ବିଶ୍ୱର ଶ୍ରେଷ୍ଠ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ମୟୂରଭଞ୍ଜ ର ତପନ ମହାନ୍ତ

Oct 9, 2026 - 19:30
 0  9
ବିଶ୍ୱର ଶ୍ରେଷ୍ଠ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ମୟୂରଭଞ୍ଜ ର ତପନ ମହାନ୍ତ

କରଞ୍ଜିଆ,୯/୧୦ ଗରିବ ଚାଷୀ ପରିବାର ର ପିତା କେବେ ବିଦ୍ୟାଳୟର ଶିକ୍ଷା ରୁ ବଞ୍ଚିତ ରହିଥିବା ବେଳେ ସେହି ଚାଷୀ ପିତାମାତା ଙ୍କ ପୁଅ ଆଜି ବିଶ୍ୱସ୍ତରର ସୁନାମଧନ୍ୟ ବୈଜ୍ଞାନିକ ମାନଙ୍କ ମଧ୍ୟରୁ ଜଣେ Iତେବେ ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ଗବେଷଣା ପ୍ରତି ଅସୀମ ନିଷ୍ଠା ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇପାରେ ବୋଲି ଏହା ପ୍ରମାଣିତ କରିଛନ୍ତି ମୟୁରଭଞ୍ଜ ଜିଲ୍ଲା ରୁରୁଆଁ ବ୍ଲକ ଅନ୍ତର୍ଗତ ଅଙ୍ଗାରପଦା ଗ୍ରାମ ପଞ୍ଚାୟତ ଅଧୀନ ବାଉଁଶପୁର ଗ୍ରାମର ବାସିନ୍ଦା ତଥା ଚାଷୀ ଶ୍ରୀ ଗୁରୁପ୍ରସାଦ ମହାନ୍ତ ତଥା ମାତା ରଜନୀ ରାଣୀ ମହାନ୍ତ ଙ୍କ ସୁପୁତ୍ର ପ୍ରଫେସର ତପନ କୁମାର ମହାନ୍ତ। ଗୋଟିଏ ଚାଷୀ ପରିବାରରୁ ଆସି ଆଜି ସେ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇ ନିଜ ପରିବାର, ଅଞ୍ଚଳ ଓ ଦେଶ ପାଇଁ ଗୌରବ ଆଣିପାରିଛନ୍ତି। ତେବେ ତପନଙ୍କ ପିତା ଜଣେ ଚାଷୀ ଏବଂ ସେ କେବେ ବିଦ୍ୟାଳୟକୁ ଯାଇନାହାନ୍ତି ଏବଂ ଶିକ୍ଷାର ଔପଚାରିକ ସୁଯୋଗରୁ ବଞ୍ଚିତ ଥିବା ଜଣେ ପିତାଙ୍କ ପୁଅ ଆଜି ନିଜ ଗବେଷଣା ଓ ବୈଜ୍ଞାନିକ ଅବଦାନ ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିଛନ୍ତି। ଏହା କେବଳ ତାଙ୍କ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଶିକ୍ଷା ଓ ଅଧ୍ୟବସାୟର ଶକ୍ତିକୁ ପ୍ରମାଣିତ କରୁଥିବା ଏକ ପ୍ରେରଣାଦାୟକ କାହାଣୀ। ସାଉଦି ଆରବର ଇମାମ ଅବଦୁଲ ରେହମାନ ବିନ୍ ଫୈଜଲ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ତପନ କୁମାର ମହାନ୍ତାଙ୍କ ନାମ ଶୀର୍ଷ ରେ ଥିବା ୨ପ୍ରତିଶତ ବୈଜ୍ଞାନିକ ଙ୍କ ତାଲିକାରେ ସ୍ଥାନ ପାଇଛି। ପ୍ରଦତ୍ତ ପ୍ରମାଣପତ୍ର ଅନୁଯାୟୀ, ତାଙ୍କର ବିଶ୍ୱସ୍ତରୀୟ ସାମଗ୍ରିକ ରାଙ୍କ୍ ୩୭,୦୭୩ ରହିଥିବାବେଳେ, ଉପକ୍ଷେତ୍ର ଭାବେ ଉଦ୍ଭିଦ ଜୀବବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ ରେ ତାଙ୍କର ବିଶ୍ୱ ରାଙ୍କ୍ ୫୪୫ ରହିଛି। ୨୦୨୧ରୁ ୨୦୨୬ ଲଗାତାର ୬ ପର୍ଯ୍ୟନ୍ତ ଏହି ତାଲିକାରେ ତାଙ୍କର ସ୍ଥାନ ଉଲ୍ଲେଖ କରାଯାଇଛି। ଏହି ତାଲିକାର ତଥ୍ୟ ଏଲ୍ସିଭିଏର ଏବଂ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ମୂଲ୍ୟାଙ୍କନ ସହ ଜଡ଼ିତ ବୋଲି ପ୍ରମାଣପତ୍ରରେ ଦର୍ଶାଯାଇଛି। ଜଣେ ଚାଷୀଙ୍କ ପୁଅ ଭାବେ ଜୀବନ ଯାତ୍ରା ଆରମ୍ଭ କରି ବିଶ୍ୱର ପ୍ରମୁଖ ବୈଜ୍ଞାନିକଙ୍କ ମଧ୍ୟରେ ସ୍ଥାନ ପାଇବା ନିଶ୍ଚିତ ଭାବେ ଏକ ଉଲ୍ଲେଖନୀୟ ସଫଳତା। ତପନ କୁମାର ମହାନ୍ତାଙ୍କ ଏହି ସଫଳତା ଅନେକ ଛାତ୍ରଛାତ୍ରୀ ଓ ଯୁବ ଗବେଷକଙ୍କୁ ନିଜ ଲକ୍ଷ୍ୟ ପ୍ରତି ସମର୍ପିତ ରହିବାକୁ ନିଶ୍ଚିତ ପ୍ରେରଣା ଯୋଗାଇବ। ତାଙ୍କର ଏହି ଉପଲବ୍ଧି ପଛରେ ଜଣେ ଚାଷୀ ପିତାଙ୍କ ସଂଘର୍ଷ, ପରିଶ୍ରମ ଓ ପରିବାରର ସ୍ୱପ୍ନର ପ୍ରତିଫଳନ ଦେଖିବାକୁ ମିଳୁଛି। ଯାହାକୁ ନେଇ ଏବେ ଅଞ୍ଚଳ ତଥା ଜିଲ୍ଲା ଗର୍ବିତ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ