ରାଉଳ ନଦୀରେ ଭାସିଯାଇଥିବା ବୃଦ୍ଧଙ୍କ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ

Oct 2, 2026 - 06:42
 0  92
ରାଉଳ ନଦୀରେ ଭାସିଯାଇଥିବା ବୃଦ୍ଧଙ୍କ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ  ବିଭାଗ କର୍ମଚାରୀ

ତୁମୁଡିବନ୍ଧ, ୧/୧୦/୨୦୨୬ (ସଲମନ୍ ବିନ୍ଧାଣୀ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ପୁଅ ସହ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିବା ବେଳେ ରାଉଳ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିବା ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ତିନି ଦିନ ପରେ ଉଦ୍ଧାର କରିଛି ତୁମୁଡିବନ୍ଧ ଅଗ୍ନିଶମ ବିଭାଗ। ମୃତକ ହେଲେ କଳିସାପଦର ଗ୍ରାମର ଅର୍ଜୁନ ମୁଣ୍ଡା। ସୂଚନା ଅନୁଯାୟୀ, ଅର୍ଜୁନ ମୁଣ୍ଡା ପ୍ରତିଦିନ ଭଳି ଘଟଣାଦିନ ମଧ୍ୟ ନିଜ ପୁଅଙ୍କ ସହ ନିକଟସ୍ଥ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ବାହାରିଥିଲେ। ଜଙ୍ଗଲକୁ ଯିବା ବାଟରେ ପଡୁଥିବା ରାଉଳ ନଦୀ ପାର ହେଉଥିବା ସମୟରେ ହଠାତ୍‌ ପ୍ରଖର ଜଳସ୍ରୋତରେ ଅର୍ଜୁନ ଭାସିଯାଇଥିଲେ। ବାପାଙ୍କୁ ନଦୀ ସ୍ରୋତରେ ଭାସିଯାଉଥିବା ଦେଖି ପୁଅ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ମାତ୍ର ନଦୀର ସ୍ରୋତ ଅତ୍ୟଧିକ ପ୍ରଖର ଥିବାରୁ ସେ ବାପାଙ୍କୁ ଉଦ୍ଧାର କରିପାରିନଥିଲେ। ଫଳରେ ଅର୍ଜୁନ ନଦୀ ସ୍ରୋତରେ ନିଖୋଜ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ତୁମୁଡିବନ୍ଧ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାଉଳ ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲା। ଦୀର୍ଘ ତିନି ଦିନ ଧରି ଅଗ୍ନିଶମ କର୍ମଚାରୀମାନେ ନଦୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଥିଲେ। ଶେଷରେ ଆଜି ଅର୍ଜୁନ ମୁଣ୍ଡାଙ୍କ ମୃତଦେହ ଉଦ୍ଧାର କରିବାରେ ଅଗ୍ନିଶମ ବିଭାଗ ସଫଳ ହୋଇଛି। ପରେ ତୁମୁଡିବନ୍ଧ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସରକାରୀ ମେଡିକାଲକୁ ପଠାଇଥିବା ଜଣାପଡ଼ିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ