ଶିଆଳିପଲ୍ଲୀ ମହୋତ୍ସବ
କିର୍ମିରା ୧୬|୨(ଫାଷ୍ଟ ନିଉଜ ଓଡ଼ିଶା) କିର୍ମିରା ବ୍ଳକ ବନ୍ଧପାଲି ପଞ୍ଚାୟତ ସିଆଲରମା ଗ୍ରାମରେ ମହାଶିବରାତ୍ରୀ ଜାଗାର ଯାତ୍ରା ପାଳିତ ହୋଇଯାଇଛି, ସକାଳୁ ମହାଶିବରାତ୍ରି ର ନିତି କାନ୍ତି ଶେଷ ପରେ ମହୋତ୍ସବର ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଗୀତ, ବହୃତା ଓ ଜଣା ଅଜଣା କାର୍ଯ୍ୟକ୍ରମ ଦ୍ବିତୀୟ ପର୍ଯ୍ୟାୟରେ ମହାପ୍ରଭୁ ଦାରୁବ୍ରହ୍ମ ଦେବ ନନ୍ଦ ଘର ପ୍ରବେଶ ଓ ସମ୍ବଲପୁର ର ଦୁଲଦୁଲି ବାଦ୍ୟର ତାଳେତାଳେ ଗ୍ରାମ ପରିକ୍ରମା କରି ରାତ୍ରି ରେ ଗୃହ ପ୍ରବେଶ କରିଥିଲେ, ତୃତୀୟ ପର୍ଯ୍ୟାୟରେ ସନ୍ଧ୍ୟାରେ ଅତିଥ୍ ମାନଙ୍କୁ ସମ୍ବନ୍ଧିତ କାର୍ଯ୍ୟକ୍ରମ ରେ ଗ୍ରାମର ଓ ଅଞ୍ଚଳର ୨୭ ଜଣ ସୁନାମଧନ୍ୟ କଳାକାର, ବାଦ୍ୟ ଓ ନୃତ୍ୟ ଗୁରୁ, ନାରୀନେତ୍ରୀ,ସମାଜସେବା ଏବଂ ପ୍ରଶାସନିକ କ୍ଷେତ୍ରରେ ପଟେଳ ଶଂସନୀୟ କାର୍ଯ୍ୟ କରୁଥିବା ମହାନ୍ ବ୍ୟକ୍ତି ବିଶେଷଙ୍କୁ ଉତ୍ତରୀୟ ଓ ମାନପତ୍ର ସହ ଟ୍ରଫି ପ୍ରଦା ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଅବସରପ୍ରାପ୍ତ ବିଇଓ ଶ୍ରୀଯୁକ୍ତ ସୁଶୀଲ କୁମାର ॥ର ବାଗ, ଅବସରପ୍ରାପ୍ତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରିଧାରୀ ଟଲ, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପଟେଲ, ଲକ୍ଷ୍ମଣ କୁମୁରା, ଅମୀୟ ପରେଖ, ସ୍ଥାନୀୟ ନ୍ଧପାଲି ସରପଞ୍ଚ ତପି ମରେଇ, ଆଞ୍ଚଳିକ ଲୋକ ନାୟକ ଓ ଚାଷୀନେତା ଜଗନ୍ନାଥ ଜେନା ପ୍ରମୁଖ ଅତିଥ୍ ଭାବରେ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନୀତ ନୀତ କରିଥିଲେ, ଅନୁଷ୍ଠାନ ତରଫରୁ ପ୍ରଶାସନିକ ସ୍ତରରେ ରେ ଲଇକେର କେରା ଭାରପ୍ରାପ୍ତ ଥାନାଧୂକାରୀ ଶ୍ରୀ କୃଷ୍ଣଚନ୍ଦ୍ର ମେହେରଙ୍କୁ ନିଶା ନିବାରଣ ସହ ଜନହୀତ କାର୍ଯ୍ୟପାଇଁ ତଥା ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ଜିଲ୍ଲା ସଭାପତି ପଦ୍ମଲୋଚନ ବୁଦୁଲାଙ୍କୁ "ଆଦିବାସୀ ସ୍ବର ବିପ୍ଳବ" ସମ୍ମାନରେ ସମ୍ମାନିତ କରାଯାଇଥିଲା, ସମସ୍ତ କାର୍ଯ୍ୟରେ ଅନୁଷ୍ଠାନ ର ସଂପାଦକ ଶାସ୍ତ୍ରୀ ଭରତଚନ୍ଦ୍ର ଭୋଇ ଓ ମୁଖ୍ୟ ପୂଜକ ପୂଜକ ଶ୍ରୀ ଲୋକେନ୍ଦ୍ର ନାଗ ସହଯୋଗ କରିଥିଲେ,ଚତୁର୍ଥ ପର୍ଯ୍ୟାୟରେ ରେକର୍ଡ ଡ୍ୟାନସ ପ୍ରତିଯୋଗିତାରେ ଝାରସୁଗୁଡ଼ାର ରାଇଜ ଅପ୍ ଓ ବ୍ରଜରାଜନଗର ର ଡାନ୍ସ ଏକାଡେମୀ ତରଫରୁ ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ କରିଥିଲେ, ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ବରଗଡ଼ ଜିଲ୍ଲାର "କରମସାନୀ ଲୀଳା" ରେ ଦର୍ଶକ ଝୁମି ଉଠିଥିଲେ,
କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟ _ଫାଷ୍ଟ ନିଉଜ ଓଡ଼ିଶା
What's Your Reaction?
Like
1
Dislike
0
Love
1
Funny
0
Angry
0
Sad
0
Wow
0