ବିଜେଡି ଅଭିଯୋଗକୁ ଖଣ୍ଡନ କଲା ପଡିଆ ବ୍ଲକ ବିଜେପି

Sep 28, 2026 - 05:15
 0  2
ବିଜେଡି ଅଭିଯୋଗକୁ ଖଣ୍ଡନ କଲା ପଡିଆ ବ୍ଲକ ବିଜେପି

ପଡିଆ, ୨୭/୦୯: ପଡିଆ ବ୍ଲକ ବିଧାୟକଙ୍କ ପ୍ରତିନିଧି ପିସି ମାଗିବା ନେଇ ଗତକାଲି ବିଜେଡି ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ ଆଜି ପଡିଆ ବ୍ଲକ ବିଜେପି ଖଣ୍ଡନ କରିଛି। ଏହି ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ଦଳ ପକ୍ଷରୁ କୁହାଯାଇଥିବା ବେଳେ ଏଭଳି ଅଭିଯୋଗ ଆଣିବାକୁ ନିନ୍ଦା କରାଯାଇଛି। ରବିବାର ପଡିଆ ବ୍ଲକ ସଦର ମହକୁମାରେ ଥିବା କଲ୍ୟାଣ ମଣ୍ଡପ ଠାରେ ବ୍ଲକ ବିଜେପି ପକ୍ଷରୁ ଆୟୋଯିତ ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ବିଧାୟକଙ୍କ ପଡିଆ ବ୍ଲକ ପ୍ରତିନିଧି ମନ ଦୀପଙ୍କର ରାୟ ଅଞ୍ଚଳବାସୀଙ୍କୁ ସ୍ୱାସ୍ଥ୍ୟ, କୃଷି, ସରକାରୀ ଯୋଜନାର ସୁବିଧା ପହଞ୍ଚାଇବା ସହ ବିଭିନ୍ନ ସମସ୍ୟା ସମୟରେ ଲୋକଙ୍କ ନିକଟରେ ରହି ସହଯୋଗ କରୁଛନ୍ତି ବୋଲି କହିଛନ୍ତି । ଏହାକୁ ନେଇ ତାଙ୍କ ବିରୋଧରେ ଅପପ୍ରଚାର କରାଯାଉଥିବା ପଡିଆ ବ୍ଲକ ବିଜେପି ସଭାପତି କୋଟାମ ବାଲାୟା ଓ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଏନେଇ ବିଧାୟକଙ୍କ ପ୍ରତିନିଧି ମନଦୀପ ରାୟ ସବୁବେଳେ ଲୋକଙ୍କ ସହ ରହିଆସିଛନ୍ତି ଏବଂ ନିଜ ସାମର୍ଥ୍ୟ ଅନୁଯାୟୀ ଲୋକଙ୍କୁ ସହଯୋଗ କରିଆସୁଛନ୍ତି ବୋଲି କହିଛନ୍ତି । ସେ କୌଣସି ବ୍ୟକ୍ତିଙ୍କଠାରୁ କୌଣସି ଟଙ୍କା ନେଇନଥିବା ଏବଂ କାହାକୁ ଧମକଚମକ ଦେଇନଥିବା ନେଇ ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ପଷ୍ଟ କରିଛନ୍ତି। ପିସି ଆଦାୟ ସମ୍ପର୍କିତ ଅଭିଯୋଗର ସତ୍ୟତା ନେଇ ଉଭୟ ପକ୍ଷ ମଧ୍ୟରେ ରାଜନୈତିକ ବାକ୍‌ବିତଣ୍ଡା ତୀବ୍ର ହୋଇଥିବା ବେଳେ, ଘଟଣାର ନିରପେକ୍ଷ ତଦନ୍ତ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ହେଉଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ