ଶୁଣିଲାନି ପ୍ରଶାସନ,ଚାନ୍ଦାକରି ରାସ୍ତା ମରାମତି କଲେ କପୁଗୁଡ଼ା ଅଞ୍ଚଳବାସୀ
କ.ନୂଆଗାଁ ୧୭/୧୦/୦୨୬(ସଲମନ୍ ବିନ୍ଧାଣୀ)କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡା ପଞ୍ଚାୟତ ୫ ନମ୍ବର ୱାର୍ଡ କପୁଗୁଡ଼ା ଡଲାବାଲି କଟାବାଲି ବେସେଙ୍ଗିନାଜୁ ମାହାଗୁଡ଼ା ସୁଣ୍ଢିସାହି ବରସାହି ଗାଁକୁ ଗମନାଗମନ ପାଇଁ ମଗଡ଼ିଙ୍ଗିଆ ସ୍କୁଲ ଛକ ଠାରୁ ଆରମ୍ଭ କରି ଉପର କଙ୍ଗେରିକିଆ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ଯାଳୟ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରିବା ପାଇଁ ବାରମ୍ୱାର ଦାବି କରି ଆସୁଥିଲେ ଗ୍ରାମବାସି କୌଣସି ପ୍ରଶାସନ୍ ଶୁଣିଲା ନାହିଁ I ଆଉ ଶାସକ ଦଳର ନେତା ମନ୍ତ୍ରୀ ଭାଷଣ ମାରୁଛନ୍ତି ବିକାଶ କରୁଛୁ ସେହି ବିକାଶ କୁଆଡ଼େ ବାଟ ମାରଣା ହେଉଛି ଲୋକେ ନିଜସ୍ୱ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି I ଏମାନଙ୍କୁ ଲଜ୍ୟା ଲାଗିବା କଥା କନ୍ଧମାଳରେ ବିକାଶର କଥା କହିବା ପାଈଁ ବଣ୍ଡଗୁଡ଼ା ଅଞ୍ଚଳ ବାସି ଙ୍କ ପାଇଁ ସରକାର ଙ୍କ ତରଫରୁ କୈାଣସି ସୁବିଧା ମିଳିଲା ନାହିଁ । ଯାହା ଫଳରେ ବର୍ଷା ଦିନେ ଗମନାଗମନ ପାଇଁ ଜରୁରୀକାଳୀନ ସେବାରୁ ବହୁତ ଅସୁବିଧା ସମୁଖୀନ ହେଉଥିବା ଯୋଗୁଁ କପୁଗୁଡ଼ା ଅଞ୍ଚଳବାସୀ ଏକତ୍ରିତ ହୋଇ ଚାନ୍ଦା କରି ରାସ୍ତା ମରାମତି କରିଛନ୍ତି । ଏହି ଭଳି ପ୍ରତ୍ୟେକ ବର୍ଷ ଚାନ୍ଦା ଆଦାୟ କରି ଗ୍ରାମ ବାସୀ ଙ୍କ ସହଯୋଗରେ ରାସ୍ତା ନିର୍ମାଣ କରୁଥିବା ଦେଖିବାକୁ ମିଳିଛି । ରାସ୍ତା ମରାମତି ପାଇଁ ଗ୍ରାମ ବାସୀ ପ୍ରଶାସନ ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରିଥିଲେ କିନ୍ତୁ କୈାଣସି ଫଳପ୍ରଦ ହୋଇନଥିଲା ଶେଷରେ ନିଜ କାମକୁ ନିଜେ କରିବା ପାଇଁ ନିଷ୍ପତ୍ତି ନେଇ ଚାନ୍ଦା ଆଦାୟ କରି ମଗଡ଼ିଙ୍ଗିଆ ସ୍କୁଲ ଛକ ଠାରୁ ଘାଟି ପର୍ଯ୍ୟନ୍ତ ମରାମତି କରିଛନ୍ତି । ଗାଁ ର ଯୁବକ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ ହୋଇଥିଲେ । ରାସ୍ତା ନିର୍ମାଣ ପାଇଁ ପ୍ରଶାସନ କୁ ବାରମ୍ବାର ଦାବି କରାଯାଇଥିଲା ତଥାପି କୌଣସି ପ୍ରଶାସନର ଦୃଷ୍ଟି ପଡ଼ୁନଥିଲା ବୋଲି ଅଞ୍ଚଳ ବାସି କହିଛନ୍ତି I ସେମାନଙ୍କ ମଧ୍ୟରୁ ଯାଦବ ପ୍ରଧାନ,ବିରୂପାକ୍ଷ ପ୍ରଧାନ, ମନଜ ପ୍ରଧାନ,ରିଙ୍କୁ ପ୍ରଧାନ, ଜନ୍ତା ପ୍ରଧାନ,ବିଜୟ ଚନ୍ଦ୍ର ପ୍ରଧାନ, ଟଙ୍କଧର ପ୍ରଧାନ, ସମେତ ଅଞ୍ଚଳବାସୀ ଉପସ୍ଥାପନ କରିଛନ୍ତି ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0