*ଝାରସୁଗୁଡ଼ାରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ; ସ୍ୱଚ୍ଛତା, ନୈତିକତା ଏବଂ ଗାନ୍ଧୀବାଦୀ ଆଦର୍ଶ ଉପରେ ଗୁରୁତ୍ୱ* ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସଂସ୍କୃତି ଭବନରେ ଅନୁଷ୍ଠିତ ହେଲା ସର୍ବଧର୍ମ ପ୍ରାର୍ଥନା ସଭା:୪୦ରୁ ଊର୍ଦ୍ଧ୍ୱ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ

Oct 2, 2026 - 21:20
 0  5
*ଝାରସୁଗୁଡ଼ାରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ; ସ୍ୱଚ୍ଛତା, ନୈତିକତା ଏବଂ ଗାନ୍ଧୀବାଦୀ ଆଦର୍ଶ ଉପରେ ଗୁରୁତ୍ୱ* ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସଂସ୍କୃତି ଭବନରେ ଅନୁଷ୍ଠିତ ହେଲା ସର୍ବଧର୍ମ ପ୍ରାର୍ଥନା ସଭା:୪୦ରୁ ଊର୍ଦ୍ଧ୍ୱ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ

-ସ୍ୱଚ୍ଛତା ଶପଥ ପାଠ କରାଇଲେ ଅତିରିକ୍ତ ଜିଲ୍ଲାପାଳ *

ଝାରସୁଗୁଡ଼ା, ୦୨/୧୦(ଫାଷ୍ଟ ନ୍ୟଜ ଓଡ଼ିଶା):* ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୨୨ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟୁଷ ୪ଘଟିକା ସମୟରେ ଝାରସୁଗୁଡା ସହରାଞ୍ଚଳରେ ପୌର ପରିଷଦ ପକ୍ଷରୁ ରାମଧୁନ, ସକାଳ ଘ. ୭:୩୦ମି ସମୟରେ ବିଭିନ୍ନ ଶିକ୍ଷlନୁଷ୍ଠାନ ପକ୍ଷରୁ ପ୍ରଭାତଫେରୀ, ପରେ ପରେ ପୌର ପରିଷଦର ସଫେଇ କର୍ମଚାରୀଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ, ସକାଳ ୮ଘଟିକା ସମୟରେ ବାପୁଜୀଙ୍କ ବାଣୀ ସମ୍ବଳିତ ସଚେତନତା ରାଲି ଏବଂ ସକାଳ ୮:୩୦ ମି ସମୟରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ, ମାନ୍ୟବର ରାଜସ୍ବ ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ନଭଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଅତିରିକ୍ତ ଏସପି ଶ୍ରୀ ଜେମ୍ସ ସମାତ, ଉପ-ଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା ଏବଂ ତହସିଲଦାର ଶ୍ରୀ ସଦାକାର କୁମ୍ଭାର, ପ୍ରଫେସର ଟହଲୁ ସାହୁ, ନରେନ୍ଦ୍ର ପଣ୍ଡା, ପ୍ରଣତି ପଟ୍ଟନାୟକ, ଲଳିତ ମଗର ପ୍ରମୁଖ ଉପସ୍ଥିତ ରହି ପୁରୁଣା ବସଷ୍ଟାଣ୍ଡ ଗୋଲେଇ ଛକସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି, କିଷାନ ଛକସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି, ଏସ.ପି. ଅଫିସ ସମ୍ମୁଖରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଏବଂ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ସହ ସାମୁହିକ ମାଲ୍ୟାର୍ପଣ କରିଥିଲେ। ପରେ ଜ଼ିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ସମାରୋହ ଓ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସମେତ ଡେପୁଟି କଲେକ୍ଟର ତଥା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସୌମେଶ ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ରୀତାକାନ୍ତି ବଳିୟାରସିଂହ, ବିଭିନ୍ନ ଧର୍ମର ଧର୍ମଯାଜକ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଏବଂ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ। ସମସ୍ତ ଧର୍ମର ଗୁରୁମାନଙ୍କ ଦ୍ୱାରା ପବିତ୍ର ଧର୍ମଗ୍ରନ୍ଥ ପାଠ କରାଯାଇ ସାମ୍ପ୍ରଦାୟିକ ସଦ୍ଭାବନା ଓ ଶାନ୍ତିର ବାର୍ତ୍ତା ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଅଞ୍ଜଳି ବିଶ୍ୱାଳ ଭଗବତ୍ ଗୀତା ପାଠ କରିଥିବା ବେଳେ ଶ୍ରୀ ଅଜୟ କୁମାର ଜୋଜୋ ଧର୍ମ ଗ୍ରନ୍ଥ ବାଇବେଲ ପାଠ କରିଥିଲେ। ଏବଂ ଜ୍ଞାନୀ ହରମିତ ସିଂ ଧର୍ମ ଗୁରୁ ଗ୍ରନ୍ଥ ସାହିବ ପାଠ କରିଥିଲେ। ମହିମା ମହାବିଦ୍ୟାଳୟ, ପଞ୍ଚପଡା ପକ୍ଷରୁ ବୈଷ୍ଣବ ଜନତୋ ଏବଂ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ମାନେ ରଘୁପତି ରାଘବ ରାଜାରାମ ପରିବେଷଣ କରିଥିଲେ। ସାମୁହିକ ମାଲ୍ୟାର୍ପଣ ସମୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଆଶ୍ରମ ସ୍କୁଲର ଛାତ୍ର ଛାତ୍ରୀ, ବୁଦ୍ଧିଜିବି ତଥା ବରିଷ୍ଠ ନାଗରିକ ମlନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ଯୋଗଦେଇ ନିଜ ବକ୍ତବ୍ୟରେ ସ୍ୱଚ୍ଛତା, ସାମାଜିକ ଦାୟିତ୍ୱବୋଧ ଏବଂ ନୈତିକ ଆଚରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ସ୍ୱଚ୍ଛତା କେବଳ ପରିବେଶ ସଫା ରଖିବାରେ ସୀମିତ ନୁହେଁ, ବରଂ ବ୍ୟକ୍ତିଗତ ଚିନ୍ତାଧାରା ଓ ସମାଜ ପ୍ରତି ଆଚରଣରେ ମଧ୍ୟ ଏହାର ପ୍ରତିଫଳନ ହେବା ଆବଶ୍ୟକ। ମୁଖ୍ୟ ବକ୍ତା ଡକ୍ଟର ସ୍ୱର୍ଣ୍ଣମୟୀ ପୁରୋହିତ ଗାନ୍ଧୀଜୀଙ୍କ ଜୀବନାଦର୍ଶ ଓ ଅହିଂସା ତତ୍ତ୍ୱ ଉପରେ ମାର୍ମିକ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ, “ମହାତ୍ମା ଗାନ୍ଧୀଙ୍କ ଦର୍ଶନ ଓ ସତ୍ୟ-ଅହିଂସାର ଆଦର୍ଶ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ପାଇଁ ସର୍ବଦା ପ୍ରାସଙ୍ଗିକ ଏବଂ ପଥପ୍ରଦର୍ଶକ।” ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ ଉପସ୍ଥିତ ସମସ୍ତଙ୍କୁ ସ୍ୱଚ୍ଛତା ବାର୍ତ୍ତା ସମ୍ବଳିତ ଶପଥ ପାଠ କରାଇଥିଲେ। ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅଧୀନରେ ଇଂରାଜୀ, ଓଡ଼ିଆ ଓ ହିନ୍ଦୀ ଭାଷାରେ ଆୟୋଜିତ ରଚନା, ବକ୍ତୃତା, ଚିତ୍ରାଙ୍କନ ( ଜୁନିୟର ଓ ସିନିୟର ବର୍ଗର) ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୪୦ରୁ ଊର୍ଦ୍ଧ୍ୱ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏଥିସହ ଛାତ୍ରୀ ସୃଷ୍ଟି ପଶାୟତ ମଧ୍ୟ ଅଭିଭାଷଣ ରଖିଥିଲେ ଏବଂ ବିଟୁ ନାୟକ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଉପ-ଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କୃଷ୍ଣକେଶୀ ବଳିୟାରସିଂହ କରିଥିବା ବେଳେ ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀ ନିହାଲ ଭୋଇ, ରବୀନ୍ଦ୍ର ନିଆଲ ଏବଂ ସଂସ୍କୃତି ବିଭାଗର ରାଜେଶ, ଆଲିଶ,ସମୀର, କିଙ୍କନ,ମୌସୁମ,ରାମଚନ୍ଦ୍ର ଓ ଜଗନ୍ନାଥ ରାଉତ ପ୍ରମୁଖ ସମଗ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅପରାହ୍ନରେ ବନ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ