ନୂଆପଡ଼ାରେ ‘ଭାରତର ଶକ୍ତି ଭଣ୍ଡାର-୨୦୪୭: ସମ୍ଭାବନା ଓ ଆହ୍ୱାନ’ ଉପରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର

Sep 11, 2026 - 04:42
 0  7
ନୂଆପଡ଼ାରେ ‘ଭାରତର ଶକ୍ତି ଭଣ୍ଡାର-୨୦୪୭:  ସମ୍ଭାବନା ଓ ଆହ୍ୱାନ’ ଉପରେ  ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର

ନୂଆପଡ଼ା ୧୦/୦୯: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ନୂଆପଡ଼ାର ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତ୍ୟେକ ବ୍ଲକସ୍ତରୀୟ ପ୍ରତିଯୋଗିତାର ଶ୍ରେଷ୍ଠ ଦୁଇ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।‘ଭାରତର ଶକ୍ତି ଭଣ୍ଡାର-୨୦୪୭: ସମ୍ଭାବନା ଓ ଆହ୍ୱାନ’ ଶୀର୍ଷକ ଉପରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନା ଅତି ଉଚ୍ଚକୋଟୀର ଥିଲା। ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷୟତ୍ରୀ ଡ଼ଃ ସମ୍ବିତା ସାହୁ ଓ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋମନାର ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଅଶ୍ୱିନୀ ଓଟା ବିଚାରକ ଭାବରେ ଯୋଗଦେଇ ମୂଲ୍ୟାୟନରେ ସହଯୋଗ କରିଥିଲେ। ଏଥିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଝଗ୍ରାହୀର ଅଷ୍ଟମ ଶ୍ରେଣୀ ଛାତ୍ର ଅସୀତ ପଣ୍ଡା ପ୍ରଥମ, ସରକାରୀ ଉଚ୍ଚ ବିଦ୍ୟାଳୟ, ଖୁଟବନଭେରାର ଦଶମ ଶ୍ରେଣୀ ଛାତ୍ର ଖିଲେଶ୍ୱର ସାହୁ ଦ୍ୱିତୀୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କୋଶରାଜପୁରର ପ୍ରତ୍ୟୁଷା ସଂଜୀବନୀ ନାଏକ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତି ପ୍ରତିଯୋଗୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତି, ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଅବସରପ୍ରାପ୍ତ ଅଧକ୍ଷ ଡି ଏ ଭି ଟିଟିଲାଗଡ଼ର ଶିବପ୍ରସାଦ ବେହେରା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା ଓ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରଜ୍ଞା ପରମିତା ବିଶ୍ୱାଲ ମାନପତ୍ର ଓ ଫଳକ ପ୍ରଦାନ କରି ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମର ସଫଳ ରୂପାୟନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ