ନାଗଭୂଷଣ ପଟ୍ଟନାୟକ 28 ତମ ଶ୍ରଦ୍ଧାଞ୍ଜଳି ଦିବସ

Oct 9, 2026 - 20:33
 0  10
ନାଗଭୂଷଣ ପଟ୍ଟନାୟକ 28 ତମ ଶ୍ରଦ୍ଧାଞ୍ଜଳି ଦିବସ

ଚଳିତ ମାସ 09 10 2026 ଗୁଣପୁର ମୋଟର କର୍ମଚାରୀ ସଂଘ AICCTU କାର୍ଯ୍ୟାଳୟ ରେ ନାଗଭୂଷଣ ପଟ୍ଟନାୟକ କଂ 28 ତମ ଶ୍ରଦ୍ଧାଞ୍ଜଳି ଦିବସ ରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ବାଇପାସ୍ ଛକ ନିକଟ ନାଗଭୂଷଣ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମୋଟର କର୍ମଚାରୀ ସଂଘ ସଭାପତି ଫଣୀ ଭୁଷଣ ପଟ୍ଟନାୟକ, ତ୍ରିପତି ଗମାଙ୍ଗ ସମ୍ପାଦକ, ସି ପି ଆଇ (ଏମଏଲ) ଲିବରେସନ, ଦିଲ୍ଲୀପ କୁମାର ପଟ୍ଟନାୟକ, ପି ଭେକଂଟ ରାଓ, ପ୍ରଦୀପ କୁମାର ନାୟକ, ବିନଭା ଶ୍ରୀରାମ, ଜଳନ୍ଧର ଦାସ ଓ ଅନ୍ୟାନ୍ୟ ସାଥୀ ମାନେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି । ନାଗଭୂଷଣ ପଟ୍ଟନାୟକ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ ରେ ଗଣିତ ର ଛାତ୍ର ଥିଲେ । କଟକ ସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟ ରୁ ଆଇନ ଶିକ୍ଷା ସମାପ୍ତ କରିଥିଲେ। ଛାତ୍ର ଜିବନ ରୁ (SFI) ଛାତ୍ର ସଂଗଠନ ର ସକ୍ରୀୟ ସଦସ୍ଯ ଥିଲେ। 1961 ମହିହା ରେ କମୁନିଷ୍ଟ ପାର୍ଟି ସଦସ୍ୟ ହୋଇ କୋରାପୁଟ ଓ ମାଲକାନଗିରି ଅଞ୍ଚଳରେ ଆଦିବାସୀ ଓ କୃଷକ ମାନଙ୍କୁ ଏକଜୁଟ କରି ଲଡେଇ କରିଥିଲେ। 1967 ମସିହା କଲିକତା ରେ ନକସାଲବାଡିରେ କୃଷକ ଆଦୋଂଲନ ଚାଲୁଥିବା ସମୟରେ ନାଗଭୂଷଣ ଗୁଣପୁର ରେ ଓକିଲାତ କରୁଥିଲେ। 1969 ମସିହାରେ କୃଷକ ଆଦୋଂଲନ ଚାଲୁଥିବା ସମୟରେ 1969 ମସିହାରେ ଗିରଫ ହୋଇ ବିଶାଖାପାଟଣା ଜେଲ ରେ ରହିବା ସମୟରେ ଜେଲ ଭାଙ୍ଗି ଖସି ଫଳେଇଥିଲେ। ପୁଣି 1969 ମସିହା ଅକ୍ଟୋବର ମାସରେ ଗିରଫ ହେଲେ। ସରକାର ମିଥ୍ଯା କେସ ରେ 1970 ମସିହାରେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ପରେ ସାରା ଦେଶରେ ଆଦୋଂଲନ ଓ ଦେଶ ଭକ୍ତ ଏବଂ ଜନବାଦୀ ମାନଙ୍କ ଅଭିଯାନ ଓ ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ସର୍ବୋଦୟ ନେତ୍ରୀ ମାଳତୀ ଚୌଧୁରୀ ମିଶି ଇନ୍ଦିରାଗାନ୍ଧୀ କୁଂ 1971 ମସିହାରେ ମୁକ୍ତିପାଇଁ ଆବେଦନ କରିବାପରେ ରାଷ୍ଟ୍ରପତି ନାଗଭୂଷଣ ମୃତ୍ୟୁଦଣ୍ଡ କୁ ଆଜିବନ କାରାବାସ କୁ ପରିବର୍ତ୍ତନ କରିଥିଲେ। ସାରା ଦେଶରେ ପାର୍ଟି କୁ ବିସ୍ତାର କରିବା ପରେ 1989 ମସିହା ଅକ୍ଟୋବର 9 ତାରିଖ ଦିନ ଚେନାଇ ମେଡିକାଲ ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ