ଦିନିକିଆ ବାରିପଦା ଗସ୍ତରେ ରାଜ୍ୟପାଳ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ କଲେ ପୂଜାର୍ଚ୍ଚନା
ବାରିପଦା, (୨୨/୦୨): ଦିନିକିଆ ବାରିପଦା ଗସ୍ତରେ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପାଟି ଆସି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରିଜର୍ଭ ପୁଲିସ ପଡ଼ିଆସ୍ଥିତ ହ୍ୟାଲିପେଡ୍ରେ ଅବତରଣ କରିବା ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାର୍ବଜନୀନ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର, ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ ନାଏକ, ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍, ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଠୁପାଲୀ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ କରିଥିଲେ । ରାଜ୍ୟପାଳ ପ୍ରଥମେ ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ରାଜ୍ୟବାସୀଙ୍କ ଶାନ୍ତି ଓ ସମୃଦ୍ଧି କାମନା କରି ରାଜ୍ୟପାଳ ପୂଜାର୍ଚ୍ଚନା କରିଥିଲେ।ଏହାପରେ କଲେଜ ପଡିଆ ଠାରେ ଅନୁଷ୍ଠିତ ହେଉଥିବା ସାର୍ବଜନୀନ ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାର୍ବଜନୀନ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ଼. ମହାପାତ୍ରଙ୍କ ପୁତ୍ର ଆୟୁଷ୍ମାନ ଆସ୍ତିକ ମହାପାତ୍ରଙ୍କ ବ୍ରତପୋନୟନ କାର୍ଯ୍ୟକ୍ରମରେ ଯୋଗଦେଇ ଆଶିର୍ବାଦ ପ୍ରଦାନ କରିଥିଲେ। ପାରମ୍ପରିକ ମୂଲ୍ୟବୋଧ ଓ ସାଂସ୍କୃତିକ ପରମ୍ପରାର ସୁରକ୍ଷା ପ୍ରତି ଗୁରୁତ୍ୱାରୋପ କରିବା ସହ ସେଗୁଡ଼ିକୁ ବଜାୟ ରଖିବା ପାଇଁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କ ସମେତ ବିଭିନ୍ନ ବର୍ଗରେ ପ୍ରତିଷ୍ଠିତ ବ୍ୟକ୍ତି ଓ ବହୁ ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି କରାଯାଇଥିବାବେଳେ ସୁଚାରୁ ରୂପେ ସମସ୍ତ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଥିଲା। ଶ୍ରୀ ଶିଶିର କୁମାର ମୁନ୍ଦୁୟା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ମୟୁରଭଞ୍ଜ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0