରେ ବନ ବିଭାଗ ତଦନ୍ତ କରିବା ସମୟରେ ଏହି ତିନି ଜଣ ଶିକାରୀ କୁ ଜେରା କରିବା ବେଳେ ବିଦ୍ୟୁତ ତାର ବିଛେଇବା ସହ ହାତୀ ର ମୃତ୍ୟୁ ପରେ ବି ଘଟଣା ସ୍ଥଳରେ ଉପସ୍ଥିତ ରହିଥିବା ସତ ଓଗାଳିଥିଲେ l ଗିରଫ ତିନି ମୁଖ୍ୟ ଅଭିଯୁକ୍ତ ହେଲେ ବେଲଘର ରେଞ୍ଜ ଝିରିପାଣି ଗାଁ ର କ୍ଷମା ପାତ୍ର (୭୬) ବୃଷଭ ପାତ୍ର (୪୪)ଓ ଗୋକୁଳ ପାତ୍ର (୪୧) l ପୂର୍ବରୁ ଫେବୃଆରୀ ୪ ତାରିଖ ରେ ଝିରିପାଣି ଅଞ୍ଚଳ ର ଅନ୍ୟ ୩ ଶିକାରୀ କୁ ଗିରଫ କରିବା ସହ ତିନି ଦେଶୀ ବନ୍ଧୁକ, ବିଦ୍ୟୁତ ତାର, ଛାଲ,ସିଂଘ ସମେତ ବନ୍ୟ ଜୀବଜନ୍ତୁ ଙ୍କ କଙ୍କାଳ ଆଦି ଜବତ କରିଥିଲା ବନ ବିଭାଗ l ତେବେ ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲ ରେ ହାତୀ ମୃତ୍ୟୁ ଘଟଣା ରେ ଏଯାବତ ଛଅ ଜଣ ଶିକାରୀ, ଫେରାର ଡେପୁଟି ରେଞ୍ଜର ଙ୍କ ଡ୍ରାଇଭର, ଜେସିବି ଅପେରେଟର ସମେତ ମୋଟ ୧୦ ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ହାତୀ ମୃତ୍ୟୁ ପରେ ଘଟଣା କୁ ଚପେଇଦେବା କୁ ଉଦ୍ୟମ କରି ହାତୀ ମୃତ ଶରୀର କୁ ୩୨ଖଣ୍ଡ କରି କାଟି ମାଟି ତଳେ ପୋତି ଦେଇଥିବା ଫେରାର ଡେପୁଟି ରେଞ୍ଜର ବିନୟ କୁମାର ବିଶି ଙ୍କୁ ନିଲମ୍ବନ କରାଯାଇଥିବା ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଫେରାର ଡେପୁଟି ରେଞ୍ଜରଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସେ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଜଣାପଡିଛି l ସେହିପରି ତଦନ୍ତ ରିପୋର୍ଟ କୁ ଚପେଇଦେବା ନେଇ ଏସିଏଫ ସୂର୍ଯ୍ୟକାନ୍ତ ବେହେରା ଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି l ଏ ସମ୍ପର୍କ ରେ ଅଧିକ ତଦନ୍ତ ଅବ୍ୟାହତ ରହିଥିବା ବିଷୟ ତଦନ୍ତ କାରୀ ଅଧିକାରୀ ତଥା ଏ ସି ଏଫ ମନୋରଞ୍ଜନ ବାଗ ପ୍ରକାଶ କରିଛନ୍ତି l

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ