ନକଲି ଏମ୍‌ଭିଆଇର ପରିଚୟ ଦେଇ ଚାନ୍ଧା ଆଦାୟ କରିବା ବେଳେ ଗିରଫ କଲା ସାରଙ୍ଗଡ଼ ପୁଲିସ

Sep 20, 2026 - 06:55
 0  3
ନକଲି ଏମ୍‌ଭିଆଇର ପରିଚୟ ଦେଇ ଚାନ୍ଧା ଆଦାୟ କରିବା ବେଳେ ଗିରଫ କଲା ସାରଙ୍ଗଡ଼ ପୁଲିସ

କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ରେ ନିଜକୁ ଆର୍‌ଟିଓ ବିଭାଗର ମୋଟର ଯାନ ନିରୀକ୍ଷକ (ଏମ୍‌ଭିଆଇ) ବୋଲି ପରିଚୟ ଦେଇ ଗାଡ଼ି ମଟର ଯାଞ୍ଚ୍ କରିବା ଆଳ ଦେଖାଇ ଲୋକଙ୍କୁ ଠକୁଥିବା ଅଭିଯୋଗରେ ସାରଙ୍ଗଡ଼ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଧର୍ମେନ୍ଦ୍ର କୁମାର ବେହେରା ଓରଫ ନିଖୋଲ କୁମାର ପଟ୍ଟନାୟକ (୩୦) ବୋଲି ପୁଲିସ ପକ୍ଷରୁ ପ୍ରକାଶିତ ପ୍ରେସ୍ ନୋଟ୍‌ରେ କୁହାଯାଇଛି। ସାରଙ୍ଗଡ଼ ଥାନା କେସ୍ ନଂ-୧୩୨, ତା. ୧୭.୦୯.୨୦୨୬ରେ ବିଏସ୍ଏସ୍‌ର ଧାରା ୩୧୮(୪)/୩୧୯(୨) ଅନୁଯାୟୀ ମାମଲା ରୁଜୁ ହୋଇଥିବା ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ନିଜକୁ ନିୟମିତ ସରକାରୀ ଚାକିରିରେ ଥିବା ଏମ୍‌ଭିଆଇ ଅଧିକାରୀ ଭାବେ ପରିଚୟ ଦେଇ ଜଣେ ମହିଳାଙ୍କ ବିଶ୍ବାସ ହାସଲ କରିଥିଲା। ବିବାହ ପ୍ରସ୍ତାବ ଦେବା ସହ ତାଙ୍କୁ ସରକାରୀ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇଥିବା ପୁଲିସ କହିଛି।ଏହି ପ୍ରତିଶ୍ରୁତିରେ ବିଶ୍ବାସ କରି ଅଭିଯୋଗକାରୀ ଅଭିଯୁକ୍ତଙ୍କୁ ବିଭିନ୍ନ କିସ୍ତିରେ ମୋଟ ୭ ଲକ୍ଷ ୧୮ ହଜାର ୮୫୧ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି। ଟଙ୍କା ମାଗିବା ପରେ ଅଭିଯୁକ୍ତ ମୋବାଇଲ୍ ଫୋନ୍ ବନ୍ଦ କରି ଦେଇଥିବା ପୁଲିସ ପ୍ରକାଶ କରିଛି । ପୁଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ନିକଟରୁ ଏମଭି ଆଇ ୟୁନିଫର୍ମ, ପୁଲିସ୍ ରେନ୍‌କୋଟ୍, ଏମ୍‌ଭିଆଇଙ୍କ ଗାଡ଼ି ଭଳି ଦେଖାଯାଉଥିବା କମଳା ରଙ୍ଗର ଲାଇଟ୍ ଲାଗିଥିବା ମାରୁତି ଏର୍ଟିଗା, ଅନ୍ୟ ଏକ ମାରୁତି ଅଲ୍ଟୋ କାର୍, ଦୁଇଟି ନାମଫଳକ, ୟୁନିଫର୍ମ ପିନ୍ଧିଥିବା ଫଟୋ, ମୋବାଇଲ୍ ଫୋନ୍, ବ୍ୟାଙ୍କ ପାସ୍‌ବୁକ୍, ଆଧାର କାର୍ଡ ଓ ଶିକ୍ଷାଗତ ପ୍ରମାଣପତ୍ର ଜବତ କରାଯାଇଛି। ପୁଲିସ ଆହୁରି ଦାବି କରିଛି ଯେ, ଅଭିଯୁକ୍ତ ଏହି ନକଲି ପରିଚୟରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନଧୂକୃତ ଭାବେ ଗାଡ଼ି ଯାଞ୍ଚ କରୁଥିଲା । ପୋଷାକ ପିନ୍ଧିଛି ଅସଲି ହେଲେ କାର୍ଯ୍ୟ କରୁଛି ନକଲି ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯାଇ ନିଜକୁ ସରକାରୀ ଅଧିକାରୀ ଭାବେ ପରିଚୟ ଦେଇ ଲୋକଙ୍କୁ ପ୍ରଭାବିତ କରୁଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଥିବା କୁହାଯାଇଛି। ଏଥିସହ ଅଭିଯୁକ୍ତ ଏକ ମହିଳାଙ୍କୁ ବିବାହ ପ୍ରସ୍ତାବ ଦେଇ ମିଥ୍ୟା ପ୍ରତିଶ୍ରୁତି ଜରିଆରେ ଆର୍ଥୀକ ଓ ଯୌନ ଶୋଷଣ କରିଥିବା ନେଇ ପୁଲିସ ତଦନ୍ତ କରୁଛି। ଏହି ଘଟଣାରେ ଆଉ କେତେଜଣ ଠକେଇର ଶିକାର ହୋଇଛନ୍ତି ଏବଂ ଅଭିଯୁକୁ ସହ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି। ଗିରଫ ଅଭିଯୁକ୍ତଙ୍କୁ ବାଲିଗୁଡ଼ା ଏସ୍‌ତିଜେଏମ୍ ଅଦାଲତକୁ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।ଅଭିଯୁକ୍ତ ର ଘର କନ୍ଧମାଳ ଚକାପାଦ ରେ ବୋଲି ଜଣା ପଡିଛି |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ