ଫେରାର ଅଭିଯୁକ୍ତଙ୍କ ବିରୋଧରେ ଘୋଷଣା ପ୍ରକ୍ରିୟା
ବାଲିଗୁଡ଼ା, ୨୯/୧୧:( ଫାଷ୍ଟ ନ୍ୟୁଜ୍ ଓଡ଼ିଶା)ଏକ ଗଞ୍ଜେଇ ଚାଲାଣ ମାମଲାରେ ଫେରାର ଥିବା ଅଭିଯୁକ୍ତଙ୍କ ବିରୋଧରେ ଆଜି ଘୋଷଣା ପ୍ରକ୍ରିୟା କରାଯାଇଛି। ଅଭିଯୁକ୍ତ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଋତୁଙ୍ଗିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡପାକିଆ ଗ୍ରାମର ଆନ୍ଦ୍ରୀୟ ଦିଗାଲ, ପିତା–କୃଷ୍ଣ ଦିଗାଲ, ଗ୍ରାମ–ଡପାକିଆ, ଥାନା–ବାଲିଗୁଡ଼ାଙ୍କ ବିରୋଧରେ ବାନ୍ସଜୋର ଧରିଛି ଓପି ଏବଂ ବାଲିଗୁଡ଼ା ପୋଲିସ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଏହି ଘୋଷଣା ପ୍ରକ୍ରିୟା କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସିମଡେଗା ଜିଲ୍ଲାର ଜଳଡେଗା ଥାନା କେସ୍ ନମ୍ବର ୫୭/୨୪ ସମ୍ପର୍କିତ ମାମଲାରେ ଅଭିଯୁକ୍ତଙ୍କୁ ମାନ୍ୟବର ମୁଖ୍ୟ ଓ ଜିଲ୍ଲା ମାଜିଷ୍ଟ୍ରେଟ୍, ସିମଡେଗାଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ଉକ୍ତ ନିର୍ଦ୍ଦେଶ ଅନୁଯାୟୀ, ଅଭିଯୁକ୍ତଙ୍କୁ ୪ ଜାନୁଆରୀ ୨୦୨୭ ପୂର୍ବରୁ ଅଦାଲତରେ ହାଜର ହେବାକୁ କୁହାଯାଇଛି। ଏଣୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ହାଜର ନହେଲେ ଆଇନ ଅନୁଯାୟୀ ତାଙ୍କ ବିରୋଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କ ଘରେ ଥିବା ଅର୍ଜିତ ସମ୍ପତ୍ତି ଜବତ ପ୍ରକ୍ରିୟା ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ଥିବା ଜଣାପଡ଼ିଛି। ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ ଅଦାଲତରେ ହାଜର ହେବାକୁ ସୂଚନା ଦିଆଯାଇଛି। ଆଉ ବାଲିଗୁଡ଼ା ଥାନା ଅଧିକାରୀ ଏ ସା ଈ ବୀରେନ୍ଦ୍ର ପ୍ରଧାନ ଏବଂ ସିମଡେଗା ଜିଲ୍ଲାରୁ ଯାଇଥିବା ବୀରେନ୍ଦ୍ର ମୂର୍ମୁ ଉପସ୍ଥିତରେ ଆଜି ଅଭିଯୁକ୍ତ ଘରକୁ ନୋଟିସ୍ ଦେବାପାଇଁ ଯାଇଥିବା ସମୟରେ ତାଙ୍କ ଘରେ କେହି ନଥିବାରୁ ତାଙ୍କ ପଡ଼ିଶା ଘର ଲୋକଙ୍କୁ ନିର୍ଦ୍ଧାରିତ ତାରିଖରେ ମଧ୍ୟରେ କୋର୍ଟ ରେ ହାଜର ହେବାକୁ ସୂଚନା ଦେବା ସହ ତାଙ୍କ ଘରକାନ୍ଥରେ ନୋଟିସ ଛପାଇ ଦେଇଥିବା ଦେଖିବାକୁ ମିଳିଛି I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0