ଭୂମିଜ ଭାଷା ଦିବସ ପାଳିତ ଚୁଆଳ ବିଦ୍ରୋହ ର ସହିଦ ରାଣୀ ଶିରୋମଣି ସିଂ ଙ୍କର ପ୍ରତିମୂର୍ତ୍ତି ଉଦ୍ଘାଟିତ
ବାରିପଦା :8/10/ଶୁଳିଆପଦା ବ୍ଲକ ଅନ୍ତର୍ଗତ ଜୁଳୁକ ସ୍କୁଲ ପଡିଆ ରେ ୭ମ ମ ବାର୍ଷିକ ଭୂମିଜ ଭାଷା ଦିବସ, ଭାରତୀୟ ଆଦିବାସୀ ଭୂମିଜ ସମାଜ ଓଡ଼ିଶା ଓ ରାଣୀ ଶିରୋମଣି ଯୁବକ ସଂଘ ଜୁଳୁକ ର ମିଳିତ ଆନୁକୁଲ୍ୟରେ ମହା ସମାରୋହ ରେ ପାଳିତ ହୋଇ ଯାଇଛି। ଏହି ଅବସରରେ ଜୁଳୁକ ଛକ ରେ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା.କୃଷ ଚନ୍ଦ୍ର ମହାପାତ୍ର ଙ୍କ କର କମଳ ରେ ଭୂମିଜ ବିଦ୍ରୋହ ଚୁଆଳ ବିଦ୍ରୋହ ର ସହିଦ୍ ରାଣୀ ଶିରୋମଣି ସିଂ ଙ୍କ ର ଏକ ଭବ୍ୟ ପ୍ରତିମୂର୍ତ୍ତି ସ ଉଦ୍ଘାଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲ ସଭାପତି କାନ୍ଦାରା ସରେନ ମଧ୍ୟ ଉପସ୍ଥିତ ଥିଲେ। ଆୟୋଜିତ ସଭା ରେ ମନ୍ତ୍ରୀ ମହୋଦୟ ଭୂମିଜ ମାନଙ୍କ ର ମୁଖ୍ୟ ଦାବି ,ଭୂମିଜ ଭାଷା କୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରେ ସାମିଲ୍ କରିବା ପାଇଁ ଵିହିତ ବ୍ୟବସ୍ଥା ଗ୍ରହଣ କରିବେ ପ୍ରତିଶୃତି ଦେଇଥିଲେ। ଭୂମିଜ ପୁସ୍ତକ "ଉରୁମ୍" ର ଶୁଭ ଉନ୍ମୋଚନ ସଭାରେ ଉପସ୍ଥିତ ସମସ୍ତ ଅତିଥି ଙ୍କ ଦ୍ଵାରା ହୋଇଥିଲା।ଏହି ଅବସରରେ ଭୂମିଜ ସମାଜ ର ଭାଷା ଓ ସାହିତ୍ୟ କୁ ଆଗେଇ ନେବାରେ ସାରଥୀ ସାଜିଥିବା ସମତ ଲେଖକ ,ସାହିତ୍ୟିକ,ୟୁ ଟିୟୁବର ଗାୟକ, ସମାଜ ସେବୀ, ମାନତାନ୍ ପାଇକ ସିଂ,ସନିଆ ସିଂ, ସୁଜାତା ସିଂ,ମଙ୍ଗୁ ସିଂ, ମହେନ୍ଦ୍ର ସିଂ, ଜଗନ୍ନାଥ ସିଂ ମିନତି ସିଂ ଙ୍କୁ ସମ୍ମାନିତ କରା ଯାଇଥିଲା। ତତ୍ ସଙ୍ଗେ ସଙ୍ଗେ ଭୂମିଜ ସମାଜ ର ସଫଳ ଛାତ୍ର ଛାତ୍ରୀ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଦିନ ସକାଳୁ ଭୂମିଜ ପାରମ୍ପରିକ ରୀତିନୀତି ଅନୁଯାୟୀ ଵିଦ୍ ଦିରି ପତାକା ଉତ୍ତୋଳନ , ପିଲାମାନଙ୍କ ମଧ୍ୟରେ ଭୂମିଜ ନାଚ, ଗୀତ ପାରମ୍ପରିକ ବେଶଭୂଷା ପ୍ରତିଯୋଗିତା, ଭୂମିଜ ଆଳାଙ୍ଗ୍ କଚା ଓ ଭୂମିଜ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ ର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଦଳିତ ଆଦିବାସୀ ମିଳିତ ମଞ୍ଚ ର ସଭାପତି ତଥା ରାଜନେତା ରାକେଶ ସିଂ, ରାଜକୁମାର ସିଂ, ମହେଶ୍ୱର ସିଂ ,କାଳିଚରଣ ସିଂ ଖଗେନ୍ଦ୍ର ସିଂ ,ଶିଵସିଂ ,ଅଜୟ ସିଂ ଗୁରୁଭା ସିଂ, ମୁକ୍ତେଶୱରୀ ସିଂ, ଗୁପ୍ତେଶ୍ୱର ସିଂ ମାନସୀ ସିଂ ତପନ କୁମାର ସିଂ ଆଦି ଵହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗ, ଓଡିଶା ରୁ ସାମିଲ୍ ହୋଇଥିଲେ । ରାଣୀ ଶିରୋମଣି ଯୁବକ ସଂଘ ର କର୍ମକର୍ତ୍ତା ଅଭିମନ୍ୟୁ ଵିଶାଲ ସଂଜୟ ରାଜ୍ କୁମାର ଵାପି ତପି ଲୁସକୁ ମିନତି ଜୟନ୍ତୀ ମଙ୍ଗୁଳି ବର୍ଷା ରଶ୍ମିତା ପ୍ରମୁଖ ସଦସ୍ୟମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0