ତିନି ଦିନ ପରେଯୁବକ ଙ୍କ ଝୁଲୋନ୍ତା  ଶବ ଉଦ୍ଧାର:ପରିବାର ଲୋକେ ଛାନିଆ 

Sep 24, 2026 - 05:57
 0  2
ତିନି ଦିନ ପରେଯୁବକ ଙ୍କ ଝୁଲୋନ୍ତା  ଶବ ଉଦ୍ଧାର:ପରିବାର ଲୋକେ ଛାନିଆ 

ନନ୍ଦପୁର,  ନନ୍ଦପୁର ଥାନା ଅନ୍ତର୍ଗତ ଖୁର୍ଜି ଗ୍ରାମପଞ୍ଚାୟତ ଅଧୀନସ୍ଥ ମାଝିପୁଟ  ଗ୍ରାମ ମଶାଣି ନିକଟସ୍ଥ ତୋଟା ମଧ୍ୟରେ ଜଣେ ଯୁବକଙ୍କ ଝୁଲନ୍ତାମୃତ ଦେହ ଉଦ୍ଧାର କରିଛି ନନ୍ଦପୁର ପୁଲିସ୍ l ଏହି ଘଟଣା ଅଞ୍ଚଳରେ ହୋଇ ଚଇ ସୃଷ୍ଠି କରିଛିl ଯୁବକଙ୍କ ନାମ,କୁନୁ ଖିନିବୁଡି ପିତା,ସୁକ୍ରା ଖିନିବୁଡ଼ି ବୋଲି ଜଣାପଡିଛି l ସନ୍ଧ୍ୟା ହୋଇଯିବାରୁ ଶବ ବ୍ୟବଚ୍ଛେଦ ହୋଇପାରିନଥିବା ବେଳେ ବୈଶିୟୀକ ଦଳର ଯାଞ୍ଚ ପରେ ଗୁରୁବାର ଶବ ବ୍ୟବଚ୍ଛେଦ ହେବ ବୋଲି କହିଛନ୍ତିଥାନା ଅଧିକାରୀ ତ୍ରିନାଥ ତୋଟାପାଡ଼ିଆ l ସୂଚିତ ଯେ କୁନୁ ଗତ  ସୋମବାର ସନ୍ଧ୍ୟାରେ ଘରୁବାହାରି ଆଉ ଫେରିନଥିଲେ l ତେବେ ସୋମବାର ରାତି ଓ ମଙ୍ଗଳବାର ଦିନ କୁନୁଘରକୁ ନ ଫେରିବାରୁ ଘର ଲୋକେ ସାଙ୍ଗସାଥୀ, ବା ସମ୍ପର୍କୀୟଙ୍କ ଘରକୁ ଯାଇଥିବା ଅନୁମାନ କରିଥିଲେ। ହେଲେ ବୁଧବାର ଦିନ ଉକ୍ତ ଗ୍ରାମର ଲୋକମାନଙ୍କ ଠାରୁଗାଁ ସମ୍ମୁଖ ଭାଲିଆ ତୋଟାର ଏକ ଗଛରେ କାହାର ଝୁଲନ୍ତା ଶବ ଥିବା କଥା ଶୁଣି ପରିବାର ଲୋକେଓ ଗ୍ରାମ ବାସି ଭାଲିଆ ତୋଟା କୁ ପହଂଚି କୁନୁର ଝୁଲନ୍ତା ଶବକୁ ଦେଖିଥିଲେ l ସଙ୍ଗେ ସଙ୍ଗେ ନନ୍ଦପୁର ପୁଲିସ୍ କୁ ଖବର ଦେବା ପରେଥାନା ଏ ଏସ, ଆଇ ଗୁପ୍ତେଶ୍ୱର ଗୌଡ ଏକ ଟିମ୍ ନେଇ ଘଟଣା ସ୍ଥଳରେ  ପହଂଚି ସ୍ଥିତି  ଅନୁଧ୍ୟାନ କରିବା ପରେ ଶବଜବତ କରିଛନ୍ତି। ନନ୍ଦପୁର ରୁ ଶଙ୍କର ପାଙ୍ଗି ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ