ବିଶୋଇ ରୁ ବାଙ୍ଗିରିପୋଷି, ଝାରପୋଖରିଆ ଯାଏଁ ବିଭିନ୍ନ ରାସ୍ତାରେ ଚାଲାଣ ନେଇ ଚର୍ଚ୍ଚା ପୋଲିସ ନଜରଦାରିକୁ ନେଇ ଉଠିଲା ବଡ଼ ପ୍ରଶ୍ନ

Sep 19, 2026 - 22:30
 0  11
ବିଶୋଇ ରୁ ବାଙ୍ଗିରିପୋଷି, ଝାରପୋଖରିଆ  ଯାଏଁ ବିଭିନ୍ନ ରାସ୍ତାରେ ଚାଲାଣ ନେଇ ଚର୍ଚ୍ଚା ପୋଲିସ ନଜରଦାରିକୁ ନେଇ ଉଠିଲା ବଡ଼ ପ୍ରଶ୍ନ

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ, ବାଙ୍ଗିରିପୋଷୀ ଏବଂ ବିଶୋଇ ଭଳି ବିଭିନ୍ନ ଥାନା ଅଞ୍ଚଳ ଦେଇ ଗୋଚାଲାଣ ହେଉଥିବା ନେଇ ଦିନକୁ ଦିନ ଚର୍ଚ୍ଚା ଓ ଅଭିଯୋଗ ବଢ଼ୁଛି। ବିଭିନ୍ନ ପ୍ରକାର ଛୋଟବଡ଼ ଗାଡ଼ିରେ ଗୋରୁ ନେଇ ଯାଉଥିବା ଦୃଶ୍ୟ ସମ୍ପର୍କରେ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଉଥିବା ବେଳେ, ଏତେ ସବୁ ଅଭିଯୋଗ ସତ୍ତ୍ୱେ ପ୍ରଶାସନ କିପରି ଅବଗତ ହେଉନାହିଁ ବୋଲି ଆଲୋଚନା ଜୋର ଧରିଛି। ଲୋକଙ୍କ ଆଖିରେ ପଡ଼ୁଛି ଗାଡ଼ି, ହେଲେ ପୋଲିସର ଆଖିରେ ପଡ଼ୁନି କାହିଁକି ? ଏହି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଉଠୁଛି। ମୁଖ୍ୟ ରାଜପଥ ଓ ଟୋଲଗେଟ୍‌ରେ ଯାଞ୍ଚ ଥିବାରୁ ଚାଲାଣକାରୀମାନେ ଭିତରିଆ ଓ ଗ୍ରାମ୍ୟ ରାସ୍ତାକୁ ବିକଳ୍ପ ମାର୍ଗ କରୁଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ବିଭିନ୍ନ ଥାନା ଅଞ୍ଚଳରେ ଏଭଳି ଅନେକ ଭିତରିଆ ରାସ୍ତା ଥିବାରୁ ସେଗୁଡ଼ିକ ଉପରେ ପୋଲିସର ନିୟମିତ ନଜରଦାରି ରହୁଛି କି ନାହିଁ, ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଆହୁରି ଚର୍ଚ୍ଚା ହେଉଛି ଚାଲାଣକାରୀମାନେ କି ପୋଲିସର ଗତିବିଧି ସମ୍ପର୍କରେ ଆଗୁଆ ସୂଚନା ପାଉଛନ୍ତି? ଯଦି ଏପରି ଅଭିଯୋଗରେ କିଛି ସତ୍ୟତା ରହିଛି, ତେବେ ଏହା ପଛରେ କିଏ ରହିଛି ଏବଂ ସୂଚନା କିପରି ବାହାରକୁ ଯାଉଛି, ତାହାର ତଦନ୍ତ ହେବା ଆବଶ୍ୟକ। କିଛି ସ୍ଥାନରେ ଗୋଚାଲାଣକୁ ନେଇ ଅଧିକାରୀଙ୍କ ଭୂମିକା ସମ୍ପର୍କରେ ମଧ୍ୟ ବିଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି। ତେବେ ଏହି ଚର୍ଚ୍ଚାର କୌଣସି ପ୍ରମାଣ ରହିଛି କି ନାହିଁ, ତାହା ସ୍ପଷ୍ଟ ନୁହେଁ। ତେଣୁ ଅଭିଯୋଗର ସତ୍ୟତା ଯାଞ୍ଚ କରି ନିରପେକ୍ଷ ତଦନ୍ତ ମାଧ୍ୟମରେ ସତ୍ୟ ସାମ୍ନାକୁ ଆଣିବାକୁ ଦାବି ହେଉଛି। ବିଶୋଇ ରୁ ବାଙ୍ଗରିପୋଷୀ, ଝାରପୋଖରିଆ ଯାଏଁ ଯଦି ଏଭଳି ଗୋଚାଲାଣ ଗାଡ଼ି ଚାଲୁଥିବା ନେଇ ଅଭିଯୋଗ ରହିଛି, ତେବେ ପ୍ରଶାସନ ଏହା ଜାଣି ପାରୁନି କାହିଁକି? ଗୋଚାଲାଣକାରୀଙ୍କ ରୁଟ୍‌ ଉପରେ ପୋଲିସର ନଜର ରହିବ ନା ଚାଲାଣକାରୀମାନେ ହିଁ ପୋଲିସର ଗତିବିଧି ଉପରେ ନଜର ରଖିବେ? ଅଭିଯୋଗର ସତ୍ୟତା ଯାଞ୍ଚ କରି ଗୋଚାଲାଣ ରୋକିବା ସହ ଯଦି କୌଣସି ଅଧିକାରୀଙ୍କ ଅବହେଳା କିମ୍ବା ଯୋଗସାଜସର ପ୍ରମାଣ ମିଳେ, ତେବେ ସେଥିରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ