ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ତିନି ମନ୍ଦିରର ରତ୍ନମୁଦ ଉତ୍ସବ :

May 2, 2025 - 11:07
 0  44
1 / 1

1.

ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ତିନି ମନ୍ଦିରର ରତ୍ନମୁଦ ଉତ୍ସବ : ସାମିଲ ହେଲେ ଅନେକ ସାଂସଦ, ବିଧାୟକ ଏବଂ ଶହଶହ ଶ୍ରଦ୍ଧାଳୁ l 

ଥୁଆମୂଳ ରାମପୁର,(ଦୁର୍ଗା କୀର୍ତ୍ତି) : -କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ମା ମାଣିକେଶ୍ବରୀ, ଶ୍ରୀ ଜଗନ୍ନାଥ ଏବଂ ରାମେଶ୍ୱର ମହାଦେବଙ୍କ ନୂତନ ନିର୍ମାଣ ଧୀନ ଭବ୍ୟ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ ତାରିଖ ସୋମବାର ଦିନ ଶୁଭାରମ୍ଭ ହୋଇଥିବା ଏହି ନବ ନିର୍ମିତ ତିନୋଟି ମନ୍ଦିର ସହ ଅଷ୍ଟ ପ୍ରହର ନାମଯଜ୍ଞ ପାଇଁ ସ୍ବତନ୍ତ୍ର ଭାବେ ଅଙ୍କୁର ରୋପଣ ଏବଂ ପରେ ଯଜ୍ଞ ମଣ୍ଡପରେ ସ୍ଥାପନ ପାଇଁ ନଦୀରୁ ଜଳଧାରଣ କରି ଗ୍ରାମର କୁନି କୁନି ଝିଅ ଏବଂ ମହିଳାଙ୍କ ଦ୍ବାରା କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯାହା ଯଜ୍ଞ ଅନୁଷ୍ଠାନରେ ସ୍ଥାପନା କରାଯାଇଥିଲା l ଏହାପରେ ପଞ୍ଚକର୍ମ, ସୂର୍ଯ୍ୟ ପୂଜା, ବନଯୋଗ ଏବଂ ଯଜ୍ଞାରମ୍ଭ ପାଇଁ ଅଗ୍ନି ପୂଜା କରି ଅଗ୍ନି ସ୍ଥାପନ କରାଯାଇଥିଲା।ମଙ୍ଗଳବାର ବିଧି ଅନୁସାରେ ବନଯାଗ ନୀତି ଅନୁଷ୍ଠିତ ହୋଇଥିଲା। ପରେ ସମସ୍ତ ଦେବାଦେବୀଙ୍କ ଆବାହନ କରି ସୁନା କୁରାଢି ଦ୍ବାରା ଶିଳ୍ପୀ ଇନ୍ଦ୍ର ଇନ୍ଦ୍ରାଣୀଙ୍କ ସୁନ୍ଦର ମୁର୍ତ୍ତି ତିଆରି ହେଲା ପରେ ଆବାହନ କରି ଜୀବନ୍ୟାସ ଦେଇ ମନ୍ଦିର ଚୁଡରେ ଥିବା ରତ୍ନମୁଦ ସ୍ଥାନରେ ସ୍ଥାପନ କରାଯାଇଥିଲା। ବୁଧବାର ଅକ୍ଷୟ ତୃତୀୟାର ସକାଳ ୮ ଘଣ୍ଟା ରୁ ୯ ଘଣ୍ଟା ମଧ୍ୟରେ ଥିବା ଅମୃତ ବେଳାରେ ପୂଜାର୍ଚ୍ଚନା ପରେ ଯଜ୍ଞ ଅନୁଷ୍ଠାନର କର୍ତ୍ତା ଯୁଗଳଙ୍କ ଦ୍ବାରା ରତ୍ନମୁଦ ଉତ୍ସବର ଶୁଭ ଅନୁକୂଳ ହୋଇଥିଲା। ଏହାପରେ ଗ୍ରାମ ତଥା ଆଖପାଖ ଅଞ୍ଚଳ ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶହଶହ ଭକ୍ତ ଓ ଶ୍ରଦ୍ଧାଳୁ ଧାନ ଶସ୍ୟ, ଏବଂ ବିଭିନ୍ନ ରତ୍ନାଦି ଭର୍ତ୍ତି କରିଥିଲେ। ରତ୍ନମୁଦ ଉତ୍ସବ ଅବସରରେ ମଙ୍ଗଳବାର ଠାରୁ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା। ମାଣିକେଶ୍ବରୀ ମନ୍ଦିର ଯଜ୍ଞ ଅନୁଷ୍ଠାନ ପାଇଁ ପୁରୀର ପ୍ରସିଦ୍ଧ ଦେବଶର୍ମା ସତ୍ୟ ନାରାୟଣ ତ୍ରିପାଠୀ ମୁଖ୍ୟ ପୁରୋହିତ ଏବଂ ଦେବଶର୍ମା ଚକ୍ରଧର ପଣ୍ଡା ପ୍ରମୁଖ ଯୋଗଦେଇ ପୂଜାର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବେ ତାପସ କୁମାର ରାୟଗୁରୁ ଏବଂ ଧର୍ମପତ୍ନୀ ସତ୍ୟ ନାରାୟଣ ମୁଣ୍ଡଛିନା ଏବଂ ତାଙ୍କ ଧର୍ମପତ୍ନୀ ଯୁଗଳ ଦ୍ବୟ ରହିଥିଲା ବେଳେ ଜଗନ୍ନାଥ ମନ୍ଦିର ପାଇଁ ମୁଖ୍ୟ ପୁରୋହିତ ଭାବେ ରାୟଗଡାର ଜଗନ୍ନାଥ ମହାପାତ୍ର ଏବଂ ତାଙ୍କ ସହଯୋଗୀ ଏବଂ ଏଥିରେ କର୍ତ୍ତା ଭାବେ ଶିବଶଙ୍କର ଦଳପତି ଧର୍ମପତ୍ନୀ ଏବଂ ରାମେଶ୍ୱର ମହାଦେବ ମନ୍ଦିର ଯଜ୍ଞରେ ପୂଜାର୍ଚ୍ଚନା ପାଇଁ ଜୟପାଟଣା ଅଞ୍ଚଳର ମୁଖ୍ୟ ପୁରୋହିତ ଶ୍ରୀପତୀ ଠାକୁର, ଜାମିନୀ କାନ୍ତ ମୁଣ୍ଡ, ଦିଲ୍ଲୀପ କୁମାର ପଣ୍ଡା, ଟିକୁ ମୁଣ୍ଡ, ଦିବାକର ମୁଣ୍ଡ, ବଦ୍ରୀପ୍ରସାଦ ପଣ୍ଡା ଥିବାବେଳେ ଆଲୋକ ରଞ୍ଜନ ମୁଣ୍ଡ ଏବଂ ତାଙ୍କ ଧର୍ମପତ୍ନୀ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠାନରେ ଗୌତମ ଖମାରୀ, ସ୍ମିତ ରଞ୍ଜନ ପଣ୍ଡା, ମାଣିକଲାଲ ପାଣିଗ୍ରାହୀ ଏବଂ କର୍ତ୍ତା ଭାବେ ପ୍ରସାନ୍ତ କୁମାର ମୁଣ୍ଡଛିନା ଏବଂ ଧର୍ମ ପତ୍ନୀ କାର୍ଯ୍ୟ କରିଥିଲେ। ରତ୍ନମୁଦ ଉତ୍ସବ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଏବଂ ପୁର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ସହଯୋଗ ରହିଥିବା ବେଳେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଏବଂ ତାଙ୍କ ସ୍ବାମୀ ପୁର୍ବତନ ସାଂସଦ ଅର୍କ କେଶରୀ ଦେଓ, ଭବାନୀପାଟଣା ସଦର ଯୁବ ବିଧାୟକ ସାଗର ଚରଣ ଦାସ, ନର୍ଲା ବିଧାୟିକା ମନୋରମା ମହାନ୍ତି, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପୋଡଯୋଶୀ, ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ବଳଭଦ୍ର ମାଝୀ, ସମାଜସେବୀ ତଥା ଯୁବନେତା ଚଞ୍ଚେର ମାଝୀ, ଯୁବ ନେତା ରମେଶ ମାଝୀ, ଟିକିରି ଉତ୍କଳ କମ୍ପାନୀ ଏଜିଏମ ମନୋଜ ଦାସ, ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ, ପୂର୍ବତନ ଲୋକସଭା ସାଂସଦ ପ୍ରାର୍ଥୀନୀ ଦ୍ରୌପଦୀ ମାଝୀ, ମହାରାଜ ପରିବାର ରୁ ଭାରତ ଦେଓ , ଆଦିତ୍ୟ ଦେଓ, ସମାଜସେବୀ ଭବାନୀ ଶଙ୍କର ନିଆଲ, ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ଧର୍ମଗଡ ଏନେସି ଉପାଧ୍ୟକ୍ଷା ମନିଷା ମୁଣ୍ଡ ମିଶ୍ର, ରବିନ ସିଂହ ଦେଓ, ସ୍ଥାନୀୟ ବ୍ଲକ୍ ଅଧକ୍ଷ ଦୟାନିଧି ମାଝୀ, ଜୋନ ୧ ଜିଲ୍ଲା ପରିଷଦ ଟୁନି ଖୋସ୍ଲା, ଜୋନ ୨ ଜିଲ୍ଲା ପରିଷଦ ଜୟନ୍ତୀ ମାଝୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ଅନେକ ମାନ୍ୟ ଗନ୍ୟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ରତ୍ନମୁଦ ଉତ୍ସବର ମୁଖ୍ୟ କମିଟି ସହିତ ବିଭିନ୍ନ ମନ୍ଦିର କମିଟିର ସଦସ୍ୟଙ୍କ ସମେତ ଗ୍ରାମର ବିଭିନ୍ନ ଯୁବ ଅନୁଷ୍ଠାନର ସଦସ୍ୟ ଏବଂ ବୁଦ୍ଧିଜୀବୀ ପରିଚାଳନାରେ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଥାନା ଅଧିକାରୀ କୈବଲ୍ୟ ସେଠ୍ ଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନୟକ୍ ଙ୍କ ରିପୋର୍ଟ୍ ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ