ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ “ଜାତୀୟ ଶିକ୍ଷା ନୀତି-୨୦୨୦ର ଉତ୍ପତ୍ତି ଓ ଏହାର ପ୍ରାସଙ୍ଗିକତା” ଶୀର୍ଷକ କର୍ମଶାଳା
ବାରିପଦା, ଅକ୍ଟୋବର ୨୯: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ପକ୍ଷରୁ ୯ ଅକ୍ଟୋବର ୨୦୨୬ ତାରିଖରେ “ଜାତୀୟ ଶିକ୍ଷାନୀତି-୨୦୨୦ର ଉତ୍ପତ୍ତି ଓ ଏହାର ପ୍ରାସଙ୍ଗିକତା” ଶୀର୍ଷକ ଏକ କର୍ମଶାଳା ମାନ୍ୟବର କୁଳପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା । ଏଥିରେ ସାମ୍ବାଦିକ ଓ ବରିଷ୍ଠ ନାଗରିକମାନେ ଅଂଶଗ୍ରହଣ କରିଥିଲେ । ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା ଜାତୀୟଶିକ୍ଷା ନୀତି-୨୦୨୦ର ଉତ୍ପତ୍ତି, ପ୍ରମୁଖ ବୈଶିଷ୍ଟ୍ୟ ଏବଂ ବର୍ତ୍ତମାନ ସମୟରେ ଏହାର ପ୍ରାସଙ୍ଗିକତା ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ଅବଗତ କରାଇବା ଏବଂ ବିଶ୍ୱବିଦ୍ୟାଳୟର ଉର୍ନତି ସକାଶେ ଅଂଶଗ୍ରହଣକାରୀମାନଙ୍କଠାରୁ ପରାମର୍ଶ ଗ୍ରହଣ କରିବା । ଏହି କାର୍ଯ୍ୟକ୍ରମରେ ଅର୍ଥନୀତି ବିଭାଗର ମୁଖ୍ୟ ତଥା ବିଶ୍ୱବିଦ୍ୟାଳୟର ଜାତୀୟ ଶିକ୍ଷାନୀତି ସଂଯୋଜିକା ପ୍ରଫେସର କବିତା କୁମାରୀ ସାହୁ ସ୍ୱାଗତ ଭାଷଣ ଓ ବିଷୟଭିତ୍ତିକ ଅଭିଭାଷଣ ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି "ଜାତୀୟ ଶିକ୍ଷାନୀତି ୨୦୨୦ - ଉତ୍ପତ୍ତିରୁ ରୂପାନ୍ତର ପର୍ଯ୍ୟନ୍ତ" ଶୀର୍ଷକ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରି ଜାତୀୟ ଶିକ୍ଷାନୀତିର ଉତ୍ପତ୍ତି, ଏହାର ପ୍ରମୁଖ ଉଦ୍ଦେଶ୍ୟ ଏବଂ ଭାରତୀୟ ଶିକ୍ଷା ବ୍ୟବସ୍ଥାର ରୂପାନ୍ତରଣରେ ଏହାର ଭୂମିକା ବିଷୟରେ ଆଲୋଚନା କରିଥିଲେ । ତତ୍ପରେ କମ୍ପ୍ୟୁଟର ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ଡ. ଜନ୍ମେଞ୍ଜୟ ନାୟକ "ଥିଙ୍କ୍ ସ୍ମାର୍ଟ, ଲିଭ୍ ସ୍ମାର୍ଟେର୍ - ଦ ଏଆଇ ରିଭଲ୍ୟୁସନ" ଶୀର୍ଷକ ଅଭିଭାଷଣ ଦେଇ କୃତ୍ରିମ ବୁଦ୍ଧିମତ୍ତାର ବୃଦ୍ଧିଶୀଳ ଗୁରୁତ୍ୱ ଓ ଦୈନନ୍ଦିନ ଜୀବନରେ ଏହାର ଉପଯୋଗିତା ଉପରେ ଆଲୋକପାତ କରିଥିଲେ । ଅଭିଭାଷଣ ଶେଷ ହେବା ପରେ, ଗଣମାଧ୍ୟମର ପ୍ରତିନିଧି ଏବଂ ଅଭିଜ୍ଞ ବରିଷ୍ଠ ନାଗରିକମାନଙ୍କଠାରୁ ବିଶ୍ୱବିଦ୍ୟାଳୟର ବିକାଶ ତଥା ଜାତୀୟ ଶିକ୍ଷାନୀତି-୨୦୨୦ର ସଠିକ୍ କାର୍ଯ୍ୟାନ୍ୱୟନ ସମ୍ପର୍କରେ ମତାମତ ଓ ପରାମର୍ଶ ସଂଗ୍ରହ କରାଯାଇଥିଲା । ଶେଷରେ ଡ. ମଳୟ ରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳା ଜାତୀୟ ଶିକ୍ଷାନୀତି-୨୦୨୦ ଓ ଏହାର ସାମାଜିକ ପ୍ରାସଙ୍ଗିକତା ସମ୍ପର୍କରେ ଅର୍ଥପୂର୍ଣ୍ଣ ଆଲୋଚନାର ଏକ ଅପୂର୍ଵ ସୁଯୋଗ ସୃଷ୍ଟି କରିଥିଲା ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0