ଭାବ ଓ ଭକ୍ତିର ଅତୁଟ ପରମ୍ପରା . କୋଲାବିରା ବଏଲ ଯାତ୍ରା:ମନ୍ଦିର ବିଜେ କଲେ ମା’ ଦକ୍ଷିଣକାଳୀ ଉକ୍ତି ସହ ରକ୍ତ ରଂଜିତ କୋଲାବିରା ଗଲି କାନ୍ଦି

Oct 22, 2026 - 04:54
 0  11
ଭାବ ଓ ଭକ୍ତିର ଅତୁଟ ପରମ୍ପରା . କୋଲାବିରା ବଏଲ ଯାତ୍ରା:ମନ୍ଦିର ବିଜେ କଲେ ମା’ ଦକ୍ଷିଣକାଳୀ ଉକ୍ତି ସହ ରକ୍ତ ରଂଜିତ କୋଲାବିରା ଗଲି କାନ୍ଦି

କୋଲାବିରା, ୨୧ ।୧୦(ଫାଷ୍ଟ ନ୍ୟଜ ଓଡ଼ିଶା):ଦଶମୀ ତିଥିରେ ଜୟପୁର ଇଷ୍ଟେଟ କୋଲାବିରାର ଇଷ୍ଟଦେବୀ ମା’ଦକ୍ଷିଣକାଳୀଙ୍କ ବଏଲ ଯାତ୍ରା ମଙ୍ଗଳବାର ଶୀତିଶୃଙ୍ଖଳା,ଭୟ ହ ବୃଦ୍ଧୀପନାର ସହ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟରେ ଶେଷ ହୋଇଛି । ପ୍ରଥା ଓ ପରମ୍ପରା ଅନ୍ତର୍ଗତ ଚଲତି ପ୍ରତିମାଙ୍କ ଗ୍ରାମ ପରିକ୍ରମା ଅବସରରେ ଶହ ସହ ବୁଢା ବଳିର ରଙ୍ଗରେ ଲାଲ ହୋଇଛି ଗାଁ ଦାଣ୍ଡ । ବର୍ଷକୁ ଦିନଟିଏ ପାଇଁ ଦେବୀବାହନ ଚରୁଆ କାଲିଶି ମନ୍ଦିରରୁ ବାହାରି ରାଜରାସ୍ତାରେ ଦର୍ଶନ ଦେବା ସହ ଘରକୁ ଘର ଯାଇ ପୂଜାର୍ଚ୍ଚନା ପାଇଛନ୍ତି ମାନସିକ ପୁରଣ ହୋଇଥିବାରୁ କିଏ ମା'ଙ୍କୁ ସଂଷ୍ଟାଙ୍ଗ ପ୍ରଣିପାତ କରୁଥିଲା ତ’କିଏ ମାଁ ଙ୍କ ନିକଟରେ ହାରି ଗୁହାରି କରୁଥିଲା । ବିଭିନ୍ନ ସ୍ଥାନରେ ଶହଶହ ଉଇମା'ଙ୍କୁ ଦର୍ଶନ କରି ହାରିଗୁହାରି ଜଣାଥିଲେ ।ଉଙ୍ଗଙ୍କ ମଧ୍ୟରେ କିଏ ମୁଆଁ ଦେଇ ତ' ପୁଣି କିଏ ନଡିଆ ବାଡେଇ ଚାଉଲ ଦେଇ ମଙ୍କ ପୂଜାର୍ଚ୍ଚନା କରିଥିଲେ । ବହୁ ସଂଖ୍ୟକ ମାନସିକଧାରୀ ଛାଗ ବୁଢ଼ା) ବଳି ଦେଇଥିଲେ ।ଫଳରେ ରାସ୍ତାଘାଟ ରକ୍ତ ରଂଜିତ ହୋଇଥିଲା । ବର୍ଷକୁ ଦିନଟିଏ ପାଇଁ ମା'ଙ୍କ ପ୍ରତ୍ୟକ୍ଷ ଦର୍ଶନ ଲାଭକରି ଉଇଗଣଭା ହବିହ୍ୱଳ ହୋଇଥିଲେ । ଆସନ୍ତା ବର୍ଷକୁ ପୁଣିଥରେ ମା’ଙ୍କ ଦର୍ଶନ ପାଇଁ ଆଶୀର୍ବାଦ ଭିକ୍ଷା କରି ଘରକୁ ଫେରିଥିଲେ । ପୀଠରେ ଅଷ୍ଟମୀ ତିଥିରେ ରବିବାର ମଧ୍ୟରାତ୍ରରେ ମା'ଙ୍କ ମନ୍ଦିରରେ ସନ୍ଧି ପୂଜା ଓ ନିଶାଦ୍ଧରେ ମା’ଙ୍କ ଗୁପ୍ତ ପୂଜାର ପରେ ସୋମବାର ନବମୀ ତିଥ୍ୟରେ ଗତ ପୂଜାର୍ଚ୍ଚନାର କାର୍ଯ୍ୟକ୍ରମ ହୋଇଥିଲା । ମଙ୍ଗଲବାର ଦଶମୀ ତିଥିରେ ମା’ଙ୍କ ମନ୍ଦିରରୁ ଦେବୀବାହନ ଚଢୁଆ କାଲିଶି ଚଲତି ପ୍ରତିମା ବାହାରି ଗ୍ରାମ ପରିକ୍ରମା କରି ବର୍ଷକୁ ଦିନଟିଏ ପାଇଁ ଉଇଙ୍କ ମା’ଦର୍ଶନ ଦେଇଥିଲେ । ମାନସିକଧାରୀମାନେ ଶାଇ ପରମ୍ପରା ଅନୁଯାୟୀ ମା’ଙ୍କ ନିକଟରେ ଭୋଗ ଭାଗ ନୈବେଦ୍ୟ ଅର୍ପଣ କରିଥିଲେ ।ବଳିତ ବର୍ଷ ଦେବୀ ବାହନ ବରୁଆ ଭାବରେ ଯୋଗୀ ଯୋଗେନ୍ଦ୍ର ରାଏ ଦାଇତ୍ଵ ସମ୍ପାଦନ କରିଥିବା ବେଳେ ଜମିଦାର ବଂଶଜ ରୁଦ୍ରପ୍ରତାପ ସିଂହ ଓ ତାଙ୍କର ଧର୍ମପତ୍ନୀ ମଇନାତୀ ସିଂହ କର୍ତା ଦାଇତ୍ଵ ତୁଳେଇଥିଲେ । ଜମିଦାର ବୀର ଅମରେନ୍ଦ୍ର ପ୍ରତାପ ସିଂହଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପୂଜକ ପ୍ରଦ୍ୟୁମ୍ନ ପୁରୋହିତ ଓ ବିଜୟ ପୂଜାରୀ, ସହ-ପୂଜକ ସୁତିର ଜନ ରାଏ ସମସ୍ତ ପୂଜାଯଜ୍ଞାଦିକା ର୍ଯ୍ୟ ଆଗେଇନେଇଥିବା ବେଳେ ପ୍ରଫୁଲ୍ଲ ପାଣିଗ୍ରାହୀ ଚଣ୍ଡୀପାଠ କରିଥିଲେ । ଦେବୀଙ୍କ ସେବାୟତ ସନ୍ତୋଷ ହଲାଇ ମନ ରଏ,ଆଲୋକ ମହାପାତ, ଲଲିତ ସାହୁ,ସରୋଜ ଜୈବାର, ସୁଶିଲ ମଲ୍ଲିକ ପ୍ରଫୁଲ୍ଲ ଝରସେଲ ଅଫୁଆ ରଣା ପ୍ରମୁଖ ପୂଜାକାର୍ଯ୍ୟରେ ସହଯୋଗ କରିଥିବା ବେଳେ ସୁଚାରୁରୂପେ କାର୍ଯ୍ୟକ୍ରମ ପରିଚାଳନାରେ ବିନୟ ମହାପାତ୍ର, ଆଲୋକ ମହାପାତ୍ର,ସନ ମହାପାତ୍ର ଦେବାଶିଷ ସିଂ ଠାକୁର, ଦୀପକ ରାୟ ପ୍ରବୀଣ ସାହୁ ଅସିତ ବହିଦାର,ଚିନ୍ମୟ ବହିଦାର,କୁନାଲ ବହିହାର, ଦେବାଶିଷ ବେହେରା,ସିମନ୍ତ ସାହୁ ବୁଲୁ ମହାପାତ୍ମ,ମନୋଜ ପ୍ରଧାନ,ଭିମନ ଭଜ,ବସନ୍ତ ସାହୁ ରମାକାନ୍ତ ରଣା, ଇମ ରଣା,ତୁମନ ସାହୁ ଜକାଠି ବେହେରା,ଶନ ମହାପାତ୍ରଙ୍କ ସମେତ ପୂଜାକମିଟିର ସମସ୍ତ ସଦସ୍ୟ ସକ୍ରୀୟ ସହଯୋଗ କରିଥିଲେ । ଗ୍ରାମବାସୀଙ୍କ ତଥା ପୂଜାକମିଟିର ସହାୟତାରେ ଜନସାଧାରଣଙ୍କ ଧାର୍ମିକ ଭାବାବେଗର ନିଦର୍ଶନ ସ୍ୱରୂପ କୋଲାବିରା ବଏଲଯାହା ଶୁଦ୍ଧାର ପ୍ରତିକ । କୋଲାବିରା ଠାରେ ବଏଳଯାତ୍ରା ଜମିଦାର ପ୍ରଧର ସିଂହଙ୍କ ସମୟରୁ ଆରମ୍ଭ ହୋ ଇଥ‌ିବା ର ଜନ ଶୃତି ରହିଛି । ଦଶହରା ଅବସରରେ ହୋଇଥାଏ ବିଜୟ ଶୋଭାଯାତ୍ରା ଏବଂ ଏହା ମୁଖ୍ୟ ଆକର୍ଷଣ ହୋଇଥାଏ । ଏହି କ୍ରମରେ ରାଜ ଉଆ ସବୁ ବାହରି ଆଏ ତରବାରୀ ଖଣ୍ଡା, ଭାଲ୍ଲା,ଛୁରି,ଖଜର ଆଦି ବିଭିନ୍ନ କିସମର ଯୁଦ୍ଧାସ୍ତ୍ର । ରାତିରେ ରଣଜିତା ଶୋଭାଯାତ୍ରା ଅବସରରେ ରାଜବାଟୀରୁ ଭୋଳ,ନିଶାଚ,ତାଶା, ଓ ଅନ୍ୟାନ୍ୟ ବାଜାଗାଜା ସହ ଜମିଦାର,ଗୋଈବୀର ସମାଜର ପ୍ରତିନିଧି ତଥା ଗ୍ରାମବାସୀ ଷୋହଳ ଝଣା ଓ ଗଦା ସହିତ ସୁସଞ୍ଚିତ ହୋଇ ପଟୁଆରରେ ବାହାରି ଗ୍ରାମର ମୁଖ୍ୟ ଛକ ମାନଙ୍କରେ ଆଖଡା ନାଚ, ସାହସିକ ଅଗ୍ନୀବଳୟ କସରତ,କୁସ୍ତି,ବାତିଖେଳ ମାଧ୍ୟମରେ ଆତସବାଜି ଓଟାଫୋଟକା ଜରିଆରେ ଗ୍ରାମର ଅନ୍ୟ ମୁଣ୍ଡ କୁମାରପତାର ଶେଷଭାଗକୁ ପହଂଟି ବିଜୟର ପ୍ରତିକ ଟିକା (ନିଳକଣ୍ଠ ପକ୍ଷୀ ଦେଖିବା ପରେ ଆନନ୍ଦ ଉଲ୍ଲାସର ସହିତ ଦେବୀପିଠ ପରେ ରାଜ ଉଆସକୁ ଫେରିଥିଲେ ।ଏହା ବିଜୟର ସଠିକ ରଣଜିତା ପର୍ବ । ରାଜବାଟୀରୁ ବାହାରି ଗାଁ ମୁଣ୍ଡରେ ଅବା ରଜିତା ଦେବୀଙ୍କ ସୁପନା ପୁଲିକୁ ଯାଇ ପୁଜାର୍ଚ୍ଚନା ସହ ଶୋଭାଯାତ୍ରା କରାଯାଇଥିଲା । ବୁଧବାର ପୂର୍ବହ୍ନରେ ମା ଙ୍କ ଚାଚେରୀ ଖେଳ ସହିତ ମନ୍ଦିର ପ୍ରତ୍ୟାବର୍ତନ ହୋଇଥିଲା ଏବଂ ମଞ୍ଜ ପରେ ଦେବୀବାହନ ବଢ଼ୁଆଙ୍କ ଦେହରୁ ଦୈବୀଶକ୍ତି ଅପସାରିତ ହେବାପରେ ବଏଲଯାହାର ପରିସମାପ୍ତ ଘଟିଥିଲା ଏହି ବଏଲଯାତ୍ରା ଅଂଚଳର ଇତିହାୟସୀଗୁଦିକ ଚେତନା, ଧର୍ମୀୟ ବିଶ୍ଵାସ୍‌ ସାମାଜିକ ମୂଲ୍ୟବୋଧର ବାର୍ତା ବହନ କରି ପୁରପଲ୍ଲୀରେ ଖ୍ୟାତିଲାଭ କରିପାରିଛି । ଦେବୀ ଦକ୍ଷିଣେଶ୍ଵରୀଙ୍କ ପୂଜାସହ ପ୍ରତିବର୍ଷ ଆଶ୍ୱିନ କୃଷ୍ଣପକ୍ଷ ଅମାବାସ୍ୟା ଫୁଲୋରୀ ଓଷା ଦିନ ଟିଏଲ ଯାତ୍ରା ଆରମ୍ଭ ହୁଏ । ଦଶମୀ ତିଥିରେ ଚଳିଯାତ୍ରା ଉଦ୍‌ଯାପିତ ହେଲେହେଁ ପୂଜାବିଧି ଆଦି ପୁର୍ଣିମା ପର୍ଯ୍ୟନ୍ତ ଚାଲିଥାଏ । ଜୟପୁର ଇଷ୍ଟେଟ ଅଧୀନରେ ରହିଥିବା କୋଲାବିରା ଜମିଦାରୀରେ ଦୁର୍ଦାନ୍ତ ସଠାଁର ସଧର ସିଂହ ପ୍ରଥମ ଜମିଦାର ଚୁପେ ଅଭିଷିଲ ହୋଇଥିଲେ । ଏହି ଜମିଦାରି ପ୍ରାୟ ପଖାପାତ୍ର ୩ଶହ ବର୍ଷ ପୂର୍ବେ ପ୍ରତିଷ୍ଠା ହୋଇଥିବାର କୁହାଯାଏ । ବଳିଯାତ୍ରା ମଧ୍ୟ ଜମିଦାର ସମାଧର ସିଂହଙ୍କ ସମୟରୁ ଆରମ୍ଭ ହୋଇଥିବାର ଜନଶ୍ରୁତି ରହିଛି । ଯାହାରସର ଅମାବାସ୍ୟାଦିନ ମା ସମଲେଇଶ୍ଵରୀଙ୍କ ପିଠରେ ମନୋନୟନ ଜମାଟି ଦ୍ଵାରା ନିୟନ କରଯାଇଥିବା ବରୁଆ ଦେବୀଙ୍କ ପିଠରେ ମୁଣ୍ଡପାତି ଯୋତ ହସ୍ତରେ ବସନ୍ଧି । ଢୋଲ,ନିଶାନ,ତାଶା,ମୟୂରୀ ଟିମଝିମି ଓ ଲୋକଙ୍କ ମୂଳ ମୂଲି ହରିବୋଲର ତାଳେତାଳେ ଏକାମ୍ର ବିପ୍ ରେ ଦେବୀଙ୍କ ପୂଜାର୍ଚନା ପରେ ମାଁ ବିରାଜମାନ କରତି ବଟୁଆଙ୍କ ଶରୀରରେ । ପୁଜାରୀଙ୍କ ଦ୍ୱାରା ମାଁଙ୍କ ସିନ୍ଦୁର,ଫଳ,ଅରୁଆ ଚାଉଳ ଓ ଅନ୍ୟାନ୍ୟ ପୁଜା ସାମଗ୍ରୀ ବଟୁଆଙ୍କ କପାଳରେ ଟିକି ଦେଇ ମଞ୍ଜ ଉଚ୍ଚାରଣ ପରେ ବରୁଆଙ୍କ ଶରୀରରେ ଦେବୀ ସବାର ହେବା ପରଠାରୁ ଆରମ୍ଭ ହୁଏ ବଳଏଲ ଯାତ୍ରା । ମନସ୍କାମନା ପୁର୍ଣ ପାଇଁ ଦେବୀଙ୍କ ଆଗରେ ପୟରନ ପଢି ଭକ୍ତମାନେ ତାଙ୍କର ଉଚ୍ଚ ଜଣାଇବା ସହ ବୋଦାବଳି ଦେଇ ରଛପାନ ପାଇଁ ଅର୍ପଣ କରିଥାନ୍ତି । ସପ୍ତମୀଠାରୁ ପୂଜା ଆରମ୍ଭ ହୋଇ ଘିଅ ଓ ଘୂରି ତୈଳରେ ଦୁଇଟି ତମୋ ଦୀପ ଜଳାଯାଏ। ଏହାସହିତ ମାନସିକ କରିବା ଓ ମନୋସ୍କାମନା ପୂର୍ଛିପାଇଁ ଅନେକ ମାଁ ଙ୍କ ଆଗରେ ଦ ଜଳେଇଥାନ୍ତି । ଯାହାକି ଦଶମୀ ଦିନ ପୁର୍ଣାହୂତୀ ପର୍ଯ୍ୟନ୍ତ ଅନବରତ ଜଳିଥାଏ । ସେବାୟତମାନେ ହିମୋ ଯେପରି ନଲିଭିବ ତାହାର ଯନ୍ତ୍ର ନେଇଅଛି । ଦଶମୀଦିନ ପୁର୍ଣ୍ଣାହୂତି ବେଳେ ହମୋ ଲିଭାଇବା ସହ ବୋଦାବଳୀ ଦିଆଯାଏ ଅମାବାସ୍ୟା ଦିନଠାରୁ କର୍ମା,ବରୁଆ ପୁରୋହିତ ଏବଂ ସେବାୟତମାନେ ହବିଷରେ ରହିଥାନ୍ତି । ଦଶମୀ ଦିନ ପୂର୍ଣାହୁତି ପରେ ସନ୍ଧ୍ୟାରେ ପୁଣି ବରଣ କରାଯାଇ ଦେବୀ'ଙ୍କ ଠାଯାଏ । ବରୁଆ ଉପରେ ଦେବୀ ସବାର ଆଇ ଗ୍ରାମପରିକ୍ରମା ଆରମ୍ଭ ହୋଇଥାଏ । ଶତ୍ରିଶୃଙ୍ଖଳା ସହ ଉକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ବଏଲଯାତ୍ରା ପାଇଁ ପଡୋଶୀ ଜିଲ୍ଲା ଓ ଜିଲ୍ଲା ବାହାରର ବହୁସଂଖ୍ୟକ ଉକ୍ତଙ୍କ ସମାଗମ ହୋଇଥିଲା ଯାହାଭିତକୁ ଦୃଷ୍ଟିରେ ରଡ଼୍ କୋଲାବିରା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।ଚଳିତ ବର୍ଷ ଜନଗହଳି ସାଙ୍ଗକୁ ଦୁର୍ବବର୍ଷଠାରୁ ଅଧିକ ବଳି ପଡିଥିଲା ।

 କୋଲାବିରl ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ