ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ:ନିର୍ବାଚନରେ ଚର୍ଚ୍ଚାରେ ଅଞ୍ଜନ ଓ ପ୍ରଭାସ
ବାରିପଦା ତା 12/10/ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଚଳିତ ବର୍ଷର ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଏହି ନିର୍ବାଚନରେ ସଭାପତି ପଦ ପାଇଁ ସ୍ୱାଧୀନ ପ୍ରାର୍ଥୀ ଅଞ୍ଜନ ସୋରେନ ଏବଂ ସାଧାରଣ ସମ୍ପାଦକ ପଦ ପାଇଁ ପ୍ରାର୍ଥୀ ପ୍ରଭାସ କୁମାର ମାରାଣ୍ଡି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଚର୍ଚ୍ଚାରେ ରହିଛନ୍ତି। ଏହାର ମୁଖ୍ୟ କାରଣ ହେଉଛି, ଗତ ୪ରୁ ୫ ବର୍ଷ ଧରି କଲେଜର ବିଭିନ୍ନ ସମସ୍ୟାକୁ ନେଇ ସେମାନେ ସ୍ୱାଧୀନ ଭାବରେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରେ ସ୍ୱର ଉଠାଇ ଆସିଛନ୍ତି. କେବଳ ନିର୍ବାଚନ ସମୟରେ ଭୋଟ ମାଗିବା ନୁହେଁ, ବରଂ ଛାତ୍ର ଛାତ୍ରୀଙ୍କ ସମସ୍ୟା ସମୟରେ ଛାତ୍ରଛାତ୍ରୀଙ୍କ ପାଖରେ ଠିଆ ହେବାକୁ ସେମାନଙ୍କ ସମର୍ଥକ ମାନେ ମୁଖ୍ୟ ପ୍ରସଙ୍ଗ ଭାବେ ଉପସ୍ଥାପନ କରୁଛନ୍ତି। ଛାତ୍ର ସମସ୍ୟାକୁ ନେଇ ଅତୀତରେ ଏମାନେ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ତଥା ପରୀକ୍ଷା ଫଳ ଠିକ ସମୟରେ ପ୍ରକାଶ କରିବା ଦାବି, ନିର୍ଦ୍ଧାରିତ ସମୟଠାରୁ କମ ସମୟ ମଧ୍ୟରେ ପରୀକ୍ଷା ହେବା ପରିସ୍ଥିତିରେ ୫୦ ପ୍ରତିଶତ ସିଲାବସ ହ୍ରାସ କରିବା ଦାବି, ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ କଲେଜ ଗେଟରେ ପାଞ୍ଚ ଦିନ ଧରି ଅହୋରାତ୍ର ଆନ୍ଦୋଳନ, ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ଏବଂ ତତ୍କାଳୀନ ପରୀକ୍ଷା ନିୟନ୍ତ୍ରକଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ସେମାନଙ୍କ ପରିବର୍ତ୍ତନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା ଆଦି ଆନ୍ଦୋଳନରେ ସାମିଲ ଲୋଇଥିଲେ. ଅନ୍ୟପକ୍ଷରେ, ବିସିଜେଡି ଓ ଏବିଭିପି ପ୍ରାର୍ଥୀମାନଙ୍କୁ ନେଇ ମଧ୍ୟ ନିର୍ବାଚନୀ ପ୍ରତିଯୋଗିତା ଜାରି ରହିଛି। ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନରେ ଗତ କିଛି ବର୍ଷ ମଧ୍ୟରେ କେଉଁ ସଂଗଠନ କେତେ ପଦକ୍ଷେପ ନେଇଛି, ତାହା ଏବେ ନିର୍ବାଚନୀ ଆଲୋଚନାର ଏକ ପ୍ରମୁଖ ବିଷୟ ହୋଇଛି। ତେବେ ଛାତ୍ର ସଂସଦ ନିର୍ବାଚନରେ କେବଳ ଦଳୀୟ ପରିଚୟ ନୁହେଁ, ପ୍ରାର୍ଥୀଙ୍କ ପୂର୍ବ କାର୍ଯ୍ୟ, ନେତୃତ୍ୱ, ଛାତ୍ରଛାତ୍ରୀଙ୍କ ସହ ସମ୍ପର୍କ ଏବଂ ସମସ୍ୟା ସମାଧାନ ମଧ୍ୟ ଗୁରୁତ୍ୱ ବହନ କରୁଛି. ଏହି ପରିପ୍ରେକ୍ଷୀରେ ଅଞ୍ଜନ ସୋରେନ ଓ ପ୍ରଭାସ କୁମାର ମାରାଣ୍ଡିଙ୍କ ପୂର୍ବ ଆନ୍ଦୋଳନ ଓ ଛାତ୍ର ସ୍ୱାର୍ଥ ସମ୍ପର୍କିତ କାର୍ଯ୍ୟ ସେମାନଙ୍କ ପ୍ରଚାରର ମୁଖ୍ୟ ଆଧାର ପାଲଟିଛି। ତେବେ ନିର୍ବାଚନରେ କିଏ ବାଜିମାତ କରିବେ, ତାହା ଶେଷରେ ଛାତ୍ରଛାତ୍ରୀଙ୍କ ମତଦାନ ହିଁ ନିର୍ଣ୍ଣୟ କରିବ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0