ଖବର ପ୍ରସାରଣ ପରେ ତାଟିଆ କାମୁଡୁଛନ୍ତି DWO, ଶିକ୍ଷୟିତ୍ରୀ WEO ଏବଂ ଜିଲ୍ଲାପାଳ ଏବେ ଆକ୍ସନ୍ ମୋଡ଼ରେ ଶିକ୍ଷୟିତ୍ରୀ ଙ୍କୁ 3 ଲକ୍ଷ ରୁ ଉର୍ଦ୍ଧ ଫାଇନ୍ ସହିତ ସ୍ୱକସ୍ ନୋଟିସ୍ କଲେ ଜିଲ୍ଲାପାଳ

Aug 26, 2026 - 20:10
 0  307
ଖବର ପ୍ରସାରଣ ପରେ ତାଟିଆ କାମୁଡୁଛନ୍ତି DWO, ଶିକ୍ଷୟିତ୍ରୀ WEO ଏବଂ ଜିଲ୍ଲାପାଳ ଏବେ ଆକ୍ସନ୍ ମୋଡ଼ରେ ଶିକ୍ଷୟିତ୍ରୀ ଙ୍କୁ 3 ଲକ୍ଷ ରୁ ଉର୍ଦ୍ଧ ଫାଇନ୍ ସହିତ ସ୍ୱକସ୍ ନୋଟିସ୍ କଲେ ଜିଲ୍ଲାପାଳ

କ ନୂଆଗାଁ ୨୬/୮/୦୨୬(ସଲମନ୍ ବିନ୍ଧାଣୀ)କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ୍ ଅଧୀନରେ ଥିବା ସଲପଜଡ଼ି ଆଶ୍ରମ ବିଦ୍ୟାଳୟ ରେ ରହି ଅଧୟନ କରୁଥିବା ଅନ୍ତେବାସି ଛାତ୍ରୀ ମାନଙ୍କୁ ଶିକ୍ଷୟିତ୍ରୀ ଧମକ ଦେଇ ଜବରଦସ୍ତ ସାଧା କାଗଜରେ ଦସ୍ତଖତ କରେଇ ଥିବା ଭିଡିଓ ବାର୍ତ୍ତା ରେ ଜଣେଇ ଥିଲେ ଅନ୍ତେବାସି ଆଦିବାସୀ ଛାତ୍ରୀ ମାନେ l ଖବର ପ୍ରଶାରଣ ହେବା ପରେ ଛାନିଆ ରେ ଟାଟିଆ କାମୁଡୁ ଛନ୍ତି DWO ଏବଂ ଦୁର୍ନୀତି କାରି ଶିକ୍ଷୟିତ୍ରୀ ପୂର୍ଣ୍ଣିମା ଦିଗାଲ l ସଲପଜଡ଼ି ସରକାରୀ ଆଶ୍ରମ ବିଦ୍ୟାଳୟ ରେ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ଦିଗାଲ ବହୁ ଦିନରୁ ରହି ଅନେକ ପ୍ରକାର ର ଦୁର୍ନୀତି କରି ଚାଲୁଥିବା ସାମ୍ନା କୁ ଆସିଥିଲା l ଯାହାକି ହଷ୍ଟେଲ ମେସ୍ ଦାୟୀତ୍ୱ ଏବଂ ଏମ୍ ଡି ଏମ୍ ଦାୟୀତ୍ୱ କୁ ଅକ୍ତିଆର କରି ଅନ୍ୟ କର୍ମଚାରୀ ମାନଙ୍କୁ ଡରେଇ ଧମକେଇ ମନଇଚ୍ଛା ସାସନ କରୁଥିବା ଏବଂ ଆଦିବାସୀ ଛାତ୍ରୀ ମାନଙ୍କୁ ନିଜ ଘରେ କାମ କରେଇ ନାହିଁନ ଥିବା ନିର୍ଯାତନା ଦେଉଥିବା ସହିତ ଦିନେ ଛାଡ଼ି ଦିନେ ବିଦ୍ୟାଳୟ କୁ ଆସୁଥିବା ଘଟଣା କୁ ନେଇଁ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ଗୋଚରାର୍ଥେ ଅବଗତ କରାଯାଇଥିଲା l କିନ୍ତୁ ଜିଲ୍ଲା ମଙ୍ଗଳ ଅଧିକାରୀ ରବିନାରାୟଣ ମିଶ୍ର ଶିକ୍ଷୟିତ୍ରୀ ଜଣଙ୍କୁ ଚଞ୍ଚକତା କରି ସେଠାରୁ ଗୁନ୍ଧାଣି ସେବାଶ୍ରମ କୁ ବଦଳି କରିଥିଲେ l ହେଲେ ଦୁର୍ନୀତି କାରି ଶିକ୍ଷୟିତ୍ରୀ ପୂର୍ଣ୍ଣିମା ଦିଗାଲ ଜିଲ୍ଲା ମଙ୍ଗଳ ଅଧିକାରୀ ମୋ ହାତରେ.. ମୁ ପ୍ରତି ମାସରେ ତାଙ୍କୁ ଲକ୍ଷାଧିକ ଟଙ୍କା ଦେଉଛି,ମୋର କେହି କିଛି କରି ପାରିବେ ନାହିଁ ବଲି ପୂର୍ବ ବିଦ୍ୟାଳୟ ଯାହାକି ସଲପଜଡ଼ି ସେବାଶ୍ରମ ରେ ହିଁ ଜବରଦସ୍ତ ରହି ହଷ୍ଟେଲ ରେ ରହୁଥିବା ଛାତ୍ରୀ ମାନଙ୍କୁ ଧମକେଇ ସାଧା କାଗଜରେ ଜବରଦସ୍ତ ଦସ୍ତଖତ କରେଇ ଥିବା ଛାତ୍ରୀ ମାନେ ଅଭିଯୋଗ ଆଣିଥିଲେ l ଛାତ୍ରୀ ମାନଙ୍କୁ ଏଭଳି ସାଧା କାଗଜରେ ଦସ୍ତଖତ କରେଇ ଥିବା ଶିକ୍ଷୟିତ୍ରୀ ପୂର୍ଣ୍ଣିମା ଦିଗାଲ ସଲପଜଡ଼ି ଆଶ୍ରମ ରୁ ବଦଳି ହେଇଥିଲେ ମଧ୍ୟ ବିଦ୍ୟାଳୟ ରେ ଜବରଦସ୍ତ ରହି ଛାତ୍ରୀ ମାନଙ୍କ ସହିତ ଅନ୍ୟ ଶିକ୍ଷୟିତ୍ରୀ ଏବଂ ସିସିଏ ମାନଙ୍କୁ ବ୍ଲାକ୍ ମେଲ୍ କରୁଥିବା ସାମ୍ନା କୁ ଆସିଥିଲା l ଯାହାକି ପ୍ରଶାସନ ତରଫରୁ ନିରପେକ୍ଷ ତଦନ୍ତ କରିବା ସହିତ ଏଭଳି ଦୁର୍ନୀତି କାରି ଦାୟୀତ୍ୱ ହୀନ ଶିକ୍ଷୟିତ୍ରୀ ଙ୍କୁ ଛାତ୍ରୀ ମାନଙ୍କ ପ୍ରତି ଅନୟୀତିକ କର୍ମ କରିବା ପାଇଁ ସହଯୋଗ କରୁଥିବା ମେଟ୍ରୋନ୍ ସୁଶୀଳା ପ୍ରଧାନ ଙ୍କୁ ତୁରନ୍ତ ପଦକ୍ଷେପ ନେବା ଜରୁରୀ ବଲି ଭୟଭିତ ହେଇ ପ୍ରଧାନ ଶିକ୍ଷୟିତ୍ରୀ ରାସୀମା ପ୍ରଧାନ ଗଣମାଧ୍ୟ କୁ ସୂଚନା ଦେଇଥିଲେ l ଦୁର୍ନୀତି କାରି ଶିକ୍ଷୟିତ୍ରୀ ପୂର୍ଣ୍ଣିମା ଦିଗାଲ ଜଣଙ୍କ ନିଜ ବାସ ଭବନରେ ବା ରହୁଥିବା ବିଦ୍ୟାଳୟ ରେ ଆଦିବାସୀ ଛତ୍ରୀ ମାନଙ୍କୁ କେମିତି କାମରେ ନିର୍ଯାତନା ଦେଉଥିଲେ ଏବଂ ତାର କିଛି ଫୋଟ ମଧ୍ୟ ଯାହା ଆପଣ ମାନେ ଦେଖି ପାରୁଥିବେ ଛାତ୍ରୀ ଜଣଙ୍କ ର ବେକ କିଛି କାଂଶ କଟି ଯାଇଥିବା ର ମଧ୍ୟ ଘଟଣା ସାମ୍ନା କୁ ଆସିଚି l ଖବର ପ୍ରଶାରଣ ପରେ ଶିକ୍ଷୟିତ୍ରୀ ଜଣଙ୍କ ବଦଳି ହେଇଥିବା ଗୁନ୍ଧାଣି ସେବାଶ୍ରମ କୁ ଯାଇ ତାଙ୍କ ନାମରେ ଅଭିଯୋଗ ଆଣୁଥିବା ଛାତ୍ରୀ ମାନଙ୍କ ଅଭିଭାବକ ମାନଙ୍କୁ ତମ ଝିଅ ମାନେ ମୋ ନାମରେ ଅଭିଯୋଗ କରିଛନ୍ତି ପରା ମୁ DWO ଙ୍କୁ କହିକି ତାଙ୍କୁ ହଇରାଣ କରେଇବି ବଲି ଫୋନ୍ ଯୋଗେ ଧମକ ଦେଉଥିବା ସୂଚନା ମିଳିଛି l ଏଭଳି ସାଙ୍ଘାତିକ ଘଟଣା ସାମ୍ନା କୁ ଆସିବା ପରେ ଜିଲ୍ଲାପାଳ ମହୋଦୟ ତତ୍ପରତା ହେଇ କ ନୂଆଗାଁ WEO ଏବଂ ଦୁର୍ନୀତି କାରି ଶିକ୍ଷୟିତ୍ରୀ ପୂର୍ଣ୍ଣିମା ଦିଗାଲ ଙ୍କୁ ସ୍ୱକୋସ୍ ନୁଟିସ୍ ଜାରି କରିବା ସହିତ ଶିକ୍ଷୟିତ୍ରୀ ଙ୍କ ଠାରୁ 3 ଲକ୍ଷ ରୁ ଉର୍ଦ୍ଧ ରିକୋଭରି କରିବା ସହିତ ଆବଶ୍ୟକ ପଡ଼ିଲେ ତାଙ୍କୁ ସସ୍ପେଣ୍ଡ କରାଯିବ ବଲି ସୂଚନା ମିଳିଛି l

 ବାଲିଗୁଡ଼ା ଉପଖଣ୍ଡ ସ୍ତରୀୟ ପ୍ରତିନିଧି ସଲମନ୍ ବିନ୍ଧାଣୀ

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ