୨୧ ରେ ବିଧାନ ସଭା ଘେରିବେ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ସଂଘ, ଉମରକୋଟ ବ୍ଲକ
ଅଦ୍ୟ ତା-୧୩/୦୯/୨୦୨୬ ରିଖ ପ୍ରାଥମିକ ଶିକ୍ଷକ(ଏକ୍ସ-କ୍ୟାଡର) ସଂଘ ଉମରକୋଟ ର କାର୍ଯ୍ୟକାରିଣୀ ବୈଠକରେ ନବରଙ୍ଗପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ(ଏକ୍ସ କ୍ୟାଡର) ସଂଘ ସଭାପତି ଶ୍ରୀ ମଙ୍ଗଳା ବେହେରା ଙ୍କ ସଭାପତିତ୍ଵରେ ଉମରକୋଟ କଳା ବିକାଶ ପରିଷଦ ଭବନ ଠାରେ ଅନୁଷ୍ଠିତ ହୋଇଥିଲା | ଉକ୍ତ ବୈଠକରେ ସରକାରଙ୍କ ଦେଇଥିବା ପ୍ରତିଶୃତି ପୂରଣ ହୋଇପାରି ନ ଥିବାରୁ ଆସନ୍ତା ୨୧ ତାରିଖରେ ବିଧାନସଭା ଘେରିବାର ନିଷ୍ପତ୍ତି ନିଆଯାଇଥିଲା | ସୂଚନା ଅନୁସାରେ ଶିକ୍ଷକ ମାନଙ୍କର ଦାବୀ ପୂରଣ କରିବା ପାଇଁ ସରକାର ଉଚ୍ଚ କ୍ଷମତା ସମ୍ପୂର୍ଣ୍ଣ କମିଟି ଗଠନ କରିଛନ୍ତି । ଉକ୍ତ କମିଟି ରିପୋଟ ମଧ୍ୟ ସରକାରଙ୍କୁ ଦେଇ ସାରିଛନ୍ତି କିନ୍ତୁ ସରକାର ଦାବୀ ପୂରଣ କରିବାରେ ଅହେତୁକ ବିଳମ୍ବ ହେତୁ ତିନି ଦଫା ଦାବୀ ଯଥା : ସମସ୍ତ ଏକ୍ସ-କ୍ୟାଡର ଶିକ୍ଷକ ମାନଙ୍କୁ ଗଣ ଶିକ୍ଷକ ନିଯୁକ୍ତି ଠାରୁ କ୍ୟାଡର ମାନ୍ୟତା ପ୍ରଦାନ, ନିୟମିତରୁ ବଞ୍ଚିତ ଗଣ ଶିକ୍ଷକ ମାନଙ୍କୁ ନିୟମିତର ମାନ୍ୟତା ଦେବା ଏବଂ OTET ପାସ କରିଥିବା ଏକ୍ସ - କ୍ୟାଡର ଶିକ୍ଷକ ମାନଙ୍କୁ ଇନକ୍ରିମେଣ୍ଟ ପ୍ରଦାନ ଦାବୀ ନେଇ ଆସନ୍ତା ୨୧ ତାରିଖ ରେ ଅହୋରାତ୍ର ଧାରଣା ଦେବା ପାଇଁ ସଂଘ ତରଫରୁ ନିଷ୍ପତ୍ତି ହୋଇଛି । ଉକ୍ତ ବୈଠକରେ ବ୍ଲକ ସଭାପତି ଶ୍ରୀ ସଭାସିଂ ଗଣ୍ଡ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ବାରିକ , ଉପଦେଷ୍ଟା ଶ୍ରୀ ବିବେକାନନ୍ଦ ପଟ୍ଟନାୟକ, ଉପସଭାପତି ଶ୍ରୀ ହିମାଂଶୁ ସରକାର, ଶ୍ରୀ ପିତାମ୍ବର ମାଳୀ, କାର୍ଯ୍ୟକାରୀ ସଭାପତି ଶ୍ରୀ ବିରଞ୍ଚି ସୁନାନୀ, ଗଣ ମାଧ୍ୟମ ସଂଯୋଜକ ଶ୍ରୀ ଫଗୁ ବଞ୍ଜରା ଓ ବ୍ଳକର ଅନ୍ୟାନ୍ୟ କମିକର୍ତ୍ତା ଉପସ୍ଥିତ ଥିଲେ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0