ବାଳିକା ଉଚ୍ଚବିଦ୍ୟାଳୟରେ ଆତ୍ମସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ବାରିପଦା ତା 23/9 ବାରିପଦାର ଆନ୍ତର୍ଜାତିକ ସାମାଜିକ ସଂଗଠନ ଇନରହ୍ବିଲ କ୍ଲବ ଆନୁକୁଲ୍ୟରେ ବାରିପଦାର ବଳାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ରେ ବାଳିକା ମାନେ ବିପଦ ଆପଦରେ କିଭଳି ନିଜର ସୁରକ୍ଷା କରିପାରିବେ ସେ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି. ଇନରହ୍ବିଲ କ୍ଲବର ସଭାପତି ସୁପ୍ରୀତି ଦଳବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବାଙ୍ଗିରିପୋଷି ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଡ. ପୁଷ୍ପା ପାତ୍ର ଏବଂ ବରିଷ୍ଠ ଆଇନଜୀବି କାବେରୀ ମିଶ୍ର ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ନାରୀମାନେ ସର୍ବଦା ନିଜକୁ ଦୁର୍ବଳା ବୋଲି ଭାବିବା ଉଚିତ ନୁହେଁ ବୋଲି ମତ ରଖିଥିଲେ। ପ୍ରାରମ୍ଭରେ ଇନରହ୍ବିଲ କ୍ଲବର ସଂପାଦିକା ସଂଯୁକ୍ତା ଚାନ୍ଦ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେବା ପରେ ସଭାପତି ସୁପ୍ରୀତି ଦଳବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବଳାଙ୍ଗୀ ଉଚ୍ଚବିଦ୍ଯାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ସେଠୀ ଏବଂ ପ୍ରାକ୍ତନ ଶିକ୍ଷୟିତ୍ରୀ ଭାରତୀ ବେବର୍ତ୍ତା ଛାତ୍ରୀ ମାନଙ୍କୁ ସମ୍ବୋଧିତ କରିଥିଲେ। କ୍ଲବର ସଦସ୍ୟା ପ୍ରଣତି ଦାସ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିବା ବେଳେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ନଦିୟା ବିହାରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ. ଉପସ୍ଥିତ କ୍ଲବର ସମସ୍ତ ସଦସ୍ୟା ତଥା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0