ମାଲକାନଗିରି ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମରେ ବିଶେଷ ସମ୍ମାନିତ ହେଲେ ୪ କୃତି କନ୍ୟା

Oct 15, 2026 - 19:15
 0  10
ମାଲକାନଗିରି ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମରେ ବିଶେଷ ସମ୍ମାନିତ ହେଲେ ୪ କୃତି କନ୍ୟା

*ମାଲକାନଗିରି, ୧୫ ଅକ୍ଟୋବର:* ଜିଲ୍ଲା ସମାଜ ମଙ୍ଗଳ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲାସ୍ତରୀୟ କାର୍ଯ୍ୟଶାଳାରେ ଜିଲ୍ଲାର ପ୍ରତିଭାବାନ୍ କନ୍ୟାମାନଙ୍କୁ ବିଶେଷ ଭାବେ ସମ୍ମାନିତ କରାଯାଇଛି। ନିଜ ନିଜ କ୍ଷେତ୍ରରେ ଅସାଧାରଣ ସଫଳତା ହାସଲ କରିଥିବା ଏହି କୃତି ପ୍ରତିଭାମାନେ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲେ। ଏହି ଅବସରରେ ଦୁଇଟି ହାତ ନଥାଇ ମଧ୍ୟ ଗୋଡ଼ରେ ଲେଖି ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଦିବ୍ୟାଙ୍ଗ ଛାତ୍ରୀ ଲକ୍ଷ୍ମୀ ଖେମୁଡୁଙ୍କୁ ତାଙ୍କର ଅଦମ୍ୟ ସାହସ ଓ ନିଷ୍ଠା ପାଇଁ ପୁରସ୍କୃତ କରାଯାଇଛି। ସେହିପରି କୋୟା ନୃତ୍ୟ କଳା କ୍ଷେତ୍ରରେ ବିଶେଷ ଯୋଗଦାନ ପାଇଁ ସୋନାଲି ପୋଡ଼ିଆମୀ, ଶିକ୍ଷା କ୍ଷେତ୍ରରେ ୯୦ ପ୍ରତିଶତ ରୁ ଅଧିକ ନମ୍ବର ରଖି ଏ-୧ ଗ୍ରେଡ୍ ହାସଲ କରିଥିବାରୁ ପ୍ରତୀକ୍ଷା ମହାପାତ୍ର ଏବଂ ସିନିୟର ମହିଳା ୬୩ କେ.ଜି. ଜୁଡୋ ବର୍ଗରେ ରୌପ୍ୟ ପଦକ ଜିତି ଜିଲ୍ଲା ପାଇଁ ଗୌରବ ଆଣିଥିବା ସୁମିତ୍ରା ମାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ସଫଳତା ଅନ୍ୟ ବାଳିକାମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ବୋଲି ବୈଠକରେ ଉପସ୍ଥିତ ଜିଲ୍ଲା ପ୍ରଶାସନ, ମହିଳା ଓ ଶିଶୁ ବିକାଶ ବିଭାଗ, ୟୁନିସେଫ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ପ୍ରକାଶ କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ