ମୟୂରଭଞ୍ଜର ପ୍ରସିଦ୍ଧ ଢୋକ୍ରା ଶିଳ୍ପ ଓ ସ୍ଥାନୀୟ କାରିଗରଙ୍କୁ ପ୍ରୋତ୍ସାହନ ଦେବାକୁ ଆହ୍ୱାନ

Oct 29, 2026 - 22:12
 0  2
ମୟୂରଭଞ୍ଜର ପ୍ରସିଦ୍ଧ ଢୋକ୍ରା ଶିଳ୍ପ ଓ ସ୍ଥାନୀୟ କାରିଗରଙ୍କୁ ପ୍ରୋତ୍ସାହନ ଦେବାକୁ ଆହ୍ୱାନ

ବାରିପଦା ତା ୨୯/୧୦ ମୟୂରଭଞ୍ଜ ଜିଲ୍ଲାର ପ୍ରାଚୀନ ଐତିହ୍ୟ ତଥା ପାରମ୍ପରିକ କଳା ସଂସ୍କୃତିକୁ ବଞ୍ଚାଇ ରଖିବା ସହିତ ସ୍ଥାନୀୟ କାରିଗରମାନଙ୍କ ଜୀବିକାକୁ ସୁଦୃଢ଼ କରିବା ପାଇଁ ବିଶିଷ୍ଟ ସାମାଜିକ କର୍ମୀ ହେମନ୍ତ ଶାହା ଆହ୍ୱାନ ଜଣାଇଛନ୍ତି। ମୟୂରଭଞ୍ଜର ହସ୍ତକଳା ଢୋକ୍ରା ଆର୍ଟ କେବଳ ରାଜ୍ୟ ନୁହେଁ, ବରଂ ବିଶ୍ୱସ୍ତରରେ ଭାରତୀୟ ସଂସ୍କୃତିର ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।ଜିଲ୍ଲାର ନିପୁଣ କାରିଗର ମାନଙ୍କ ଦ୍ୱାରା ନିର୍ମିତ ଏହି ହସ୍ତତନ୍ତ ଓ ଧାତୁ ଶିଳ୍ପକୁ ଆପଣାଇବା ଏବଂ ସେମାନଙ୍କୁ ସମର୍ଥନ ଜଣାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ସ୍ଥାନୀୟ ସାମଗ୍ରୀ ବ୍ୟବହାର ଦ୍ୱାରା କାରିଗରଙ୍କ ଜୀବନଜୀବିକା ସୁରକ୍ଷିତ ହେବା ସହ ଗ୍ରାମୀଣ ଅର୍ଥନୀତି ମଜଭୁତ ହୋଇପାରିବ। ମୟୂରଭଞ୍ଜର ଢୋକ୍ରା କଳାର ଏହି ଐତିହ୍ୟକୁ ଆଗାମୀ ପିଢ଼ି ପାଇଁ ବଞ୍ଚାଇ ରଖି ସ୍ଥାନୀୟ କଳା, ବିଶ୍ୱର ଗର୍ବ ମନ୍ତ୍ରକୁ ସାର୍ଥକ କରିବାକୁ ଶ୍ରୀ ସାହା ଗୁରୁତ୍ୱାରୋପ କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ