ନବଜାତ ଶିଶୁକୁ ଗର୍ତ୍ତରେ ଫିଙ୍ଗିଲେ କିଏ

Sep 13, 2026 - 18:26
 0  398
ନବଜାତ ଶିଶୁକୁ ଗର୍ତ୍ତରେ ଫିଙ୍ଗିଲେ କିଏ

ତୁମୁଡ଼ିବନ୍ଧ ୧୩/୦୯/୦୨୬(ସଲମନ୍ ବିନ୍ଧାଣୀ) ପାଇଖାନା ପାଖରେ ଥିବା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତ ଦେହ। କେମିତି ଏଠାରେ ଭାସୁଛି କିଏ ସେ ଗର୍ତ୍ତରେ ଫିଙ୍ଗିଲେ ନବଜାତ ଶିଶୁକୁ ଏ ନେଇ ପ୍ରଶ୍ନ ଉଠୁଛି କୌଣସି ସୂତ୍ରରୁ ନବଜାତ ଶିଶୁର ମୃତଦେହ ଗର୍ତ୍ତରେ ଭାସୁଥିବା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଲେ ତୁମୁଡିବନ୍ଧ ପୋଲିସ।ସନ୍ଧେହ ଘେରରେ ଘର ମାଲିକ। ତୁମୁଡିବନ୍ଧ ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ ଏପରି ସମ୍ବେଦନଶୀଳ ଘଟଣା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ତଥା ତୁମୁଡିବନ୍ଧ ପଞ୍ଚୟତର ବଡ଼ସାହି ରେ ଘଟିଥିବା ଆଜି ରବିବାର ପୂର୍ବାହ୍ନ ୧୦ଘଣ୍ଟା ସମୟରେ ଦେଖିବାକୁ ମିଳିଛି।ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଥିବାବେଳେ ସନ୍ଧେହ ଘେରରେ ଘର ମାଲିକ।ତେବେ ଏପରି ଏକ ସମ୍ବେଦନଶୀଳ ଘଟଣା ତୁମୁଡିବନ୍ଧ ଅଂଚଳରେ ପ୍ରଥମ ହୋଇ ଥିବାବେଳେ ଚାର୍ଚ୍ଚର ବିଷୟ ପାଲଟିଛି।ସୂଚନା ଅନୁସାରେ ତୁମୁଡିବନ୍ଧ ଥାନା ତଥା ସଦର ମହକୁମା ଠାରୁ ମାତ୍ର ୧ କିମି ଦୂର ବଡ଼ସାହିର ରାମ ଚନ୍ଦ୍ର ଚାନ୍ଦ ନୂତନ ଭାବେ ଗୃହ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ପାଇଖାନା ପାଇଁ ଗର୍ତ୍ତ ମଧ୍ୟଖୋଳା ଯାଇଛି।ଲଗାଣ ବର୍ଷା ହେବା ଦ୍ୱାରା ପାଇଖାନା ଗର୍ତ୍ତରେ ବର୍ଷା ପାଣି ଠୁଳ ହୋଇ ରହିଛି।ବର୍ଷା ପାଇଁ ତିନି ଦିନ ହେବ ଗୃହ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି।ଆଜି ଅର୍ଥାତ ରବିବାର ପାଗ ଠିକ ଥିବା ହେତୁ ସକାଳୁ ମିର୍ମାଣ କାର୍ଯ୍ୟ କରିବା ପାଇଁ ରାଜମିସ୍ତ୍ରୀ ଓ ମୂଲିଆ ଡାକି କାର୍ଯ୍ୟ ଆରମ୍ଭ କରିବା ପାଇଁ ରାମ ଚନ୍ଦ୍ର ଚାନ୍ଦ ସେହି ନିର୍ମାଣ ଧୀନ ଗୃହକୁ ଯାଇ ଦେଖିଲା ବେଳକୁ ପାଇଖାନା ଗର୍ତ୍ତରେ ଏକ ନବ ଜାତ ଶିଶୁର ମୃତ ଦେହ ପାଣିରେ ଭାସୁଥିବା ଦେଖିବାକୁ ପାଇଲେ।ଏହା ପରେ ତୁରନ୍ତ ତୁମୁଡିବନ୍ଧ ପୋଲିସ କୁ ଜଣାଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି।ତେବେ ଏପରି ଏକ ଅମାନୁଷିକ ଘଟଣାକୁ ନେଇ ଘର ମାଲିକ ସନ୍ଧେହ ଘେରରେ ଥିବାବେଳେ କିଏ କାହିଁକି କଣ ପାଇଁ ଏପରି ଘୃଣ୍ୟ କାର୍ଯ୍ୟ କଲା ତାହା ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମାନେ ତଥା ସାଧାରଣରେ ଦାବି ହୋଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ