ଆନ୍ତର୍ଜାତୀୟ ପ୍ରକାଶନରେ ମୟୂରଭଞ୍ଜ ଆଇନ୍ ମହାବିଦ୍ୟାଳୟର ସଫଳତା: ପ୍ରକାଶ ପାଇଲା ଡଃ ବନମାଳୀ ବାରିକଙ୍କ ଗବେଷଣାତ୍ମକ ପ୍ରବନ୍ଧ

Sep 22, 2026 - 05:30
 0  2
ଆନ୍ତର୍ଜାତୀୟ ପ୍ରକାଶନରେ ମୟୂରଭଞ୍ଜ ଆଇନ୍ ମହାବିଦ୍ୟାଳୟର ସଫଳତା: ପ୍ରକାଶ ପାଇଲା ଡଃ ବନମାଳୀ ବାରିକଙ୍କ ଗବେଷଣାତ୍ମକ ପ୍ରବନ୍ଧ

ବାରିପଦା, ୨୧/୯ (): ଉତ୍ତର ଓଡ଼ିଶାର ଅନ୍ୟତମ ପ୍ରମୁଖ ଆଇନ ଶିକ୍ଷାନୁଷ୍ଠାନ ତକତପୁରସ୍ଥିତ ମୟୂରଭଞ୍ଜ ଆଇନ୍ ମହାବିଦ୍ୟାଳୟର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି। ମହାବିଦ୍ୟାଳୟର ବରିଷ୍ଠ ସହକାରୀ ଅଧ୍ୟାପକ ଡଃ ବନମାଳୀ ବାରିକଙ୍କର ଏକ ଉଚ୍ଚକୋଟୀର ଆଇନଭିତ୍ତିକ ଗବେଷଣା ପ୍ରବନ୍ଧ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ପତ୍ରିକା "Juris Cognita – An International Publication"ରେ ସ୍ଥାନ ପାଇ ପ୍ରକାଶିତ ହୋଇଛି। ଆଇନ, ନ୍ୟାୟିକ ବ୍ୟବସ୍ଥା ତଥା ସାମ୍ପ୍ରତିକ ନ୍ୟାୟିକ ଦିଗ ଉପରେ ଆଧାରିତ ତାଙ୍କର ଏହି ବିଶ୍ଳେଷଣାତ୍ମକ ତଥା ତଥ୍ୟସମ୍ବଳିତ ଗବେଷଣା ପ୍ରବନ୍ଧ ବିଶ୍ୱସ୍ତରୀୟ ଏକାଡେମିକ୍ ମଞ୍ଚରେ ଉଚ୍ଚ ପ୍ରଶଂସିତ ହୋଇଛି। ଏହି ବିଶେଷ ସଫଳତା କେବଳ ଡଃ ବାରିକଙ୍କ ପାଇଁ ନୁହେଁ, ବରଂ ସମଗ୍ର ମହାବିଦ୍ୟାଳୟ ତଥା ଜିଲ୍ଲାର ଏକାଡେମିକ୍ ପରିବେଶକୁ ଆନ୍ତର୍ଜାତୀୟ ସ୍ତରରେ ଏକ ନୂତନ ପରିଚୟ ପ୍ରଦାନ କରିଛି। ଏହି ଉଲ୍ଲେଖନୀୟ ସଫଳତା ପରିପ୍ରେକ୍ଷୀରେ ମୟୂରଭଞ୍ଜ ଆଇନ୍ ମହାବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପରିବେଶ ସୃଷ୍ଟି ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରଞ୍ଜନ କୁମାର ତରେଇ ଡଃ ବାରିକଙ୍କୁ ଭବ୍ୟ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଶିକ୍ଷାଗତ ତଥା ଗବେଷଣାମୂଳକ ଭବିଷ୍ୟତ କାମନା କରିଛନ୍ତି। ଏହି ଅବସରରେ ଅଧ୍ୟକ୍ଷ ଡଃ ତରେଇ ନିଜ ବକ୍ତବ୍ୟରେ କହିଛନ୍ତି ଯେ ଅଧ୍ୟାପକମାନଙ୍କର ଏଭଳି ନିରନ୍ତର ଗବେଷଣା ଓ ଉଚ୍ଚକୋଟୀର ଏକାଡେମିକ୍ ସଫଳତା କଲେଜର ଶିକ୍ଷାଦାନ ମାନକୁ ଋଦ୍ଧିମନ୍ତ କରିବା ସହିତ ଛାତ୍ରଛାତ୍ରୀଙ୍କ ମନରେ ନୂତନ ଗବେଷଣା ପ୍ରତି ଆଗ୍ରହ ସୃଷ୍ଟି କରିବାରେ ବେଶ୍ ସହାୟକ ହେବ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ଡଃ ବାରିକଙ୍କ ଏହି କୃତିତ୍ୱକୁ ଉଚ୍ଚ ପ୍ରଶଂସା କରିବା ସହ ଏହା ଶିକ୍ଷାନୁଷ୍ଠାନର ଗବେଷଣାତ୍ମକ ପରିବେଶକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପ୍ରେରଣାର ଉତ୍ସ ହେବ ବୋଲି ମତବ୍ୟକ୍ତ କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ