ସୁନାବେଡ଼ା ମେଗା ଡ୍ରାଇଭ କୋଟ୍ରାବେଡ଼ା ରେ ଉଦଯାପିତ
ନୂଆପଡ଼ା : ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ଉପାନ୍ତ ଅଞ୍ଚଳ କୋଟ୍ରାବେଡ଼ା ଗାଁ ରେ ମେଗା ଆଇନ କ୍ଲିନିକ କାର୍ଯ୍ୟକ୍ରମ ଉଦ୍ଯାପନୀ ସଭା ଅନୁଷ୍ଠିତ ହୋଇଯାଇଅଛି। ଅଗଷ୍ଟ ୨୫ ତାରିଖ ରୁ ଅକ୍ଟୋବର ୨୩ ତାରିଖ ଦିନ ୬୦ ଦିନ ସ୍ୱତନ୍ତ୍ର ମେଗା ଆଇନ କ୍ଲିନିକ୍ ଅନୁଷ୍ଠିତ ହୋଇଥିଲା। ଆଦିମ ଜନଜାତି ଙ୍କୁ ଆଇନ ସହାୟତା ପ୍ରଦାନ ସାଙ୍ଗକୁ ଆବଶ୍ୟକ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ନେବା ପାଇଁ ଆହ୍ୱାନ କରିଥିଲେ। ସଭାରେ ଆଇନ ସେବା ପ୍ରାଧିକରଣ ସଚିବ ନବନିତା ଦାଶ ଯୋଗ ଦେଇ ଅଧ୍ୟକ୍ଷତା କରିଥିବା ବେଳେ ଶିଶୁ ମଙ୍ଗଳ ସମିତି ର ପୂର୍ବତନ ଅଧ୍ୟକ୍ଷ ଡଃ.ଫନିନ୍ଦମ ଦେଓ ଯୋଗ ଦେଇ ଅଞ୍ଚଳ ସମସ୍ୟା ସାଙ୍ଗକୁ ଉନ୍ନତି ହେବା ସ୍ୱୀକାର କରିବା ସହ ଆବଶ୍ୟକ ସେବା ପ୍ରଦାନ ରେ ବ୍ୟାହତ ହେଉଅଛି।ନିଜ ଅଧିକାର ପାଇବା ପାଇଁ ଆଇନ ଉପରେ ସଚେତନ ହେଲେ ନିଜ ଅଧିକାର ପାଇବାକୁ ସହଜ ଏବଂ ସୁବିଧା ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଭାରେ ଆଇନଜୀବୀ କୁମୁଦ ହୋତା, ବଳଦେବ ରଥ, ସୋହେଲ ଖାନ୍, ବରିଷ୍ଠ ସାମ୍ବାଦିକ ପୁରୁଷୋତ୍ତମ ଠାକୁର, ତପନ ଦାଶ, ପରମେଶ୍ୱର ବାରିକ, ସମାଜସେବୀ ଚନ୍ଦ୍ର ପ୍ରକାଶ ଯୋଶୀ ଯୋଗ ଦେଇଥିବା ବେଳେ ଅଧିକାର ମିତ୍ର ଲଳିତ ମୋହନ ରାଉତ, ତୋଫାନ ବାଗ ଓ ଚିତ୍ତେଶ୍ୱରୀ ଜଗତ ପ୍ରମୁଖ ଯୋଗ ଦେଇଥିଲେ । ଗ୍ରାମ ରେ ବସବାସ କରୁଥିବା ଚାକୋଟିଆ ଭୁଞ୍ଜିଆ ଆଦିମ ଜନଜାତି ର ଲୋକମାନେ ଏହି ସଭାରେ ଯୋଗ ଦେଇଥିଲେ ।
ନୂଆପଡାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0