ନାଲ୍ସା (ଏସିଡ୍ ମାଡ ପୀଡ଼ିତଙ୍କୁ ଆଇନ ସହାୟତା) ଯୋଜନା, ୨୦୧୬, ବିଭିନ୍ନ ଦଣ୍ଡ ବିଧାନ ଓ ପୀଡ଼ିତ କ୍ଷତିପୂରଣ ଯୋଜନା, ୨୦୧୭ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଓ କ୍ଷୁଦ୍ର ନାଟକ

Sep 29, 2026 - 22:43
 0  5
ନାଲ୍ସା (ଏସିଡ୍ ମାଡ ପୀଡ଼ିତଙ୍କୁ ଆଇନ ସହାୟତା) ଯୋଜନା, ୨୦୧୬, ବିଭିନ୍ନ ଦଣ୍ଡ ବିଧାନ ଓ  ପୀଡ଼ିତ କ୍ଷତିପୂରଣ ଯୋଜନା, ୨୦୧୭  ବିଷୟରେ ସଚେତନତା କାର୍ଯ୍ୟକ୍ରମ ଓ କ୍ଷୁଦ୍ର ନାଟକ

ନୂଆପଡ଼ା : କୋମନା ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ନାଲ୍ସା (ଏସିଡ୍ ମାଡ ପୀଡ଼ିତଙ୍କୁ ଆଇନ ସହାୟତା) ଯୋଜନା, ୨୦୧୬, ବିଭିନ୍ନ ଦଣ୍ଡ ବିଧାନ ଓ ପୀଡ଼ିତ କ୍ଷତିପୂରଣ ଯୋଜନା, ୨୦୧୭ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟର ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ସାହୁ, ବିଦ୍ୟାଳୟର ଅଧକ୍ଷ ଡ଼଼ଃ. ଦୀପକ କୁମାର ଦାଶ, ଦରବାର ସାହିତ୍ୟ ସଂସଦର ଜିଲ୍ଲା ସଂଯୋଜିକା ବୈଦେହୀ ସେଠିଆ ଓ ପ୍ରାଧିକରଣର ଅଧିକାର ମିତ୍ରଗଣ ଉପସ୍ଥିତ ହୋଇ ନାଲ୍ସା (ଏସିଡ୍ ମାଡ ପୀଡିତଙ୍କୁ ଆଇନ ସହାୟତା) ଯୋଜନା, ୨୦୧୬, ବିଭିନ୍ନ ଦଣ୍ଡ ବିଧାନ ଓ ପୀଡ଼ିତ କ୍ଷତିପୂରଣ ଯୋଜନା, ୨୦୧୭ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ । ଏହି ଅବସରରେ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଗଣ ଏସିଡ ମାଡ଼ ଉପରେ ଏକ ନାଟକ ପ୍ରଦର୍ଶନ କରିଥିଲେ । ଏହା ପରେ ଦରବାର ସାହିତ୍ୟ ସଂସଦ ତରଫରୁ ଅଧିକାର ମିତ୍ର ମାନଙ୍କ ପାଇଁ ଏକ ତାଲିମ ଶିବିର ଆୟୋଜିତ କରାଯାଇଥିଲା ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ