ବିଦ୍ୟାଳୟ ଗୁଡିକର ଉନ୍ନତି କରିବା ପାଇଁ ସ୍ଥିତି ଅନୁଧ୍ୟାନ କଲେ ସରପଞ୍ଚ
ଦାରିଙ୍ଗବାଡି ୨୧/୯/୦୨୬(ସଲମନ୍ ବିନ୍ଧାଣୀ) ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସରପଞ୍ଚ ଏବେ ଚର୍ଚ୍ଚାରେ ସରପଞ୍ଚ ଦୀପକ ପ୍ରଧାନ ଏବେ ଆକ୍ସନ ମୋଡ଼ରେ କାର୍ଯ୍ୟ ହେଉ କିମ୍ବା ନ ହେଉ ଜନସାଧାରଣ ମୋତେ ନିଯୁକ୍ତି କରିଛନ୍ତି ଏଣୁ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ବୋଲି ପ୍ରତ୍ୟେକ ଗ୍ରାମରେ ପହଞ୍ଚି ଲୋକଙ୍କ ସମସ୍ୟା ଅନୁଧ୍ୟାନ କରି ଲୋକଙ୍କ ମଧ୍ୟରେ ଥିବା ସମସ୍ୟାକୁ ସାମ୍ନା କୁ ଆଣି ସମସ୍ୟାର ସମାଧାନ କରିବା ପାଈଁ ପ୍ରୟାସ କରିବି ବୋଲି ନିଷ୍ପତି ନେଇ ନୂତନ ଭାବେ ଦାୟିତ୍ୱ ଗ୍ରହଣ ପରେ ବୁଲି ବୁଲି ସମସ୍ୟାର ସମୀକ୍ଷା କରୁଛନ୍ତି I ଏପରି ଦେଖିବାକୁ ମିଳିଛି ଦାରିଙ୍ଗବାଡି ଗ୍ରାମ ପଞ୍ଚାୟତର ସରପଞ୍ଚ ଦାୟିତ୍ୱରେ ଥିବା ଦୀପକ ପ୍ରଧାନ ଆଜି ଟେପାରି ଗ୍ରାମରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ମକପାଟା ଗ୍ରାମରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଥିବା ସ୍ଥିତି ଅନୁଧ୍ୟାନ କରିଛନ୍ତି I କିଛି ଦିନ ପୂର୍ବେ ଏହି ଟେପାରି ଗ୍ରାମରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶ୍ରେଣୀ ଗୃହ ଗୁଡ଼ିକରେ ପ୍ରବଳ ବର୍ଷା ହେଲେ ପାଣି ଗଳୁଥିବା ସୂଚନା ମିଳିଥିଲା I ରାଜ୍ୟ ସରକାରଙ୍କ ଠାରୁ ଆସୁଥିବା ଉନ୍ନତି ମୂଳକ କାର୍ଯ୍ୟ ଯେପରି ସମସ୍ତଙ୍କ ପାଖରେ ପହଞ୍ଚିବ ସମସ୍ତେ ସରକାରୀ ସୁବିଧା ପାଈ ପାରିବେ ଏ ନେଇ ମୁ ପ୍ରୟାସ କରିବି ଆଉ ମୁଁ ଅନୁଧ୍ୟାନ ବେଳେ ଯାହାକି ଟେପାରି ଗ୍ରାମରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଦୁଈ ଗୋଟି ଶ୍ରେଣୀ ଗୃହ ଆବଶ୍ୟକ ପ୍ରାଚେରୀ ନିର୍ମାଣ ଭଲ ଗେଟ୍ ନିର୍ମାଣ ରୋଷେଇ ଘର ମରାମତି ବର୍ଷା ଦିନରେ କାଦୁଅ ପଚପଚ ହେଉଥିବାରୁ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ HM ଜମିନିକାନ୍ତ ଦାବି କରିଛନ୍ତି , ସେପଟ ମୋକପାଟା ରେ ଥିବା ବିଦ୍ୟାଳୟର ରୋଷେଇ ଘର ମରାମତି କରିବା HM ଅନିତା ପ୍ରଧାନ ଦାବି କରିଛନ୍ତି I ଏଣୁ ଏହି ସମସ୍ୟାର ସମାଧାନ ପାଇଁ ମୁ ଗୁରୁତ୍ବ ମନେକରି ଉପ ଜିଲ୍ଲାପାଳଙ୍କୁ ଅବଗତି କରିବି ଆଉ ସମସ୍ୟାର ସମାଧାନ ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନଙ୍କୁ ଅନୁରୋଧ କରେ ଆପଣ ମାନେ ମତେ ସହଯୋଗ କରିବା ପାଇଁ ମୋର ବିନତି ଅନୁରୋଧ ବୋଲି ଦାରିଙ୍ଗବାଡି ଗ୍ରାମ ପଞ୍ଚାୟତ ସରପଞ୍ଚ ଦୀପକ ପ୍ରଧାନ କହିଛନ୍ତି I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0