କେନ୍ଦୁଘାଟରେ ଝାଡ଼ାବାନ୍ତି ଆତଙ୍କ: ୮ ବର୍ଷର ନାବାଳକ ମୃତ, ୧୬ ଆକ୍ରାନ୍ତ ଭ୍ରାମ୍ୟମାଣ ମେଡିକାଲ ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ

Sep 18, 2026 - 18:23
 0  3
କେନ୍ଦୁଘାଟରେ ଝାଡ଼ାବାନ୍ତି ଆତଙ୍କ: ୮ ବର୍ଷର ନାବାଳକ ମୃତ, ୧୬ ଆକ୍ରାନ୍ତ ଭ୍ରାମ୍ୟମାଣ ମେଡିକାଲ ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ

ଉମରକୋଟ: ଉମରକୋଟ ବ୍ଲକ୍ ଅନ୍ତର୍ଗତ ତୋହରା ପଞ୍ଚାୟତର କେନ୍ଦୁଘାଟ ଗ୍ରାମରେ ଜ୍ୱର ଓ ଝାଡ଼ାବାନ୍ତି ବ୍ୟାପିବା ଘଟଣାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣେ ୮ ବର୍ଷର ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୬ ଜଣ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ମୃତ ନାବାଳକ ଜଣକ କେନ୍ଦୁଘାଟ ଗଉଡପଡ଼ାର ଟଙ୍କଧର ଗଉଡଙ୍କ ପୁଅ ଉଦୟନାଥ ଗଉଡ (୮) ବୋଲି ଜଣାଯାଇଛି। ଉଦୟନାଥ ଝରିଗାଁ ବ୍ଲକ୍‌ର କଲେଗାଁରେ ତୃତୀୟ ଶ୍ରେଣୀରେ ପଢ଼ୁଥିଲେ। ନୂଆଖାଇ ଛୁଟି ଅବସରରେ ସେ ଘରକୁ ଆସିଥିବାବେଳେ ହଠାତ୍ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ, ଗ୍ରାମରେ ଏକାଧିକ ଲୋକ ଜ୍ୱର ଓ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ଅସୁସ୍ଥମାନଙ୍କୁ ପୁଝାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ଘଟଣାର ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ଭ୍ରାମ୍ୟମାଣ ମେଡିକାଲ ଟିମ୍ କେନ୍ଦୁଘାଟରେ ପହଞ୍ଚି ଅସୁସ୍ଥଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଆରମ୍ଭ କରିଛି। ଗ୍ରାମରେ ରୋଗ ବ୍ୟାପିବାର ପ୍ରକୃତ କାରଣ ଜଣାପଡ଼ିନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ରୋଗର କାରଣ ଚିହ୍ନଟ ସହ ଆବଶ୍ୟକ ପରୀକ୍ଷା ଓ ଚିକିତ୍ସା ବ୍ୟବସ୍ଥାକୁ ଜୋରଦାର କରିବାକୁ ଦାବି ହୋଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ