ବନାଗ୍ନି ନିବାରଣ ସଚେତନତା କାର୍ଯ୍ୟକ୍ରମ

Feb 28, 2026 - 17:58
 0  14
ବନାଗ୍ନି ନିବାରଣ ସଚେତନତା କାର୍ଯ୍ୟକ୍ରମ

କୋଲାବିରା, ୨୮ ।୨(ଫାଷ୍ଟ ନ୍ୟୁଜ ଓଡିଶା): ଗ୍ରୀଷ୍ମ ଋତୁରେ ବୃଦ୍ଧି ପାଉଥିବା ତାପମାତ୍ର ଓ ଜଙ୍ଗଲ ନିଆର ଭୟାବହତାକୁ ଦୃଷ୍ଟିରେ ରଖ୍ କୋଲାବିରା ଇଂଜ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।ଏନେଇ ଶୁକ୍ରବାର ସମାସିଂହ ଠାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ କୋଲାବିରା ବନାଚଂଲାଧିକାରୀ ସୁଦାମ ଜଗଦଲା ଜଙ୍ଗଲ ସୁରକ୍ଷା ଓ ଅଗ୍ନୀ ନିରାକରଣ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୁଚନା ଦେଇଥିଲେ । ଜଙ୍ଗଲ ନିଆଁ କେବଲ ପ୍ରାକୃତିକ ସମ୍ପଦ ନଷ୍ଟ କରେ ନାହିଁ,ବରଂ ବନ୍ୟଜନ୍ତୁଙ୍କ ଜୀବନ ବିପନ୍ନ କରିବା ସହ ବାୟୁ ପ୍ରଦୂଷଣ ଓ ଜନବସତି ପଇଁ ବିପଦ ସୃଷ୍ଟି କରିଥାଏ । ତେଣୁ ଏହାର ପ୍ରତିକାର ନିମନ୍ତେ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି । ଜଙ୍ଗଲ ନିଆଁ ନିରାକରଣ ପାଇଁ ଜନସାଧାରଣ ସଚେତନ ହେବା ଜରୁରୀ ବୋଲି କହିବା ସହ ବନାଗ୍ନି ନିବାରଣ ଭିତିଭୂମି,ବ୍ୟାପକ ଅଗ୍ନିରୋଧକ ରେଖା ସୃଷ୍ଟି କରାଯିବା ସହିତ ତାର ରକ୍ଷଣାବେକ୍ଷଣ କରାଯାଇଛି । ଚାରା ରୋପଣ ଅଂଚଳ ଏବଂ ରୋପିତ ଚାରାଗୁଡିକ ସୁରକ୍ଷା ଦେବାପଇଁ ଅତିରିକ୍ତ ବ୍ୟବସ୍ତା କରାଯାଉଛି । ବନ ବିଭାଗ ଆନୁକୁଲ୍ୟରେ ସମାସିଂହା ସ୍ଥିତ ଦୁର୍ଗାମଣ୍ଡପ ଠାରେ ଅନୁଷ୍ଠିତ ଏହି ବନାଗ୍ନି ନିବାରଣ ସଚେତନତା କାର୍ଯ୍ୟକ୍ରମରେ ଗଂଜର ସୁଦାମ ଜଗଭୂଲା ଅଧ୍ୟକ୍ଷତା କରି ଜଙ୍ଗଲକୁ କିପରି ନିଆଁ ଦାଉରୁ ରକ୍ଷାକରାଯାଇପାରିବ ଏବଂ ଉଦ୍ଦେଶ୍ୟମୂଳକ ଭାବରେ ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦଣ୍ଡ ବିଧାନର ବିଭଲି କଠୋର ନିୟମ ରହିଛି ସେ ନେଇ ସୂଚନା ଦେଇଥିଲେ । ଗୋଷ୍ଠି ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ସୁଧାଂଶୁ ପଟେଲ,ଅଗ୍ନୀଶମ ବିଭାଗର ଅଧିକରୀ,ବିଦ୍ୟୁତ ବିଭାର ଯନ୍ତ୍ରୀ ପ୍ରମୁଖ ଅତିଥ ଭାବରେ ଯୋଗଦେଇଥିଲେ ।ଓଡିଶା ଡାନ୍ସ ଗ୍ରୁପ,ଅରବିନ୍ଦ ସ୍କୁଲ ତାନ୍ସ ଗ୍ରୁପ,ରାଇଜ ଅପ ଡାନ୍ସ ଗୃପ ଝାରସୁଗୁଡା,ରୟାଲ ଡାନ୍ସ ଗୃପ କୋଲାବିରା ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିବେଷଣ କରି ଉପସ୍ଥିତ ଲୋକଙ୍କ ମଧ୍ୟରେ ସଚେତନତାର ବାର୍ତା ଦେଇଥିଲେ । ତୁଲେଶ୍ଵର ପଟେଲ ଏବଂ ଚେତାନନ୍ଦ ପଟେଲ ମଂଚ ପରିଚାଳନା କରିଥିବା ବେଳେ ସମାସିଂହା ପ୍ରଗତୀ ସଂଘର ର ସଦସ୍ୟ ଅଂଚଳର ସଚେତନ ନାଗରିକ ଏବଂ ଗ୍ରାମବାସୀ ଯୋଗଦେଇଥିଲେ । ବନପାଳ ରମାକାନ୍ତ ନାୟକଙ୍କ ସହିତ ଅନ୍ୟ ବନକର୍ମାଚରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ,(ଫାଷ୍ଟ ନ୍ୟୁଜ ଓଡିଶା)

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ