ଦ୍ରୁତ ଗତିରେ ଆସି ଟ୍ୟାଙ୍କର କୁ ଧକ୍କା ଦେଲା ବୋଲେରୋ, ୨ ଗୁରୁତର

Oct 7, 2026 - 22:05
 0  5
ଦ୍ରୁତ ଗତିରେ ଆସି ଟ୍ୟାଙ୍କର କୁ ଧକ୍କା ଦେଲା ବୋଲେରୋ, ୨ ଗୁରୁତର

କୋଲାବିରା,୦୭/୧୦( ଫାଷ୍ଟ ନ୍ୟୂଜ ଓଡ଼ିଶା)- ଝାରସୁଗୁଡ଼ା ଜିଲ୍ଲା ଜାତୀୟ ରାଜପଥ ୪୯ ର କୋଲାବିରା - ବଡ଼ବାହାଲ ରାସ୍ତାର ହନୁମାନ ଛକରେ ଓଡ଼ି ୨୩ ଏଚ ୫୭୪୯ ନମ୍ୱର ବିଶିଷ୍ଟ ବୋଲେରୋ ଦ୍ରୁତ ଗତିରେ ଆସି ସମ୍ମୁଖରୁ ଆସୁଥିବା ଓଡ଼ି ୧୫ ଏଲ ୫୮୧୯ ନମ୍ୱର୍ ବିଶିଷ୍ଟ ତେଲ ଟ୍ୟାଙ୍କର କୁ ମୁହାଁମୁହିଁ ଧକ୍କା ଦେବାରୁ ବୋଲେରୋ ରେ ବସିଥିବା ୨ ଯୁବକ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି l ଆହତ ଯୁବକ ହେଲେ ବୋଲେରୋ ରେ ବସିଥିବା ଦୀପକ ପରୁଆ (୨୪) ଓ ଚାଳକ ବିବେକାନନ୍ଦ ଧୁରୁଆ (୪୦) l ଉଭୟ ଙ୍କ ଘର ଲଇକେରା ଥାନା ଅଧିନସ୍ଥ ଭାଲୁପତ୍ରା ସୁନଝଟରିଆ ଗ୍ରାମରେ ବୋଲି ଜଣାପଡ଼ିଛି l ଉଭୟଙ୍କୁ ପ୍ରଥମେ କୋଲାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା l ପରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆ ଯାଇଥିବା ସୂଚନା ମିଳିଛି l ଦୀପକ ଙ୍କ ଅବସ୍ଥା ଅତ୍ୟଧିକ ଗୁରୁତର ଥିବା ଜଣା ପଡ଼ିଛି l ଟ୍ୟାଙ୍କର ଟି କୋଲାବିରା ପଟୁ କୁଚିଣ୍ଡା ଆଡ଼କୁ ଯାଉଥିବା ବେଳେ ବୋଲେରୋ ଟି ଡେଙ୍ଗାବରରୁ ପୂର୍ତ୍ତ ରାସ୍ତାରେ ଆସି ଜଙ୍ଗଳ ମଝି ହନୁମାନ ଛକରେ ଦ୍ରୁତ ଗତିରେ ଜାତୀୟ ରାଜପଥ ଉପରକୁ ଉଠିଥିଲା ଓ ଟ୍ୟାଙ୍କର କୁ ଧକ୍କା ଦେଇଥିଲା l ଧକ୍କା ଫଳରେ ବୋଲେରୋ ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା l ଧକ୍କାରେ ଦୀପକ ବୋଲେରୋ ରୁ ବାହାରକୁ ଛିଟିକି ପଡ଼ିଥିଲେ l କୋଲାବିରା ପୋଲିସ ଘଟଣାସ୍ଥଳ କୁ ପହଞ୍ଚି ଟ୍ୟାଙ୍କର ଓ ବୋଲେରୋ କୁ ଜବତ କରି ଦୁର୍ଘଟଣା ର ତଦନ୍ତ କରୁଛି l ଗୁରୁତର ଆହତ ଦୀପକ ପରୁଆ ଙ୍କ ଝାରସୁଗୁଡ଼ା ଡାକ୍ତରଖାନା ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି l

କୋଲଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ