ସୁଭଦ୍ରା ଶକ୍ତି ମେଳା ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ

Feb 24, 2026 - 17:37
 0  22
ସୁଭଦ୍ରା ଶକ୍ତି ମେଳା ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୪.୦୨.୨୦୨୬ ରିଖ: ନବରଙ୍ଗପୁର ଜିଲ୍ଲା ସଦର ମହକୁମା ପୋଲିସ ପଡିଆ ଠାରେ ସୁଭଦ୍ରା ଶକ୍ତି ମେଳା ଆସନ୍ତା ୨୫. ୦୨.୨୦୨୬ ଠାରୁ ଶୁଭାରମ୍ଭ ହୋଇ ୦୩.୦୩.୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ! ଏହି ଅବସରରେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ସୁଭଦ୍ରା ଶକ୍ତି ମେଳା ର ଆୟୋଜନ,ବିଭିନ୍ନ କାର୍ଯ୍ୟକ୍ରମ ଓ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ସୁଚନା ଦେଇଛନ୍ତି ! ସୁଚନା ଅନୁସାରେ ଏହି ମେଳାରେ ୧୨୦ ଟି ଷ୍ଟଲ ରହିବ ଯେଉଁଥିରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ନିଜର ଉଦ୍ପାଦିତ ଦ୍ରବ୍ୟ ର ପ୍ରଦର୍ଶନୀ କରିବା ସହ ବିକ୍ରି କରିବେ !ଏଥିରେ ସ୍ଵୟଂ ସହାୟକ ଗୋଷ୍ଠୀ ର ସ୍ଵତନ୍ତ୍ର ଖାଦ୍ୟ ଷ୍ଟଲ ମଧ୍ୟ ଭାଗ ନେଉଛନ୍ତି ! ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅନ୍ୟ ଷ୍ଟଲ ଦ୍ଵାରା ପ୍ରାୟ ୫ କୋଟି ଟଙ୍କା ର ବ୍ୟବସାୟ ହେବ ବୋଲି ଆଶା କରାଯାଉଛି ! ଉଦଘାଟନୀ ଉତ୍ସବ ରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତି ରାଜ ମନ୍ତ୍ରୀ ଙ୍କ ସହ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ, ମାନ୍ୟବର ସାଂସଦ, ବିଧାୟକ ଗଣ ଅତିଥି ଭାବେ ଯୋଗ ଦେବେ ! ୨୬/୨/୨୦୨୬ ତାରିଖ ରୁ ୩/୩/୨୦୨୬ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧୧.୦୦ ଘ ସମୟରେ ମହିଳା ସଶକ୍ତିକରଣ,ମହିଳା ଉଦ୍ୟୋଗୀ, ଲକ୍ଷପତି ଦିଦି,ସ୍ଵାସ୍ଥ୍ୟ ଓ ପରିଚ୍ଛନ୍ନତା ରେ ମହିଳାଙ୍କ ଭୂମିକା,ଲିଂଗଗତ ସମାନତା ,ମହିଳାଙ୍କ ନ୍ୟାୟିକ ଅଧିକାର ଉପରେ ବିଶେଷ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ! ପ୍ରତ୍ୟେକ ସଂଧ୍ୟା ୬.୦୦ ଘ ରୁ ୧୦.୦୦ ଘ ପର୍ଯ୍ୟନ୍ତ ଜିଲ୍ଲାର ମୋଟ ୨୮ ଟି ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ ସହ ଜିଲ୍ଲା ବାହାରୁ ସମ୍ବଲପୁର ,ବଲାଙ୍ଗୀର,କଳାହାଣ୍ଡି,ସୋନପୁର ଜିଲ୍ଲାରୁ ବିଭିନ୍ନ ପ୍ରସିଦ୍ଧ କଳାକାର ସାଂସ୍କୃତିକ ଦଳ ସାଂସ୍କୃତିକ ପ୍ରଦର୍ଶନରେ ଭାଗ ନେବେ ! ଆସନ୍ତା କାଲି ୨୫ ତାରିଖ ଅପରାହ୍ନ ୩.୦୦ ଘ ସମୟରେ ମା ଭଣ୍ଡାରଘରଣୀ ଙ୍କ ମନ୍ଦିରରୁ ପୋଲିସ ପଡିଆ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ ଦଳ ସହ କଳସ ଯାତ୍ରା ଅନୁଷ୍ଠିତ ହେବ ! ମେଳା କୁ ଶାନ୍ତି ଶୃଙ୍ଖଳା,ଟ୍ରାଫିକ ନିୟନ୍ତ୍ରଣ,ଶୌଚାଳୟ,ପାନୀୟ ଜଳ,ଦମକଳ,ପ୍ରାଥମିକ ଚିକିତ୍ସା,କଳାକାର ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ଖାଇବା,ରହିବା ବ୍ୟବସ୍ଥା କରାଯାଇଛି !

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ